ଡିଆଇଜି ପଣ୍ଡିତଙ୍କ କଳାକାରନାମା: ୨୭ ଜୁଲାଇ ରାତିରେ…

ଭୁବନେଶ୍ୱର, ୩୧।୭(ସତ୍ୟଜିତ୍‌ ରାଉତ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ କାରନାମା ଏବେ ସାରା ରାଜ୍ୟରେ ଆଲୋଚନାରେ କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ରାତିରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ବାଧ୍ୟ କରିବା ଘଟଣା ସାରା ପୋଲିସ ବିଭାଗକୁ ନିନ୍ଦିତ କରିଥିବା ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୨୭ତାରିଖ ଶନିବାର ରାତି ପ୍ରାୟ ୧୦ଟାରେ ଅର୍ଥନୈତିକ ଅପରାଧ ଶାଖାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ସେ ଯାଇଥିଲେ। ସେଠାରେ ଉକ୍ତ ମହିଳା ଅଧିକାରୀଙ୍କୁ ପଣ୍ଡିତ ପ୍ରଥମେ ପ୍ରେମ ନିବେଦନ କରିଥିଲେ। ଏପରି କି ବିବାହ କରିବାକୁ ଜିଦ୍‌ ଧରିଥିଲେ। ଏହି ସମୟରେ ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀ ପଳାଇଆସିଥିଲେ। ଏତେ ରାତିରେ ପଣ୍ଡିତଙ୍କୁ ଘରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରକୁ ଆସିବାର କାରଣ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପଣ୍ଡିତ ଉତ୍‌କ୍ଷିପ୍ତ ହୋଇ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାଡ଼ ମାରିଥିଲେ। ଖବର ପାଇ କ୍ୟାପିଟାଲ ଥାନାର ଏକ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଞ୍ଚତ୍ଥିଲା। ଏପରିକି କ୍ୟାପିଟାଲ ଥାନାଧିକାରୀ ଓ ଜୋନ୍‌ ଏସିପି ମଧ୍ୟ ସେଠାକୁ ଯାଇଥିଲେ। ଅନ୍ୟପକ୍ଷରେ ହୋହାଲ୍ଲା ଶୁଣି ଆଖପାଖ ଅଞ୍ଚଳର ଲୋକ ମଧ୍ୟ ରୁଣ୍ଡ ହୋଇଯାଇଥିଲେ। ପ୍ରଥମେ ମହିଳାଙ୍କ ସ୍ବାମୀଙ୍କୁ ପୋଲିସ ପକ୍ଷରୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପୋଲିସର ବୁଝାଶୁଝା ପରେ ଘଟଣାସ୍ଥଳରୁ ପଣ୍ଡିତ ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ ଥାନାରେ ଏତଲା ଦେବାକୁ ଅଡି ବସିଥିଲେ। ହେଲେ ଏସିପି ଓ ଆଇଆଇସି ତାଙ୍କୁ ବୁଝାଶୁଝା କରି ନେଇ ଅଟକାଇଥିଲେ। ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଣ୍ଡିତଙ୍କୁ ସୁରକ୍ଷା ଦେବାକୁ ପୋଲିସ ବାବୁମାନେ ଭରପୂର ଚେଷ୍ଟା କରିଥିଲେ। ଏସମ୍ପର୍କରେ ଡିସିପି ପ୍ରତୀକ ସିଂ କହିଛନ୍ତି, ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରକାଶ ଯେ, ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଣ୍ଡିତ ଆମେରିକାରେ ପ୍ରାୟ ୧ବର୍ଷ ପ୍ରଶିକ୍ଷଣ ନେଇ ଚଳିତ ମାସରେ ଭୁବନେଶ୍ୱର ଫେରିଥିଲେ। ସେ ୨୦୧୮ ରେ ୬ମାସ କ୍ରାଇମ୍‌ବ୍ରାଞ୍ଚରେ କାମ କରିଥିବାବେଳେ ସେଠାରେ ମହିଳା ଇନ୍ସପେକ୍ଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୀର୍ଘ ପ୍ରାୟ ୬ବର୍ଷ ଧରି ଏହି ସମ୍ପର୍କ ରହିଥିବା ପୋଲିସ ମହଲରେ ଚର୍ଚ୍ଚା ଚାଲିଛି। ଅପରପକ୍ଷରେ ପଣ୍ଡିତ ବିବାହିତ ହୋଇଥିବାବେଳେ ସେ ଏବେ ସ୍ତ୍ରୀଙ୍କ ଠାରୁ ଅଲଗା ରହୁଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଣ୍ଡିତଙ୍କ ମତାମତ ଆଣିବାକୁ ତାଙ୍କ ମୋବାଇଲ୍‌ ଫୋନ୍‌ ୯୭୭୭୨୮୮୮୮୯ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ କୌଣସି ଉତ୍ତର ମିଳିପାରି ନାହିଁ। ଏହି ଘଟଣାରେ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ଏକ ଅଭିଯୋଗ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆବେଦନ କରିଛନ୍ତି।
ଏନେଇ ଜଣେ ଅବସରପ୍ରାପ୍ତ ପୋଲିସ ଡିଜି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଜଣେ ଅଧିକାରୀଙ୍କୁ ନିଲମ୍ବନ କରିବା ହେଉଛି ତାଙ୍କ କ୍ୟାରିୟରରେ କାଳି ବୋଳି ଦେବା ଭଳି। ନିଲମ୍ବନ କରିବା ପୂର୍ବରୁ ଭାବିଚିନ୍ତି କରିବା କଥା। ସେ ଆଇପିଏସ୍‌ ଅଧିକୀରୀ ଜଣଙ୍କ ଉକ୍ତ ମହିଳା ଅଧିକାରୀଙ୍କ କ୍ୱାର୍ଟର୍ସକୁ କାହିଁକି ଯାଇଥିଲେ, ସେଠାରେ କ’ଣ ହୋଇଥିଲା, କିଏ ଏହି ଘଟଣା ଦେଖିଛି ଏସବୁ ବୁଝାଶୁଝା କରି କାର୍ଯ୍ୟାନୁଷ୍ଠାନ ନେବା କଥା। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କ’ଣ ପ୍ରମାଣ ଥିଲା, ଯାହା ଫଳରେ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କଲେ ତାହା ସେ ଜାଣିଥିବେ। ଏହି ଘଟଣାରେ ତଦନ୍ତ କଲେ ସତ ଘଟଣା ଜଣାପଡ଼ିବ। ତେବେ ଯଦି ଏହି ଘଟଣା ସତ ହୋଇଥିବ ତାହା ନିହାତି ଖରାପ ଓ ଅତି ନିନ୍ଦନୀୟ ବୋଲି ପୂର୍ବତନ ପୋଲିସ ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri