ପରମ୍ପରା ବଞ୍ଚାଇଛନ୍ତି ୨୫ ବ୍ୟବସାୟୀ

ଭୁବନ, ୧୯।୯(ଡି.ଏନ୍‌.ଏ.):ମଣିଷ-ଭାରବାହୀ ପ୍ରାଣୀଙ୍କ ମଧ୍ୟରେ ରହିଥିବା ମଧୁର ସମ୍ପର୍କର ପ୍ରତିଫଳନ ଐତିହାସିକ ବଳଦଯାତ୍ରା। ବାଣିଜ୍ୟ ପରମ୍ପରାକୁ ନେଇ ପିଢ଼ି ପରେ ପିଢ଼ି ଶାରଦୀୟ ଦୁର୍ଗାପୂଜାରେ ଆୟୋଜିତ ହୋଇଆସୁଛି ଏହି ପ୍ରସିଦ୍ଧ ପର୍ବ। କରୋନା ମହାମାରୀ ପ୍ରଭାବିତ ବିଶ୍ୱରେ ଦୀର୍ଘ ଦୁଇବର୍ଷ ହେଲା ଏଭଳି ସଂସ୍କୃତିସମ୍ପନ୍ନ ଯାତ୍ରା ହୋଇପାରି ନ ଥିବାବେଳେ ଚଳିତବର୍ଷ ଆଡ଼ମ୍ବର ସହକାରେ ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି। ମା’ଙ୍କ ଆବାହନକୁ ହାତଗଣତି ଦିନ ବାକି ରହିଥିବାବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କଳାସଂସ୍କୃତିର ସହର ଭୁବନ। ଅଞ୍ଚଳର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ଗୁଜୁରୀହାଟ ଦେଶ ଦୁର୍ଗାମେଢ଼ ଏଥିରେ ନିଜକୁ ସାମିଲ କରିଛି। ସୀମିତ ସମ୍ବଳ ସତ୍ତ୍ୱେ ୨୫ଜଣ ବ୍ୟବସାୟୀ ୫୬ ବର୍ଷର ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। କମ୍‌ ବଜେଟରେ ପୂଜା ହେଉଥିଲେ ହେଁ ଯେପରି ମା’ଙ୍କ ନୀତିକାନ୍ତିରେ କାଟ୍‌ଛାଣ୍ଟ ନ ହୁଏ, ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ପେଟ୍ରୋମାକ୍ସ ଲାଇଟ୍‌, ଛାମୁଣ୍ଡିଆରୁ ଆରମ୍ଭ ହୋଇଥିଲା ଭୁବନର ମା’ ଦଶଭୁଜାଙ୍କ ଶାରଦୀୟ ପୂଜା। ସହରର ଦ୍ୱିତୀୟ ପୂଜା ମଣ୍ଡପ ଗୁଜୁରୀହାଟ ଦେଶ ଦୁର୍ଗାମେଢ଼ର ପୂଜା ଆରମ୍ଭ ହୋଇଥିଲା ମାତ୍ର ୮୦୦୦ ଟଙ୍କାରୁ। ସହରର ସବୁଠାରୁ ବଡ଼ ବଜାରରେ ସେତେବେଳର ପୂଜା ବେଶ୍‌ ଆକର୍ଷଣୀୟ ହେଉଥିଲା। ଏଥିରେ ଅଞ୍ଚଳର ସମସ୍ତ ଜନସାଧାରଣ ସାମିଲ ହେଉଥିଲେ। ପରବର୍ତ୍ତୀ ସମୟରେ ବଜାର ବଢ଼ିବା ସହିତ ବ୍ୟବସାୟୀମାନେ ସୁବିଧା ଦୃଷ୍ଟିରୁ ନିଜ ନିଜ ପ୍ରତିଷ୍ଠାନ କରି ପୂଜା ଆରମ୍ଭ କଲେ। ଫଳରେ ଗୁଜୁରୀହାଟ ସଙ୍କୁଚିତ ହୋଇପଡ଼ିବା ସହ ବ୍ୟବସାୟୀଙ୍କ ସଂଖ୍ୟା ୨୦୦ରୁ ୨୫କୁ ହ୍ରାସ ପାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ଉଦ୍ୟମରେ ପୂଜାର ଆୟୋଜନ କରାଯାଉଥିବାବେଳେ ବଜେଟ ରହିଛି ଦେଢ଼ ଲକ୍ଷ ଟଙ୍କା।
ଅନ୍ୟପଟେ ମାଟି ଅନୁକୂଳ ପରେ ମା’ ମହିଷମର୍ଦ୍ଦିନୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାର୍ଯ୍ୟ ଚାଲିଛି। ଦୀର୍ଘ ୫୪ ବର୍ଷ ଧରି ଅଞ୍ଚଳର ବରିଷ୍ଠ ମୂର୍ତ୍ତିକାର ତଥା ୪ନଂ. ଓ୍ବାର୍ଡର ସୁରେନ୍ଦ୍ର ମିଶ୍ର ମୂର୍ତ୍ତି ନିର୍ମାଣ କରୁଛନ୍ତି। ସୀମିତ ସମ୍ବଳ ମଧ୍ୟରେ ସୁନ୍ଦର ମୂର୍ତ୍ତି, ତୋରଣ, ଆଲୋକ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଉଛି। ମା’ଙ୍କ ପୂଜା ଆରମ୍ଭରୁ ବିସର୍ଜନ ପର୍ଯ୍ୟନ୍ତ ପ୍ରତି ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ କଳସ ସ୍ଥାପନ କରାଯିବ। ଦଶହରାରେ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଭସାଣିରେ ପ୍ରଶାସନର ନୀତିନିୟମକୁ ସମ୍ମାନ ଜଣାଇ ବାଜା, ସଂକୀର୍ତ୍ତନମଣ୍ଡଳୀ, ଘଣ୍ଟୁଆଙ୍କୁ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri