ଭୋକରେ ପ୍ରତିଦିନ ୨୫ ହଜାର ଲୋକଙ୍କ ଜୀବନ ଯାଉଛି, ଜାତିସଂଘ ରିପୋର୍ଟ…

ଜେନେଭା, ୨୪।୬ : ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁଯାୟୀ, ଭୋକ ଉପାସ କାରଣରୁ ସାରା ବିଶ୍ୱରେ ପ୍ରତିଦିନ ୨୫ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟକ ଶିଶୁ ଅଛନ୍ତି। ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ପ୍ରତିଦିନ ଦଶ ହଜାର ଶିଶୁଙ୍କର ଭୋକରେ ଜୀବନ ଯାଉଛି। ଏଥି ସହିତ, ବିଶ୍ୱର ପ୍ରାୟ ୮୫୪ ନିୟୁତ ଲୋକ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ବୋଲି ଆକଳନ କରାଯାଇଛି। ଅନୁମାନ କରାଯାଇଛି ଯେ ଖାଦ୍ୟ ସାମଗ୍ରୀର ଦରଦାମରେ ଦ୍ରୁତ ଗତିରେ ବୃଦ୍ଧି ହେତୁ ଏହି ସଂଖ୍ୟା ଖୁବ୍‌ ଶୀଘ୍ର ୧୦୦ ନିୟୁତ ଛୁଇଁବାର ଆଶଙ୍କା ରହିଛି। ରିପୋର୍ଟରେ କୁହାଯାଇଛି ଯେ ସହରାଞ୍ଚଳର ଗରିବ, ବିସ୍ଥାପିତ ଜନସଂଖ୍ୟା, ଗ୍ରାମାଞ୍ଚଳର ଭୂମିହୀନଙ୍କ ସମେତ ଅଧିକାଂଶ ଛୋଟ ଚାଷୀ ପୁଷ୍ଟିହୀନତାର ଶିକାର ହେବାର ଆଶଙ୍କା ଅଧିକ ରହିଛି।

ଏହି କ୍ଷୁଧା ସଙ୍କଟ ସମ୍ପର୍କରେ ଜାତିସଂଘ ଦାବି କରିଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଜନସଂଖ୍ୟା ବୃଦ୍ଧି, ଆୟର ଉନ୍ନତି ଏବଂ ଖାଦ୍ୟର ବିବିଧତା ଖାଦ୍ୟର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୦୦ ପୂର୍ବରୁ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଯୋଗୁ ଖାଦ୍ୟ ମୂଲ୍ୟରେ ହ୍ରାସ ଘଟିଥିଲା। ଅବଶ୍ୟ, ସେହି ସମୟରେ କୃଷି କ୍ଷେତ୍ରରେ ସରକାରୀ ତଥା ବେସରକାରୀ ପୁଞ୍ଜି ବିନିଯୋଗରେ ହ୍ରାସ ଘଟିଥିଲା ଏବଂ ବିଶେଷ ଭାବରେ ମୁଖ୍ୟ ଖାଦ୍ୟ ଉତ୍ପାଦନରେ ଅଧିକାଂଶ ବିକାଶଶୀଳ ଦେଶରେ ଫସଲ ଅମଳ କମ ହୋଇଥିଲା।

ରିପୋର୍ଟରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ହେବାର ଅନ୍ୟ ଏକ କାରଣ ହେଉଛି ସହରୀକରଣ ସହ କୃଷି ଜମିକୁ ଅଣ କୃଷି ବ୍ୟବହାରରେ ପରିଣତ କରିବାକୁ ଲାଗି ରହିଥିବା ପ୍ରତିଯୋଗୀତା । ଫଳସ୍ବରୂପ ଖାଦ୍ୟଶସ୍ୟର କମ ବିକ୍ରି ଦାମ କୃଷକମାନଙ୍କୁ ବିକଳ୍ପ ଖାଦ୍ୟ ଏବଂ ଅଣ-ଖାଦ୍ୟ ଫସଲ ଚାଷ କରିବାକୁ ଉତ୍ସାହିତ କରିଛି। ଜାତିସଂଘ ଏହାର ନୂତନ ରିପୋର୍ଟରେ ବିଶ୍ୱ ଖାଦ୍ୟ ସଙ୍କଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଏହି ରିପୋର୍ଟ ଦେଶ ଏବଂ ଅଞ୍ଚଳ ଉପରେ ପର୍ଯ୍ୟବେସିତ। ଖାଦ୍ୟ ସଙ୍କଟର ଗମ୍ଭୀରତା ସ୍ଥାନୀୟ ସମ୍ବଳ ଏବଂ ସାମର୍ଥ୍ୟଠାରୁ ବହୁଗୁଣିତ ଅଟେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଥିଲେ। ଏଭଳି ପରିସ୍ଥିତିରେ ଏହି ଲୋକଙ୍କୁ ବଞ୍ଚାଇବା ଏବଂ ଅନାହାର ମୃତ୍ୟୁକୁ ଏଡାଇବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?