ନଗଡ଼ା ଶିଶୁ ମୃତ୍ୟୁ ଘଟଣା: ତଥ୍ୟ ନ ଦେବାରୁ ୨୫ ହଜାର ଜରିମାନା

ଯାଜପୁର ଅଫିସ,୧୮ା୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ପରେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ନଗଡ଼ାରେ ବାଲ୍ୟ ବିବାହ ସାଙ୍ଗକୁ ପୁଷ୍ଟିହୀନତା ଶତପ୍ରତିଶତ ହ୍ରାସ ପାଇନାହିଁ। ଏହିକ୍ରମରେ ପ୍ରଦୀପ ପ୍ରଧାନ ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅନୁଯାୟୀ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଦେବାରେ ପ୍ରଶାସନ ବିଫଳ ହେବାରୁ ଆବେଦନକାରୀଙ୍କ ପକ୍ଷରୁ ଅପିଲ କରାଯିବା ପରେ ରାଜ୍ୟ ସୂଚନା କମିଶନର ଦିଲୀପ କୁମାର ବିଶୋୟୀ ତତ୍କାଳୀନ ଯାଜପୁର ଡିଆରଡିଏ ପିଡି ଇନ୍ଦ୍ରମଣି ନାୟକଙ୍କଠାରୁ ୨୦ ହଜାର ଏବଂ ପିଆଇଓ ସଞ୍ଜୟ କୁମାର ପଣ୍ଡାଙ୍କଠାରୁ ୫ ହଜାର ମୋଟ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଡିଆରଡିଏ ପିଡିଙ୍କୁ ଉପରୋକ୍ତ ଅର୍ଥ ଉଭୟ ଅଧିକାରୀଙ୍କ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଦରମା/ପେନସନ୍‌ରୁ କାଟିବାକୁ ଦାୟିତ୍ୱ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରାଗଲେ ଉକ୍ତ ଅର୍ଥ ଦାୟିତ୍ୱ ଦିଆଯାଇଥିବା ପିଡିଙ୍କଠାରୁ ଆଦାୟ କରାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି। ପିଡି ନାୟକ ବର୍ତ୍ତମାନ ଭଦ୍ରକ ଡିଆରଡିଏ ପିଡି ଭାବେ କାର୍ଯ୍ୟ କରୁଥିବାବେଳେ ପିଆଇଓ ପଣ୍ଡା ଅବସର ନେଇ ସାରିଛନ୍ତି।
ସୂଚନା ଅନୁସାରେ, ୨୦୧୬ ଜୁନ ଶେଷବେଳକୁ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା। ଏହାପରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ନଗଡ଼ାରେ ବିଭିନ୍ନ ସରକାରୀ ଯୋଜନା ଆରମ୍ଭ କରାଯାଇଥିଲା। ବଣଜଙ୍ଗଲ ଘେରା ପାହାଡ଼ ଅତିକ୍ରମ କରି ନଗଡାକୁ ରାସ୍ତା ତିଆରି ହୋଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ସମୟରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ନଗଡ଼ାର ମହିଳା ଏବଂ ଶିଶୁଙ୍କ ଜୀବନ ଓ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ତଥ୍ୟ ମାଗିଥିଲେ। ତେବେ ଏନେଇ ପ୍ରଶାସନ ବିଫଳ ହେବାରୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ୩୦୦/୨୦୧୭ରେ ଅଭିଯୋଗ ଦାଖଲ କରିଥିଲେ। ଏନେଇ ତତ୍କାଳୀନ ପିଡି ନାୟକ ଏବଂ ପିଆଇଓ ପଣ୍ଡାଙ୍କୁ ସୂଚନା କମିଶନର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ପଣ୍ଡା ତାଙ୍କ ଉତ୍ତରରେ ତଥ୍ୟ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟତା ନ ଥିବା ଦର୍ଶାଇ ପୁଣି ଥରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ଦର୍ଶାଇଥିଲେ। କିନ୍ତୁ ଏହି ପରାମର୍ଶ ପତ୍ର ଆବେଦନକାରୀ ପାଇ ନଥିଲେ ବୋଲି କମିଶନରଙ୍କୁ ଜଣାଇଥିଲେ। ଏପରିକି ପିଆଇଓ ପଣ୍ଡା ଉକ୍ତ ପତ୍ର ପ୍ରେରଣ କରିଥିବା ସମ୍ପର୍କରେ କୌଣସି ପ୍ରମାଣ ଦାଖଲ କରି ପାରି ନ ଥିଲେ। ଏ ସଂକ୍ରାନ୍ତରେ ତକତ୍ାଳୀନ ପିଡି ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ସମୟ ଅଛି। ଆଗାମୀ ଦିନରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri