Posted inUncategorized

କେନ୍ଦ୍ର ତାଲିକାରେ ୨୬ ବିଲ୍‌

ନୂଆଦିଲ୍ଲୀ,୨୫।୧୧: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଓ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସମେତ ମୋଟ ୨୬ଟି ବିଲ୍‌ ମୋଦି ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି। ଉକ୍ତ ୨୬ ବିଲ୍‌କୁ ବୁଧବାର ସରକାରଙ୍କ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି।
ଲେଜିସ୍‌ଲେଟିଭ୍‌ ବିଜ୍‌ନେସ୍‌ ଲିଷ୍ଟ ଅନୁସାରେ ପୂର୍ବର ୩ ଅଧ୍ୟାଦେଶକୁ ହଟାଇବା ଲାଗି ୩ ବିଲ୍‌କୁ ତାଲିକାଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ନାର୍କୋଟିକ୍ସ ଡ୍ରଗ୍‌ ଆଣ୍ଡ ସାଇକୋଟିକ୍‌ ସବ୍‌ଷ୍ଟାନ୍ସେସ୍‌ ବିଲ୍‌, ଯାହା ବଳରେ ସମାନ ନାମରେ ଥିବା ଏକ ଆଇନରେ ସଂଶୋଧନ କରାଯିବ। ସେହିପରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ବିଲ୍‌ ଏବଂ ଦିଲ୍ଲୀ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ (ସଂଶୋଧନ) ବିଲ୍‌। କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ଏହି ଦୁଇ ବିଧେୟକରେ ପ୍ରସ୍ତାବ ରହିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୩ କୃଷି ଆଇନ ଉଚ୍ଛେଦ ବିଲ୍‌, ଯାହାକି ଗତବର୍ଷ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଗୃହୀତ ୩ ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଏହି ୩ ଆଇନ ରଦ୍ଦ ନେଇ ଘୋଷଣା କରିବା ସହ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। ଏହାବାଦ୍‌ ସରକାରଙ୍କ ତାଲିକାରେ କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେଶନ୍‌ ଅଫ୍‌ ଅଫିସିଆଲ କରେନ୍ସି ବିଲ୍‌ ରହିଛି। ଉକ୍ତ ବିଲ୍‌ ଜରିଆରେ କେତେକକୁ ବାଦ୍‌ ଦେଇ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ଲଗାମ ଲାଗିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଦେଶର ଅଫିସିଆଲ୍‌ ଡିଜିଟାଲ କ୍ରିପ୍ଟୋକରେନ୍ସି ଜାରି କରିବାକୁ ଅନୁମତି ମିଳିବ। ସେହିପରି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଉ ଏକ ବିଲ୍‌ ଆସିବାକୁ ଯାଉଛି। ନିର୍ବାଚନମୁହଁା ଉତ୍ତରପ୍ରଦେଶର ଏସ୍‌ସି ଏବଂ ଏସ୍‌ଟି ତାଲିକାରେ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବା ପାଇଁ ମଧ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଅନୁରୂପ ଭାବେ ତ୍ରିପୁରାର ଏସ୍‌ସି ଏବଂ ଏସ୍‌ଟି ତାଲିକାରେ ସଂଶୋଧନ ପାଇଁ ମଧ୍ୟ ଏକ ବିଲ୍‌ ଆସିବାକୁ ଯାଉଛି। ଉଚ୍ଚ ନ୍ୟାୟପାଳିକାର ବିଚାରପତିମାନଙ୍କ ଦରମା ଆଇନରେ ସଂଶୋଧନ ନିମନ୍ତେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି (ଦରମା ଓ ସେବା ସର୍ତ୍ତ) ସଂଶୋଧନ ବିଲ୍‌, ୨୦୨୧ ଅଣାଯିବ। ଗୃହକାର୍ଯ୍ୟ ବିବରଣୀରେ ସ୍ଥାନ ପାଇଥିବା ଅନ୍ୟ ବିଧେୟକଗୁଡ଼ିକ ହେଲା ଇନ୍‌ସଲଭାନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍‌ (ସେକେଣ୍ଡ ଆମେଣ୍ଡମେଣ୍ଟ) ବିଲ୍‌ ଏବଂ ପେନ୍‌ସନ ଫଣ୍ଡ ରେଗୁଲେଟୋରି ଡେଭେଲପ୍‌ମେଣ୍ଟ ଅଥରିଟି (ଆମେଣ୍ଡମେଣ୍ଟ) ବିଲ୍‌। ସେହିପରି ଇଣ୍ଟର-ସର୍ଭିସେସ୍‌ ଅର୍ଗାନାଇଜେଶନ୍ସ (କମାଣ୍ଡ, କଣ୍ଟ୍ରୋଲ ଆଣ୍ଡ ଡିସିପ୍ଲିନ୍‌) ବିଲ୍‌, ଆପ୍ରବାସନ ବିଲ୍‌, ନ୍ୟାଶନାଲ ଆଣ୍ଟାଇ ଡୋପିଂ ବିଲ୍‌, ଟ୍ରାଫିକିଂ ଅଫ୍‌ ପର୍ସନ୍ସ (ପ୍ରଭେନ୍ସନ, ପ୍ରୋଟେକ୍ସନ ଆଣ୍ଡ ରିହାବିଲିଟେଶନ) ବିଲ୍‌, ୨୦୨୧ ଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri