ଆଜିଠୁ ପରିବର୍ତ୍ତିତ ଜିଏସ୍‌ଟି

ଭୁବନେଶ୍ୱର,୧୮ା୭: ଗତ କିଛି ଦିନ ତଳେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) କାଉନସିଲ ବୈଠକର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ରୁ ସାରା ଦେଶରେ ନୂଆ ପରୋକ୍ଷ କର ହାର ଲାଗୁ ହେବାକୁ ଯାଉଛି। ଫଳରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ। ସାଧାରଣ ଲୋକର ଦୈନନ୍ଦିନ ଖାଦ୍ୟ ମୁଢ଼ି, ଚୁଡ଼ା ଓ ଅଟା ଉପରେ ଏହି କର ଲାଗୁ ହେଉଥିବାରୁ ସମସ୍ତେ କଲବଲ ହେବା ଥୟ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଦେଶବାସୀ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ବିରୋଧୀ ମଧ୍ୟ ହତବାକ ହୋଇପଡିଛନ୍ତି। ବଜାର ବିଶେଷଜ୍ଞଙ୍କ ମତରେ ପରିବର୍ତ୍ତିତ ଜିଏସ୍‌ଟି ହାର ଯୋଗୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିବ।
ପୂର୍ବରୁ ପ୍ୟାକ୍‌ ହୋଇଥିବା ତଥା ଲେବୁଲ ଲଗା (ଫ୍ରୋଜନକୁ ବାଦ ଦେଇ) ହୋଇ ଯାଇଥିବା ଖାଦ୍ୟ ପଦାର୍ଥ ଯେପରି ଅଟା, ପନିର, ଦହି, ମାଛ, ମହୁ, ଶୁଖିଲା ମଖାନା (ଖଇ), ଶୁଖିଲା ସୋୟାବିନ, ମଟର ଭଳି ଉତ୍ପାଦ, ଚୁଡ଼ା, ମୁଢ଼ି, ଘୋଳ ଦହି, ପଇଡ଼, ଗୁଡ଼, ଚାଉଳ, ଓଟସ୍‌, ବାର୍ଲି, ପାଣି ଏବଂ ଅଟା ଆଦି ଉପରେ ୫% ଜିଏସଟି ଲାଗୁ ହେବ। ତେବେ ପଇଡ଼ ଉପରେ ୧୨% ଜିଏସଟି ଲାଗୁ ନିମନ୍ତେ ବିଗତ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅପରପକ୍ଷରେ ଖୋଲାରେ ବିକ୍ରି ହେଉଥିବା ଉପରୋକ୍ତ ସାମଗ୍ରୀ ପୂର୍ବ ପରି ଜିଏସଟି ପରିସରରୁ ବାଦ ରହିବ। ଅପରପକ୍ଷରେ ୫ ହଜାର ଟଙ୍କାରୁ ଅଧିକ ଭଡ଼ାର ହସ୍ପିଟାଲ କ୍ୟାବିନ୍‌ ଲାଗି ମଧ୍ୟ ଜିଏସଟି ଆଦାୟ ହେବ। ଦୈନିକ ୧,୦୦୦ଟଙ୍କାରୁ କମ୍‌ ମୂଲ୍ୟର ହୋଟେଲ ରୁମ୍‌ ପାଇଁ ମଧ୍ୟ ୧୨% ଜିଏସଟି ପୈଠ କରିବାକୁ ପଡ଼ିବ। ଏପର୍ଯ୍ୟନ୍ତ ଏହି ସବୁ ସେବା ଓ ସାମଗ୍ରୀ ଉପରେ କୌଣସି କର ଦେବାକୁ ପଡୁ ନ ଥିଲା। ଏହି ନୂଆ ଟିକସ ହାରରେ ଟ୍ରେଟ୍ରା ପ୍ୟାକ୍‌, ବ୍ୟାଙ୍କ ପକ୍ଷରୁ ଜାରି ଚେକ୍‌ ଉପରେ ୧୮% ଓ ଶିକ୍ଷା ଉପକରଣ ଆଟଲାସ୍‌ ସମେତ ନକ୍ସା ଓ ଚାର୍ଟ ଉପରେ ୧୨% ଜିଏସଟି ଲାଗିବ ବୋଲି ଜଣାପଡିଛି। ଏହା ଛଡା ପ୍ରିଣ୍ଟିଂ, ଡ୍ରଇଂ ଇଙ୍କ୍‌, ଧାରୁଆ ଛୁରି, କାଗଜ କଟା ଛୁରି, ପେନସିଲ କଟର, ଏଲ୍‌ଇଡି ଲ୍ୟାମ୍ପ୍‌, ଡ୍ରଇଂ ଓ ମାର୍କିଂ ହେଉଥିବା ଉତ୍ପାଦ ଉପରେ ବର୍ଦ୍ଧିତ କର ୧୮% କରିଦିଆଯାଇଛି। ସେହିପରି ସୌର ୱାଟର ହିଟର ଉପରେ ଏବେଠୁ ୧୨% ଶୁଳ୍କ ଧାର୍ଯ୍ୟ ହୋଇଛି। ପୂର୍ବରୁ ଏଥିପାଇଁ ୫% ଶୁଳ୍କ ଆଦାୟ ହେଉଥିଲା। ଏହାଛଡ଼ା ସଡ଼କ, ପୋଲ, ରେଳପଥ, ମେଟ୍ରୋ, ୱେଷ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଓ ଶବଦାହ ଗୃହ ଲାଗି ଜାରି ହେଉଥିବା ୱାର୍କ କଣ୍ଟ୍ରାକ୍ଟ ଉପରେ ଏଣିକି ୧୮% ଜିଏସଟି ଲାଗିବ। ଏ ପର୍ଯ୍ୟନ୍ତ ଏହି ସବୁ ଲାଗି ୧୨% ଟିକସ ଆକାରର କର ଅସୁଲ ହେଉଥିଲା। ତେବେ ରୋପ୍‌ ୱେ ମାଧ୍ୟମରେ ବସ୍ତୁ ଓ ଯାତ୍ରୀ ପରିବହନ ସମେତ କେତେକ ସର୍ଜରି ସମ୍ପର୍କିତ ଉପକରଣ ଉପରେ କର ହାର ହ୍ରାସ କରି ୫% କରାଯାଇଛି। ତେବେ ପୂର୍ବରୁ ଏହା ୧୨% ରହିଥିଲା। ଟ୍ରକ୍‌, ମାଲ ପରିବହନ ଲାଗି ବ୍ୟବହାର ହେଉଥିବା ବାହନ (ଯେଉଁଥିରେ ଇନ୍ଧନର ଆବଶ୍ୟକତା ଅଛି) ସେବା ଉପରେ ଏବେ ୧୨% ଶୁଳ୍କ ଅସୁଲ ହେବ। ପୂର୍ବରୁ ଏହି ସବୁ ସେବା ଲାଗି ୧୮% ଜିଏସଟି ସଂଗ୍ରହ କରାଯାଉଥିଲା। ଏହାଛଡ଼ା ବାଗଡୋଗ୍ରାରୁ ପୂର୍ବୋତ୍ତର ରାଜ୍ୟଙ୍କୁ ବିମାନ ଯାତ୍ରାରେ ଜିଏସଟି ରିହାତି ଏବେ ଇକୋନମି କ୍ଲାସ ପର୍ଯ୍ୟନ୍ତ ସୀମିତ ରହିବ। ଆଗକୁ ଆରବିଆଇ, ବୀମା ନିୟାମକ ଓ ବିକାଶ ପ୍ରାଧିକରଣ, ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ଙ୍କ ସେବା ସହିତ ଆବାସିକ ବାସଗୃହ ବ୍ୟବସାୟୀଙ୍କୁ ଭଡ଼ାରେ ଦେଲେ ଏଣିକି କର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri