ବିପଦ ମୁହଁରେ ୨୫ ଗାଁ

ଲଙ୍ଗଳେଶ୍ୱର, ୧୮।୩ (ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର କାରଣ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ୱ ଗାଁ ଏବେ ବିପଦ ମୁହଁରେ ରହିଛି। ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ ଧରାଶାୟୀ ହୋଇଗଲାଣି। ଏବେଠୁ କିଛି ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା କରି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।
ସମୁଦ୍ର ପତ୍ତନଠାରୁ ୫ଫୁଟ୍‌ ତଳେ ବାଲିଆପାଳ ବ୍ଲକ ଜମ୍ଭିରାଇ, ପଞ୍ଚୁପାଲି, ବୋଳଂ, ସାଉଡ଼ି ଏବଂ କଷାଫଳ ପଞ୍ଚାୟତ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏବେ ଯେଉଁଠି ସମୁଦ୍ର ଅଛି ଆଗରୁ ସେଠାରେ ଝାଉଁ ଜଙ୍ଗଲ ଥିଲା। ସମୟକ୍ରମେ ସମୁଦ୍ର କୂଳ ଲଙ୍ଘି ସବୁକିଛି କରାଳ ଗର୍ଭରେ ଲୀନ ହୋଇଗଲାଣି। କୂଳ ଖାଉଥିବା ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ତାହା ଏବେ ଶୀତଳଭଣ୍ଡାରରେ ରହିଛି। ଜୁଆରିଆ ତିଥିରେ ସମୁଦ୍ର ଅଧିକ କୂଳ ଖାଉଥିବାରୁ ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୩୦ହଜାରରୁ ଊର୍ଦ୍ଧ୍ୱ ଲୋକ ଭୟ ଓ ଆତଙ୍କ ମଧ୍ୟରେ ଦିନ ବିତାଉଛନ୍ତି। ଏବେଠୁ ସୁରକ୍ଷା ବ୍ୟବସ୍ଥା ନ କଲେ ଏକର ଏକର ଚାଷଜମି ଏବଂ ପାନବରଜ ସବୁ ସମୁଦ୍ର ଗର୍ଭକୁ ଚାଲିଯିବ। ସମୁଦ୍ର ଉପକୂଳରେ ଥିବା ବାଲିବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ସାମୁଦ୍ରିକ ବାତ୍ୟା ଯୋଗୁ ସୃଷ୍ଟି ହେଉଥିବା ଢ଼େଉ ଏବଂ ଜୁଆର ମାଡ଼ରେ ବର୍ଷକୁ ପ୍ରାୟ ୫୦ଫୁଟ୍‌ରୁ ଊର୍ଦ୍ଧ୍ୱ ବାଲି ବନ୍ଧ ଧୋଇ ହୋଇଯାଉଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପଥର ଡମ୍ପିଂ ସହ ସୁରକ୍ଷା ପାଚେରି ନିର୍ମାଣ ପାଇଁ ୨୦୧୬ରେ ୧୧କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରକଳ୍ପର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାରଙ୍କ ୧୧୯ତମ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ଦେଇଥିଲା। ମାତ୍ର ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ଅଦ୍ୟାବଧି ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଯୋଜନା ଏବେ ବି ଫାଇଲ୍‌ ଭିତରେ ପଡ଼ିରହିଛି। ଯଦି ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରା ନ ଯାଏ ତେବେ ଆସନ୍ତା ଦିନରେ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ବାଲେଶ୍ୱର ଜିଲା ଜଳସେଚନ ଉପଖଣ୍ଡର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ପ୍ରଭାସ ପ୍ରଧାନ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପାଇଁ ବେଷୟିକ ପରାମର୍ଶଦାତା କମିଟି ଅନୁମୋଦନ କରିଥିଲେ ସୁଦ୍ଧା ଅର୍ଥ ମଞ୍ଜୁର ହୋଇ ନ ଥିବାରୁ କାର୍ଯ୍ୟ ଆରମ୍ଭ ହୋଇନାହଁି। ତେବେ ଲୋକମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ନାୟକ, ଅଧିର କୁମାର ମଣ୍ଡଳ, ଭାନୁଚରଣ ଜେନା, ଗୋକୂଳ ଚନ୍ଦ୍ର ମହାନ୍ତି, ରବୀନ୍ଦ୍ର ମଣ୍ଡଳ, ନିତ୍ୟାନନ୍ଦ ମଣ୍ଡଳ, ସୁରେଶ ଚନ୍ଦ୍ର ମଣ୍ଡଳ, ସୁଶାନ୍ତ ମଣ୍ଡଳ, ସୁବାସ ମଣ୍ଡଳ, ନନିଗୋପାଳ ଦାସ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri