Posted inUncategorized

କେନ୍ଦ୍ର ତାଲିକାରେ ୨୬ ବିଲ୍‌

ନୂଆଦିଲ୍ଲୀ,୨୫।୧୧: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଓ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସମେତ ମୋଟ ୨୬ଟି ବିଲ୍‌ ମୋଦି ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି। ଉକ୍ତ ୨୬ ବିଲ୍‌କୁ ବୁଧବାର ସରକାରଙ୍କ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି।
ଲେଜିସ୍‌ଲେଟିଭ୍‌ ବିଜ୍‌ନେସ୍‌ ଲିଷ୍ଟ ଅନୁସାରେ ପୂର୍ବର ୩ ଅଧ୍ୟାଦେଶକୁ ହଟାଇବା ଲାଗି ୩ ବିଲ୍‌କୁ ତାଲିକାଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ନାର୍କୋଟିକ୍ସ ଡ୍ରଗ୍‌ ଆଣ୍ଡ ସାଇକୋଟିକ୍‌ ସବ୍‌ଷ୍ଟାନ୍ସେସ୍‌ ବିଲ୍‌, ଯାହା ବଳରେ ସମାନ ନାମରେ ଥିବା ଏକ ଆଇନରେ ସଂଶୋଧନ କରାଯିବ। ସେହିପରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ବିଲ୍‌ ଏବଂ ଦିଲ୍ଲୀ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ (ସଂଶୋଧନ) ବିଲ୍‌। କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ଏହି ଦୁଇ ବିଧେୟକରେ ପ୍ରସ୍ତାବ ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୩ କୃଷି ଆଇନ ଉଚ୍ଛେଦ ବିଲ୍‌, ଯାହାକି ଗତବର୍ଷ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଗୃହୀତ ୩ ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଏହି ୩ ଆଇନ ରଦ୍ଦ ନେଇ ଘୋଷଣା କରିବା ସହ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। ଏହାବାଦ୍‌ ସରକାରଙ୍କ ତାଲିକାରେ କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେଶନ୍‌ ଅଫ୍‌ ଅଫିସିଆଲ କରେନ୍ସି ବିଲ୍‌ ରହିଛି। ଉକ୍ତ ବିଲ୍‌ ଜରିଆରେ କେତେକକୁ ବାଦ୍‌ ଦେଇ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ଲଗାମ ଲାଗିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଦେଶର ଅଫିସିଆଲ୍‌ ଡିଜିଟାଲ କ୍ରିପ୍ଟୋକରେନ୍ସି ଜାରି କରିବାକୁ ଅନୁମତି ମିଳିବ। ସେହିପରି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଉ ଏକ ବିଲ୍‌ ଆସିବାକୁ ଯାଉଛି। ନିର୍ବାଚନମୁହଁା ଉତ୍ତରପ୍ରଦେଶର ଏସ୍‌ସି ଏବଂ ଏସ୍‌ଟି ତାଲିକାରେ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବା ପାଇଁ ମଧ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଅନୁରୂପ ଭାବେ ତ୍ରିପୁରାର ଏସ୍‌ସି ଏବଂ ଏସ୍‌ଟି ତାଲିକାରେ ସଂଶୋଧନ ପାଇଁ ମଧ୍ୟ ଏକ ବିଲ୍‌ ଆସିବାକୁ ଯାଉଛି। ଉଚ୍ଚ ନ୍ୟାୟପାଳିକାର ବିଚାରପତିମାନଙ୍କ ଦରମା ଆଇନରେ ସଂଶୋଧନ ନିମନ୍ତେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି (ଦରମା ଓ ସେବା ସର୍ତ୍ତ) ସଂଶୋଧନ ବିଲ୍‌, ୨୦୨୧ ଅଣାଯିବ। ଗୃହକାର୍ଯ୍ୟ ବିବରଣୀରେ ସ୍ଥାନ ପାଇଥିବା ଅନ୍ୟ ବିଧେୟକଗୁଡ଼ିକ ହେଲା ଇନ୍‌ସଲଭାନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍‌ (ସେକେଣ୍ଡ ଆମେଣ୍ଡମେଣ୍ଟ) ବିଲ୍‌ ଏବଂ ପେନ୍‌ସନ ଫଣ୍ଡ ରେଗୁଲେଟୋରି ଡେଭେଲପ୍‌ମେଣ୍ଟ ଅଥରିଟି (ଆମେଣ୍ଡମେଣ୍ଟ) ବିଲ୍‌। ସେହିପରି ଇଣ୍ଟର-ସର୍ଭିସେସ୍‌ ଅର୍ଗାନାଇଜେଶନ୍ସ (କମାଣ୍ଡ, କଣ୍ଟ୍ରୋଲ ଆଣ୍ଡ ଡିସିପ୍ଲିନ୍‌) ବିଲ୍‌, ଆପ୍ରବାସନ ବିଲ୍‌, ନ୍ୟାଶନାଲ ଆଣ୍ଟାଇ ଡୋପିଂ ବିଲ୍‌, ଟ୍ରାଫିକିଂ ଅଫ୍‌ ପର୍ସନ୍ସ (ପ୍ରଭେନ୍ସନ, ପ୍ରୋଟେକ୍ସନ ଆଣ୍ଡ ରିହାବିଲିଟେଶନ) ବିଲ୍‌, ୨୦୨୧ ଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri