୨୭ଶହ ବର୍ଷ ତଳେ ବିୟର ପିଉଥିଲେ ମଣିଷ

ଓ୍ବାଶିଂଟନ,୧୪।୧୦: ବିୟର ଓ ପନିର ପ୍ରତି ମଣିଷର ଭଲ ପାଇବା ବହୁ ପୁରୁଣା। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭୦୦ ବର୍ଷ ତଳେ ଅଷ୍ଟ୍ରିଆର ଲୁଣ ଖାଦାନରେ କାମ କରୁଥିବା କର୍ମୀମାନେ ବିୟର ଓ ପନିରର ମଜା ନେଉଥିଲେ।

ଅଷ୍ଟ୍ରିଆନ୍‌ ପର୍ବତମାଳାରେ ଥିବା ହଲଷ୍ଟେଟ୍‌ ମାଇନରୁ ମଣିଷଙ୍କ ମଳ ମିଳିଥିଲା। ଏହାର ସାମ୍ପୁଲକୁ ବିଶ୍ଲେଷଣ କରିଥିଲେ ବୈଜ୍ଞାନିକମାନେ। ଏହାର ଅଧ୍ୟୟନ ସମ୍ପର୍କରେ କରେଣ୍ଟ ବାୟୋଲୋଜିରେ ବୁଧବାର ପ୍ରକାଶ ପାଇଛି।

ରିପୋର୍ଟର ମୁଖ୍ୟ ଲେଖକ ଥିବା ମାଇକ୍ରୋ ବାୟୋଲୋଜିଷ୍ଟ ଫ୍ରାଙ୍କ ମ୍ୟାକ୍ସନର କହିଛନ୍ତି, ପରୀକ୍ଷାରୁ ଜଣାପଡ଼ିଲା ଲୁଣ ଖାଦାନରେ ୨୭୦୦ ବର୍ଷ ଧରି ମଣିଷ ମଳର ଏକ ଧାର୍ଯ୍ୟ ତାପମାତ୍ରା ୪୬ ଫାରାନାଇଟ୍‌ରେ ଥିଲା। ଏଥିଯୋଗୁ ଦୀର୍ଘ ବର୍ଷ ଧରି ଏହା ସଂରକ୍ଷିତ ରହିଥିଲା। ଅନୁସନ୍ଧାନକାରୀଙ୍କୁ ମିଳିଥିଲା ୪ଟି ସାମ୍ପୁଲ। ଗୋଟିଏ ବ୍ରୋଞ୍ଜ ଯୁଗ, ଦୁଇଟି ଆଇରନ ଯୁଗ ଓ ଗୋଟିଏ ୧୮ଶ ଶତାବ୍ଦୀର ଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ୨୭୦୦ ବର୍ଷ ତଳର। ସେଥିରୁ ମିଳିଥିଲା ଦୁଇ ଫୁଙ୍ଗି, ପେନ୍ସିଲିୟମ, ସାକରୋମିସେସ୍‌ ଭଳି ମଲିକ୍ୟୁଲ। ଏଥରୁ କିଛି ଖାଦ୍ୟର ପ୍ରକ୍ରିୟାକରଣରେ ବ୍ୟବହାର ହୁଏ। ଏହାର ଅର୍ଥ ସେମାନେ ମଦର ପ୍ରକ୍ରିୟାକରଣ ଜାଣିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସାରା ଜୀବନ ଏକାଠି ରହିବା ସଂକଳ୍ପରେ ୭ ବାନ୍ଧବୀ

୭ ବାନ୍ଧବୀ, ଦୀର୍ଘ ୨୦ ବର୍ଷର ସେମାନଙ୍କ ସମ୍ପର୍କ। ବାନ୍ଧବୀ ନୁହେଁ ତ ସେମାନେ ଭଉଣୀ ପରି। ଆଉ ଏହି ସମ୍ପର୍କକୁ ସାରା ଜୀବନ ବଜାୟ...

ଭାରତ ଭଳି ଆମେ ବି ସହାୟତା ଯୋଗାଇ ଦେବୁ: ବାଇଡେନ୍‌…

ଓ୍ବାଶିଂଟନ,୨୬।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ବିପଦରେ ପଡ଼ିଥିବାବେଳେ ଭାରତ ଆବଶ୍ୟକ ସହାୟତା ଯୋଗାଇ...

ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !

ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି...

ସୀମା ଜବର ଦଖଲ ପାଇଁ ଯାଯାବରଙ୍କ ସହାୟତା ନେଉଛି ଚାଇନା

ବେଜିଂ,୭।୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଥିବା ଏଲ୍‌ଏସିରେ ଉତ୍ତେଜନା କମିବା ବଦଳରେ ବଢ଼ିଚାଲିଛି। ସୀମା ଜବର ଦଖଲ ପାଇଁ ଚାଇନା ସୈନ୍ୟ ବାହିନୀ...

ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ...

ଆମେରିକାକୁ ଝଟ୍‌କା: ୧୬ ହଜାରରୁ ଅଧିକ ଚାଇନା ବୈଜ୍ଞାନିକଙ୍କ ଘର ବାହୁଡ଼ା

ବେଜିଂ,୨।୧: ଆମେରିକାକୁ ଚାଇନା ବଡ଼ ଝଟ୍‌କା ଦେଇଛି। ଆମେରିକାରେ କାମ କରୁଥିବା ୧୬ ହଜାରରୁ ଅଧିକ ବୈଜ୍ଞାନିକଙ୍କୁ ଚାଇନା ଫେରାଇ ଆଣିଛି। ବୈଜ୍ଞାନିକମାନେ ଏଣିକି ଘରୋଇ...

କରାଚିରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ…

କରାଚି,୧୭।୭ : ସ୍ପାଇସଜେଟ ପରେ ଇଣ୍ଡିଗୋ ବିମାନ ଏବେ ପାକିସ୍ତାନରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା...

ହିଂସାକୁ ନେଇ ଜାତିସଂଘର ଉଦ୍‌ବେଗ

ଜାତିସଂଘ,୧୯।୧୨(ପି.ଟି): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଭାରତରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏହାକୁ ନେଇ ଜାତିସଂଘ...

Advertisement
Archives

Model This Week