୫ ବର୍ଷରେ ମଲେଣି ୨,୮୧୭ ବନ୍ୟପ୍ରାଣୀ

ଭୁବନେଶ୍ୱର,୨୨।୧୧(ଅନିଲ ଦାସ): ରାଜ୍ୟର ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ, ଶିକାରୀ ଏବଂ ବିଷ ପ୍ରୟୋଗ ଯୋଗୁ ଅଧିକାଂଶ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ଜୀବନ ଯାଇଛି। ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ୪୩୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ବାଘ, ୩୧ କଲରାପତରିଆ ବାଘ ଏବଂ ୨,୩୫୨ ଜଣ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଓ ଚିଲିକା ବନଖଣ୍ଡରେ ସର୍ବାଧିକ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ବନଖଣ୍ଡରେ ୨୩୧ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚିଲିକା ବନଖଣ୍ଡରେ ୨୨୦ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ଏହି ବନ୍ୟଜନ୍ତୁଙ୍କ ମୃତ୍ୟୁ ବିଭିନ୍ନ ରୋଗ, ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ, ଶିକାରୀ ଏବଂ ବିଷ ପ୍ରକ୍ରିୟାକରଣ ଯୋଗୁ ମୃତ୍ୟୁ ଘଟିଛି ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଏହି ସମୟରେ ଜୀବଜନ୍ତୁଙ୍କ ଆବାସସ୍ଥଳୀ ବଣଜଙ୍ଗଲ ମଧ୍ୟ ଉଜୁଡ଼ି ଯାଇଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୫ ବର୍ଷରେ ୧୩,୫୧୧.୧୬୪ ହେକ୍ଟର ଜଙ୍ଗଲ ଜମିରୁ ଗଛ କଟାଯାଇ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଛି। ତେବେ ୨୦୧୮ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଜଙ୍ଗଲ କ୍ଷତିକୁ ଭରଣା କରିବା ପାଇଁ ୧୫,୭୪୯.୯୩୦ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରିଛନ୍ତି। ଏଥିପାଇଁ ସରକାର ୧୧୩.୫୦ କୋଟି ଟଙ୍କା କ୍ଷତିପୂରକ ବନୀକରଣ ବାବଦରେ ଖର୍ଚ୍ଚ କରିଛନ୍ତି। କେବଳ ସେତିକି ନୁହେଁ, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ମଧ୍ୟ ବହୁ ପଦବୀ ଦୀର୍ଘ ବର୍ଷ ଧରି ଖାଲିପଡ଼ିଛି। ବିଜେଡି ସଭ୍ୟ ପ୍ରଶାନ୍ତ ବେହେରା ଜଙ୍ଗଲ ବିଭାଗରେ କେଉଁ ପାହ୍ୟାର କେତେ ପଦବୀ ଖାଲିଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ବିଭାଗର ଗ୍ରେଡ୍‌-ଏ’ର ୪୯୨ ଅନୁମୋଦନ ପଦବୀରୁ ୨୧୦ ପଦବୀ ଖାଲି ପଡ଼ିଥିବା ବେଳେ ଗ୍ରେଡ୍‌-ବି’ରେ ଅନୁମୋଦିତ ୭୫୯ରୁ ୪୧୦, ଗ୍ରେଡ୍‌-ସି’ରେ ୧୦,୩୭୮ରୁ ୪୦୧ ଏବଂ ଗ୍ରେଡ୍‌-ଡି’ରେ ୯୯୨ରୁ ୪୩୭ ପଦବୀ ଖାଲିପଡିଛି। ସେହିପରି ୨୪ ଜଣ ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜରଭେଟର ଡେରାଡୁନ୍‌ରେ ଥିବା ସେଣ୍ଟ୍ରାଲ ଏକାଡେମୀରେ ତାଲିମ ନେଉଛନ୍ତି। ସେହି ଅଧିକାରୀମାନେ ଖୁବ୍‌ଶୀଘ୍ର କାର୍ଯ୍ୟରେ ଯୋଗଦେବେ। ତେବେ ଖାଲିଥିବା ୪୫ଟି ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜରଭେଟର ପଦବୀ ଶୀଘ୍ର ପୂରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ସେହିପରି ୨୯ ଜଣ ଫରେଷ୍ଟ ରେଞ୍ଜର ଅନୁଗୋଳଠାରେ ଥିବା ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜରେ ତାଲିମ ନେଉଛନ୍ତି। ଏଥିସହିତ ଆହୁରି ୧୩୧ ନୂଆ ଫରେଷ୍ଟ ରେଞ୍ଜର ପଦବୀ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ବନଖଣ୍ଡରେ ୮୦୬ ଫରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଥିବା ବେଳେ ଖାଲିଥିବା ୧,୬୭୭ ଫରେଷ୍ଟ ଗାର୍ଡ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri