ଚିନ୍ତା ବଢ଼ାଇଲାଣି ରାଜଧାନୀ: ୨୫ କରୋନା ପଜିଟିଭ ଚିହ୍ନଟ; ୨୩ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୩ ଲୋକାଲ୍‌ କେସ୍‌ ରହିଥିବା ବେଳେ ୨ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୩୫ ଆକ୍ଟିଭ କେସ୍‌ ରହିଥିବା ବିଏମ୍‌ସି ପକ୍ଷରୁ ସୋମବାର ଅପରାହ୍ନରେ ଟୁଇଟ୍‌କରି ସୂଚନା ଦିଆଯାଇଛି।
୨୩ ଲୋକାଲ କେସ୍‌ରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତପୁରରୁ ୨(ଜଣେ କ୍ୱାରାଣ୍ଟାଇନ ସେଣ୍ଟର), ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪, ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨, ପାସ୍‌ପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪, ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ୧, ଘରୋଇ ହସ୍ପିଟାଲରୁ ୧, ଅଶୋକନଗରରୁ ୧, ନିଳାଦ୍ରୀବିହାର ବୁଦ୍ଧ ପାର୍କ ନିକଟରୁ ୧, ସରକାରରୀ ହସ୍ପିଟାଲରୁ ୧, ନୟାପଲ୍ଲୀ ଏମ୍‌-୩ ପାର୍କ ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଦ୍ୱୟଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ ଜଣେ ଓ ଅନ୍ୟ ଜଣେ ରେଲଓ୍ବେ କର୍ମଚାରୀ ବୋଲି ଜଣାପଡ଼ିଛି।