୨୭.୩ କୋଟି ଭାରତୀୟ ଦାରିଦ୍ର୍ୟମୁକ୍ତ

ଜାତିସଂଘ,୧୮ା୭(ପି.ଟି.): ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ୨୭.୩ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୧୦ ବର୍ଷ ମଧ୍ୟରେ ଭାରତରେ ଗରିବୀ ସର୍ବାଧିକ ହ୍ରାସ ପାଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଓ ମାନବ ବିକାଶ ପଦକ୍ଷେପ (ଓପିଏଚ୍‌ଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଅଧ୍ୟୟନ କରାଯାଇଥିବା ୭୫ ଦେଶ ମଧ୍ୟରୁ ୬୫ରେ ୨୦୦୦ରୁ ୨୦୧୯ ମଧ୍ୟରେ ବହୁ ଦିଗରୁ ଦାରିଦ୍ର୍ୟ (ମଲ୍ଟିଡାଇମେନଶନାଲ ପ୍ରଭର୍ଟି)ସ୍ତର ଯଥେଷ୍ଟ ହ୍ରାସ ପାଇଛି।
ଦାରିଦ୍ର୍ୟ ଅର୍ଥ ଲୋକେ ବିଭିନ୍ନ ଦିଗରୁ ସମ୍ମୁଖୀନ ହେଉଥିବା ଅଭାବ। ଅର୍ଥାଭାବ ସାଙ୍ଗକୁ ଖରାପ ସ୍ବାସ୍ଥ୍ୟ, ଶିକ୍ଷାର ଅଭାବ, ଅପର୍ଯ୍ୟାପ୍ତ ଜୀବନଧାରଣ ମାନ, ନିମ୍ନମାନର କାର୍ଯ୍ୟ, ହିଂସା ଭୟ, ବିପଦସଙ୍କୁଳ ବାସସ୍ଥାନ ପରିବେଶ ଆଦିକୁ ବହୁମୁଖୀ ଦାରିଦ୍ର୍ୟ କୁହାଯାଇଥାଏ। ୬୫ଟି ଦେଶରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମ୍‌ପିଆଇ) ମୂଲ୍ୟ ହ୍ରାସ ପାଇବା ସହ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ ରହୁଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତରେ ସର୍ବାଧିକ ୨୭.୩ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିଥିବା ଏହି ରିପୋର୍ଟରେ କୁହାଯାଇଛି। ଭାରତ ସମେତ ଆର୍ମେନିଆ, ନିକାରାଗୁଆ, ନର୍ଥ ମାସେଡୋନିଆ ୫.୫ରୁ ୧୦.୫ ବର୍ଷ ମଧ୍ୟରେ ସେମାନଙ୍କର ବିଶ୍ୱିକ ଏମ୍‌ପିଆଇ ମୂଲ୍ୟ ଅଧାକୁ କମାଇପାରିଛନ୍ତି। ସେହିପରି ଭାରତ ସମେତ ବାଂଲାଦେଶ, ବଲିଭିଆ, କିଙ୍ଗ୍‌ଡମ୍‌ ଅଫ୍‌ ଏସ୍ବାଟିନି, ଗାବନ, ଗମ୍ବିଆ, ଗୁଏନା, ଲାଇବେରିଆ, ମାଲି, ମୋଜାମ୍ବିକ୍‌, ନିକାରାଗୁଆ, ନେପାଳ, ର୍ବାଣ୍ଡା ଆଦି ୧୪ଟି ଦେଶ ସେମାନଙ୍କ ଅଞ୍ଚଳରେ ଦାରିଦ୍ର୍ୟ କମାଇବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନର କରୋନା ମହାମାରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ମହାମାରୀ ପୂର୍ବରୁ ଦାରିଦ୍ର୍ୟ ହ୍ରାସରେ ଆଶାନୁରୂପ ବିକାଶ ହୋଇଥିଲା ବୋଲି ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମହାମାରୀ ପରେ ବିଶ୍ୱର ଦାରିଦ୍ର୍ୟ ଉପରେ ଏହାର କିଭଳି ପ୍ରଭାବ ପଡ଼ିଛି ତାହାର ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ତେବେ କୁପୋଷଣ ଏବଂ ସ୍କୁଲ୍‌ ଉପସ୍ଥାନ ଦୃଷ୍ଟିରୁ ଦେଖିଲେ ୭୦ଟି ବିକାଶଶୀଳ ରାଷ୍ଟ୍ର ଗୁରୁତର ପ୍ରଭାବିତ ହୋଇଛନ୍ତି।
ତଥ୍ୟ ଅନୁଯାୟୀ ୧୦୭ଟି ବିକାଶଶୀଳ ଦେଶର ୧୩୦ କୋଟି ଲୋକ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ବୟସ ୧୮ ବର୍ଷରୁ କମ୍‌। ୧୦.୭ କୋଟିଙ୍କ ବୟସ ୬୦ ବର୍ଷ କିମ୍ବା ଏହାଠାରୁ ଅଧିକ। ଏମାନଙ୍କ ପ୍ରତି କରୋନା ଭୟ ଅଧିକ ବୋଲି କୁହାଯାଉଛି। ବହୁମୁଖୀ ଦାରିଦ୍ରଙ୍କ ମଧ୍ୟରୁ ୮୪.୩ ପ୍ରତିଶତ ସବ୍‌-ସାହାରା ଆଫ୍ରିକା ଅଞ୍ଚଳରେ ରହୁଛନ୍ତି। ପ୍ରତିଷେଧକ ଟିକା ନେଇ ନ ଥିବା ୬୦ ପ୍ରତିଶତ ପିଲା ୧୦ଟି ଦେଶରେ ରହୁଛନ୍ତି। ଡିଟିପି୩ ଟିକା ନେଇ ନ ଥିବା ୪୦ ପ୍ରତିଶତ ପିଲା ଭାରତ, ପାକିସ୍ତାନ, ନାଇଜେରିଆ ଓ ଇଣ୍ଡୋନେସିଆରେ ରହୁଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri