Posted inଜାତୀୟ

ଭାଜପା ସହ ମେଣ୍ଟ କରି ନଷ୍ଟ ହୋଇଛି ୨୫ ବର୍ଷ: ଉଦ୍ଧବ

ମୁମ୍ବାଇ,୨୫।୧: ଭାଜପା ସହ ମେଣ୍ଟ କରି ତାଙ୍କ ଦଳ ଶିବସେନା ୨୫ ବର୍ଷ ନଷ୍ଟ କରିଥିବା ସେ ବିଶ୍ୱାସ କରନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଶିବସେନା ଭାଜପାକୁ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ହିନ୍ଦୁତ୍ୱକୁ କଦାପି ଛାଡ଼ିବ ନାହିଁ। ଭାଜପା ହିନ୍ଦୁତ୍ୱର ପ୍ରତିଶବ୍ଦ ନୁହେଁ ବୋଲି ଶିବସେନା ଅଧ୍ୟକ୍ଷ କହିଛନ୍ତି। ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜନ୍ମବାର୍ଷିକୀ ଅବସରରେ ରବିବାର ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଉଦ୍ଧବ କହିଥିଲେ, ଭାଜପା ସହ ମେଣ୍ଟ କରି ଆମେ ୨୫ ବର୍ଷ ବରବାଦ କରିଛୁ। ହିନ୍ଦୁତ୍ୱ ଛାଡ଼ିଥିବାରୁ ଆମକୁ ସମାଲୋଚନା କରାଯାଉଛି। ଆମେ ଭାଜପାକୁ ଛାଡ଼ିଥିଲେ ହେଁ ହିନ୍ଦୁତ୍ୱ ବର୍ଜନ କରିନାହୁଁ ବୋଲି ଉଦ୍ଧବ ଦୋହରାଇଛନ୍ତି। ଭାଜପାର ହିନ୍ଦୁତ୍ୱ ରାଜନୀତି ସଂସ୍କରଣକୁ ଶିବସେନା ନେତା ସୁବିଧାବାଦୀ କହି ସମାଲୋଚନା କରିଛନ୍ତି। କ୍ଷମତା ପାଇଁ ଭାଜପା ହିନ୍ଦୁତ୍ୱକୁ ବ୍ୟବହାର କରୁଛି। ଯେଉଁମାନେ ଜରୁରୀ ପରିସ୍ଥିତି ସମୟକୁ ସମାଲୋଚନା କରିଥିଲେ, ସେମାନେ ଏବେ ଦେଶରେ ଅଦୃଶ୍ୟ ଇମର୍ଜେନ୍ସିକୁ ସମର୍ଥନ କରୁଥିତ୍ବା ସେ କହିଛନ୍ତି।
ଉଦ୍ଧବଙ୍କ ୨୫ ବର୍ଷ ନଷ୍ଟ ମନ୍ତବ୍ୟକୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ରାମ କାଡାମ ସମାଲୋଚନା କରିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଇତିହାସକୁ ଭୁଲିଯାଇଛନ୍ତି। ୨୦୧୨ ପର୍ଯ୍ୟନ୍ତ ବାଲାସାହେବ ମେଣ୍ଟ ନେତା ଥିଲେ। ତେଣୁ ଉଦ୍ଧବଙ୍କ ମନ୍ତବ୍ୟ ବାଲାସାହେବଙ୍କ ମେଣ୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛି ବୋଲି ଫଡ୍‌ନବିସ କହିଛନ୍ତି। ଶିବସେନାର ନୀତି ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି ରାମ କାଡ଼ାମ। ଶିବସେନା ସୃଷ୍ଟି ହେବା ପୂର୍ବରୁ ଭାଜପାର କର୍ପୋରେଟର ଓ ବିଧାୟକ ଥିଲେ। ଶିବସେନା ଭାଜପା ଚିହ୍ନରେ ଗୋଟିଏ ଆସନରେ ଲୋକ ସଭା ନିର୍ବାଚନ ଲଢ଼ିଥିଲା ବୋଲି ଫଡ୍‌ନବିସ କହିଛନ୍ତି। ଭାଜପା ସହ ରହି ସେମାନେ ରାଜ୍ୟରେ ନମ୍ବର ଓ୍ବାନ୍‌ର ପରିଚୟ ପାଇଥିଲେ। ଏବେ ସେମାନେ ୪ ନମ୍ବରରେ। ହିନ୍ଦୁତ୍ୱ ପ୍ରତି ଶିବସେନାର କୌଣସି ଅବଦାନ ନାହିଁ। ଏହାର ହିନ୍ଦୁତ୍ୱ କେବଳ କାଗଜ କଲମରେ। ଉଦ୍ଧବଜୀ ହିନ୍ଦୁତ୍ୱ ଉପରେ କହିବା ବନ୍ଦ କରନ୍ତୁ ବୋଲି ଫଡ୍‌ନବିସ କହିଛନ୍ତି। ହିନ୍ଦୁତ୍ୱ ଉପରେ ଭାଷଣ ଦେବା ପୂର୍ବରୁ ଦଳରେ ବାଲ୍‌ ଠାକ୍‌ରେଙ୍କ ନୀତି ଆଦର୍ଶକୁ ଅନୁପାଳନ କରାଯାଉଛି କି ନାହିଁ, ଉଦ୍ଧବ ଆତ୍ମସମୀକ୍ଷା କରନ୍ତୁ ବୋଲି ରାମ କାଡାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri