ଆତଙ୍କରେ ୨୫୦ ମହିଳା ବିଚାରପତି

ହେଗ୍‌/କାବୁଲ,୪।୯: ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାର ଚାଲିଥିବା ପର୍ଯ୍ୟନ୍ତ ମହିଳା ବିଚାରପତିମାନେ କୋର୍ଟକୁ ଯାଇ ଶୁଣାଣି କରୁଥିଲେ। ତାଲିବାନ୍‌ର କାବୁଲ ଦଖଲ ସହ ବିଦେଶୀ ସୈନ୍ୟ ଫେରିଯିବା ପରେ ସେମାନେ ଆତଙ୍କରେ ଜୀବନ ବିତାଉଛନ୍ତି। କାରଣ ମହିଳା ଜଜ୍‌ମାନେ ଯେଉଁ ତାଲିବାନ୍‌ ଆତଙ୍କବାଦୀମାନଙ୍କୁ ଜେଲ ପଠାଇଥିଲେ ସେମାନେ ଏବେ ମୁକୁଳା ବୁଲୁଛନ୍ତି। ବନ୍ଧୁକ ଧରି ମହିଳା ବିଚାରପତିମାନଙ୍କୁ ମାରିବା ପାଇଁ ଖୋଜୁଛନ୍ତି।

ଆଫଗାନିସ୍ତାନର ୨୫୦ ମହିଳା ବିଚାରପତି ଜୀବନ ବଞ୍ଚାଇବା ପାଇଁ ଶରଣ ଖୋଜୁଛନ୍ତି। ଅଶ୍ରଫ୍‌ ଗନି ସରକାରଙ୍କ ପତନ ପୂର୍ବରୁ ଯେଉଁ ତାଲିବାନ୍‌ର ଆତଙ୍କବାଦୀମାନଙ୍କୁ ଜେଲକୁ ପଠାଇଥିଲେ ସେମାନେ ଏବେ ନିର୍ଭୟରେ ମୁକୁଳା ବୁଲୁଛନ୍ତି। ବନ୍ଧୁକ ଧରି ମାରିବାକୁ ଖୋଜୁଛନ୍ତି। କେତେଜଣ ମହିଳା ବିଚାରପତି ଦେଶ ଛାଡ଼ି ପଳାୟନ କରିବାରେ ସକ୍ଷମ ହୋଇଥିବାବେଳେ ଅଧିକାଂଶ ଆଫଗାନିସ୍ତାନରେ ରହିଯାଇଛନ୍ତି। ସେମାନେ ବର୍ତ୍ତମାନ ତାଲିବାନ୍‌ର ବର୍ବରତାରୁ ମୁକ୍ତି ପାଇବା ପାଇଁ ଅନ୍ୟ ଦେଶକୁ ଆଶ୍ରୟ ମାଗିଛନ୍ତି।
ଆମେରିକା ନେତୃତ୍ୱାଧୀନ ନାଟୋ ସେନା ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ତାଲିବାନ୍‌ ଏବେ ସରକାର ଗଠନ କରିବାକୁ ଯାଉଛି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ଆତଙ୍କବାଦୀ ସଙ୍ଗଠନ କହୁଛି। କିନ୍ତୁ ଯାହା କହୁଛି ତାକୁ ପାଳନ କରୁନାହିଁ। ପୂର୍ବରୁ ମଧ୍ୟ ମହିଳା ବିଚାରପତିମାନଙ୍କୁ ତାଲିବାନ୍‌ ଟାର୍ଗେଟ କରିଆସିଛି। ଗତ ଜାନୁୟାରୀରେ ସୁପ୍ରିମକୋର୍ଟର ୨ ମହିଳା ବିଚାରପତିଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ। ତାଲିବାନ୍‌ ସାରା ଦେଶରେ ଥିବା ଜେଲଗୁଡ଼ିକରୁ କଏଦୀମାନଙ୍କୁ ଛାଡ଼ିଦେଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆତଙ୍କବାଦୀ। ସେହି ରକ୍ତମୁଖା ଆତଙ୍କବାଦୀମାନେ ମହିଳା ବିଚାରପତିମାନଙ୍କ ପାଇଁ ଘାତକ ସାଜିଛନ୍ତି ବୋଲି ୟୁରୋପର ଏକ ଅଜ୍ଞାତ ସ୍ଥାନକୁ ପଳାୟନ କରିଥିବା ଜଣେ ବରିଷ୍ଠ ମହିଳା ଜଜ୍‌ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ତାଲିବାନ୍‌ର ବର୍ବରତାକୁ ସ୍ମରଣ କରି କହିଛନ୍ତି, ଆମ କାବୁଲସ୍ଥିତ ଘରକୁ ୪ରୁ ୫ ତାଲିବାନ୍‌ ସଦସ୍ୟ ଆସି ମହିଳା ଜଜ୍‌ କୁଆଡ଼େ ଗଲେ ବୋଲି ପଚାରିଥିଲେ। ସେହି ସଦସ୍ୟମାନଙ୍କୁ ସେ ପୂର୍ବରୁ ଜେଲକୁ ପଠାଇଥିବାରୁ ସେମାନେ ତାଙ୍କୁ ଖୋଜୁଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ ମହିଳା ବିଚାରପତି ଜଣକ କହିଛନ୍ତି। ଇଣ୍ଟରନ୍ୟାଶନାଲ ଆସୋସିଏଶନ୍‌ ଅଫ୍‌ ଓମେନ୍‌ ଜଜେସ୍‌ (ଆଇଏଡବ୍ଲ୍ୟୁଜେ)ର ବିଦେଶୀ ସହଯୋଗୀ ଏବଂ ମାନବାଧିକାର ସ୍ବେଚ୍ଛାସେବୀଙ୍କ ସହାୟତାରେ ଆଫଗାନିସ୍ତାନରୁ ଏହି ବିଚାରପତି ପଳାୟନ କରିବାରେ ସକ୍ଷମ ହୋଇଛନ୍ତି। ଦେଶର ଅନ୍ୟ ମହିଳା ବିଚାରପତିମାନଙ୍କ ସହ ସେ ଯୋଗସୂତ୍ରରେ ଅଛନ୍ତି। ସେମାନେ ମଧ୍ୟ ଆତଙ୍କରେ ଜୀବନ ବିତାଉଛନ୍ତି। ଉଦ୍ଧାର ନ କଲେ କୌଣସି ମୁହୂର୍ତ୍ତରେ ତାଲିବାନ୍‌ ସେମାନଙ୍କୁ ହତ୍ୟା କରିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। କେବଳ ମହିଳା ବିଚାରପତି ନୁହନ୍ତି, ସମସ୍ତ ଆଫଗାନ୍‌ ମହିଳା ତାଲିବାନ୍‌ ବର୍ବରତାକୁ ନେଇ ଆତଙ୍କିତ ବୋଲି ଆଫଗାନିସ୍ତାନର ମାନବାଧିକାର କର୍ମୀ ହୋରିଆ ମୋସାଦିକ୍‌ କହିଛନ୍ତି। ଲଣ୍ଡନ ପକ୍ଷରୁ ଗତ ସପ୍ତାହରେ ୯ ମହିଳା ବିଚାରପତିଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ନେଇ ବ୍ରିଟେନ୍‌ର ନ୍ୟାୟ ମନ୍ତ୍ରୀ ରବର୍ଟ ବକ୍‌ଲାଣ୍ଡ ସୂଚନା ଦେଇଥିଲେ।

ଯୌନକର୍ମୀଙ୍କ କିଲ୍‌ ଲିଷ୍ଟ

୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ଷମତାରେ ଥିବାବେଳେ ରୁଢ଼ିବାଦୀ ତାଲିବାନ୍‌ ବହୁ ସଂଖ୍ୟକ ଯୌନକର୍ମୀଙ୍କୁ ହତ୍ୟା କରିଥିଲା। ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିଯିବା ପରେ ଏବେ ସଙ୍ଗଠନ ପକ୍ଷରୁ ସେକ୍ସ ଓ୍ବାର୍କରଙ୍କ ଆଉ ଏକ ‘କିଲ୍‌ ଲିଷ୍ଟ’ ପ୍ରସ୍ତୁତ କରାଯାଉଛି। ଆଡଲ୍ଟ ଫିଲ୍ମଗୁଡ଼ିକରେ ଅଭିନୟ କରୁଥିବା ଓ ଗଣିକା ବୃତ୍ତିରେ ଲିପ୍ତ ଥିବା ମହିଳାମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଏହି ତାଲିକାରେ ଲେଖାଯାଉଛି। ତାଲିକା ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?