ଭୋକରେ ପ୍ରତିଦିନ ୨୫ ହଜାର ଲୋକଙ୍କ ଜୀବନ ଯାଉଛି, ଜାତିସଂଘ ରିପୋର୍ଟ…

ଜେନେଭା, ୨୪।୬ : ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁଯାୟୀ, ଭୋକ ଉପାସ କାରଣରୁ ସାରା ବିଶ୍ୱରେ ପ୍ରତିଦିନ ୨୫ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟକ ଶିଶୁ ଅଛନ୍ତି। ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ପ୍ରତିଦିନ ଦଶ ହଜାର ଶିଶୁଙ୍କର ଭୋକରେ ଜୀବନ ଯାଉଛି। ଏଥି ସହିତ, ବିଶ୍ୱର ପ୍ରାୟ ୮୫୪ ନିୟୁତ ଲୋକ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ବୋଲି ଆକଳନ କରାଯାଇଛି। ଅନୁମାନ କରାଯାଇଛି ଯେ ଖାଦ୍ୟ ସାମଗ୍ରୀର ଦରଦାମରେ ଦ୍ରୁତ ଗତିରେ ବୃଦ୍ଧି ହେତୁ ଏହି ସଂଖ୍ୟା ଖୁବ୍‌ ଶୀଘ୍ର ୧୦୦ ନିୟୁତ ଛୁଇଁବାର ଆଶଙ୍କା ରହିଛି। ରିପୋର୍ଟରେ କୁହାଯାଇଛି ଯେ ସହରାଞ୍ଚଳର ଗରିବ, ବିସ୍ଥାପିତ ଜନସଂଖ୍ୟା, ଗ୍ରାମାଞ୍ଚଳର ଭୂମିହୀନଙ୍କ ସମେତ ଅଧିକାଂଶ ଛୋଟ ଚାଷୀ ପୁଷ୍ଟିହୀନତାର ଶିକାର ହେବାର ଆଶଙ୍କା ଅଧିକ ରହିଛି।

ଏହି କ୍ଷୁଧା ସଙ୍କଟ ସମ୍ପର୍କରେ ଜାତିସଂଘ ଦାବି କରିଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଜନସଂଖ୍ୟା ବୃଦ୍ଧି, ଆୟର ଉନ୍ନତି ଏବଂ ଖାଦ୍ୟର ବିବିଧତା ଖାଦ୍ୟର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୦୦ ପୂର୍ବରୁ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଯୋଗୁ ଖାଦ୍ୟ ମୂଲ୍ୟରେ ହ୍ରାସ ଘଟିଥିଲା। ଅବଶ୍ୟ, ସେହି ସମୟରେ କୃଷି କ୍ଷେତ୍ରରେ ସରକାରୀ ତଥା ବେସରକାରୀ ପୁଞ୍ଜି ବିନିଯୋଗରେ ହ୍ରାସ ଘଟିଥିଲା ଏବଂ ବିଶେଷ ଭାବରେ ମୁଖ୍ୟ ଖାଦ୍ୟ ଉତ୍ପାଦନରେ ଅଧିକାଂଶ ବିକାଶଶୀଳ ଦେଶରେ ଫସଲ ଅମଳ କମ ହୋଇଥିଲା।

ରିପୋର୍ଟରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ହେବାର ଅନ୍ୟ ଏକ କାରଣ ହେଉଛି ସହରୀକରଣ ସହ କୃଷି ଜମିକୁ ଅଣ କୃଷି ବ୍ୟବହାରରେ ପରିଣତ କରିବାକୁ ଲାଗି ରହିଥିବା ପ୍ରତିଯୋଗୀତା । ଫଳସ୍ବରୂପ ଖାଦ୍ୟଶସ୍ୟର କମ ବିକ୍ରି ଦାମ କୃଷକମାନଙ୍କୁ ବିକଳ୍ପ ଖାଦ୍ୟ ଏବଂ ଅଣ-ଖାଦ୍ୟ ଫସଲ ଚାଷ କରିବାକୁ ଉତ୍ସାହିତ କରିଛି। ଜାତିସଂଘ ଏହାର ନୂତନ ରିପୋର୍ଟରେ ବିଶ୍ୱ ଖାଦ୍ୟ ସଙ୍କଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଏହି ରିପୋର୍ଟ ଦେଶ ଏବଂ ଅଞ୍ଚଳ ଉପରେ ପର୍ଯ୍ୟବେସିତ। ଖାଦ୍ୟ ସଙ୍କଟର ଗମ୍ଭୀରତା ସ୍ଥାନୀୟ ସମ୍ବଳ ଏବଂ ସାମର୍ଥ୍ୟଠାରୁ ବହୁଗୁଣିତ ଅଟେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଥିଲେ। ଏଭଳି ପରିସ୍ଥିତିରେ ଏହି ଲୋକଙ୍କୁ ବଞ୍ଚାଇବା ଏବଂ ଅନାହାର ମୃତ୍ୟୁକୁ ଏଡାଇବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri