ସୁରକ୍ଷା ଲୋଡ଼ିଲେ ୨୭ ବିରୋଧୀ ବିଧାୟକ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଖଣି ଓ ବାଲି ମାଫିଆଙ୍କ ଟାର୍ଗେଟରେ ଥିବା ବିରୋଧୀ ଦଳର ୨୭ଜଣ ବିଧାୟକ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ବାଚସ୍ପତିଙ୍କ ନିକଟରେ ସୁରକ୍ଷା ଦାବି କରିଛନ୍ତି। ଗୁରୁବାର ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ଖଣି ମାଫିଆଙ୍କ ଟାର୍ଗେଟରେ ବିରୋଧୀ ଦଳର ୨୭ ଜଣ ସଦସ୍ୟ ରହିଛନ୍ତି। ହଜାର ହଜାର ଟ୍ରକ୍‌ ବାଲି ବିନା ଟ୍ରାଞ୍ଜିଟ୍‌ ପାସ୍‌ରେ ଚୋରା ଚାଲାଣ ହେଉଛି। ଦୈନିକ ପ୍ରାୟ ୩୫ ହଜାର କୋଟି ଟଙ୍କାର ବାଲିପଥର, ମୋରମ, ମାଟି ଆଦି ଚୋରା ଚାଲାଣ ହେଉଛି। କେତେତଣ ସରକାରୀ ଅଧିକାରୀ ବାଲି ମାଫିଆଙ୍କ ସହ ମିଶି ରାଜ୍ୟକୁ ଲୁଟ୍‌ କରୁଛନ୍ତି । ସରକାରଙ୍କୁ ରାଜସ୍ବ ହାନି ହେଉଛି। ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠାଉଥିଲେ ମଧ୍ୟ କାୈଣସି ପଦକ୍ଷେପ ନିଆଯାଉ ନାହିଁ। ବିଧାୟକମାନଙ୍କୁ ମାରିଦେବାକୁ ଧମକ ମିଳୁଛି। ବାଚସ୍ପତି ଏ ନେଇ ରୁଲିଂ ଦେବା ସହ ବାଲି ମାଫିଆଙ୍କ ସହ ହାତ ମିଶାଇଥିବା ଅଧିକାରୀଙ୍କୁ ଦଣ୍ଡିତ କରିବାକୁ ସେ ଦାବି କରିଥିଲେ। ସେହିପରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କଠାରୁ ସୁରକ୍ଷା ଲୋଡ଼ିଥିଲେ।
ଏଥିସହ ପେଟ୍ରୋଲ, ଡିଜେଲ ଦରବୃଦ୍ଧିକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଢୁଥିବା ତୈଳ ଦରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ଏ ନେଇ ସରକାର ଗୃହରେ ବିବୃତି ଦିଅନ୍ତୁ ନଚେତ ଯେଉଁ ନିଅଁା ଜଳିବ ସେଥିରେ ରାଜ୍ୟ ଓ କେନ୍ଦ୍ର ସରକାର ଛାରଖାର ହୋଇଯିବେ ବୋଲି ସେ କହିଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୯୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭ଟଙ୍କା ୫୨ ପଇସାରେ ପହଞ୍ଚତ୍ଲାଣି। ରାଜ୍ୟ ସରକାର ଡିଜେଲ ଉପରେ ୨୪ ଟଙ୍କା ଓ ପେଟ୍ରୋଲ ଉପରେ ୨୮ ଟଙ୍କା ଟିକସ ନେଉଛନ୍ତି। ୧୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ହେଲାଣି ଗ୍ୟାସ ଦର। ଦରଦାମ ଏତେ ବଢ଼ିଲାଣି ଯେ ଗରିବ ଲୋକଙ୍କ ପାଇଁ ଚଳିବା ମୁସ୍କିଲ ହୋଇ ପଡ଼ିଲାଣି। ରାଜ୍ୟ ସରକାର ଟିକସ ଛାଡ଼ କରିବା ସହ କେନ୍ଦ୍ର ସରକାର ତେଲ ଦର କମାନ୍ତୁ ବୋଲି ସାଲୁଜା ଦାବି କରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଟିକସ ହ୍ରାସ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ କଳା: ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୨। ୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଖାତା ରିଚେକିଂ ଶୁକ୍ରବାରଠାରୁ ଆରମ୍ଭ...

ରାଜ୍ୟରୁ ସୁସ୍ଥ ହେଲେ ୮୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୮୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୦୮୧,୬୬ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ...

ପରପାରିରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି।...

ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ଓଡ଼ିଶାକୁ ମିଳିଲା ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ

ନୂଆଦିଲ୍ଲୀ,୩।୨: ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ମିଳିଛି। କେନ୍ଦ୍ରୀୟ ବଜେଟରେ ମିଳିଥିବା ଏହି ଅନୁଦାନ ସମ୍ପର୍କରେ ଶୁକ୍ରବାର ଖବରଦାତା...

ଡିଜି କଲେଜ ହେଲା ବିଶ୍ୱବିଦ୍ୟାଳୟ

କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଜିଲାର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୭ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା...

ଏଟିଏମ୍‌ ତାଡ଼ି ଲୁଟିନେଲେ ୨୦ ଲକ୍ଷ

ସମ୍ବଲପୁର,୧୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଅତ୍ୟାଧୁନିକ ସରଞ୍ଜାମ ସାହାଯ୍ୟରେ ଏଟିଏମ୍‌...

୪୨ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହଁା ରହିଛି। ୪ଟି ସହର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୧୧ ସହର...

Advertisement
Archives

Model This Week