ପ୍ରତି ମିନିଟରେ ୨୪୩ ସଂକ୍ରମିତ

ନୂଆଦିଲ୍ଲୀ, ୨୬।୪: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। କିଛିଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ସୁନାମି ଭଳି ମାଡ଼ିଚାଲିଛି କରୋନା। ପ୍ରତି ମିନିଟରେ ୨୪୩ ଜଣ ସଂକ୍ରମିତ ହେଉଥିବା ଏକ ହିସାବରୁ ଜଣାପଡ଼ିଛି। ଏଭଳି ସମୟରେ ଅନେକ ରାଜ୍ୟ ଅକ୍ସିଜେନ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ସମସ୍ତଙ୍କୁ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଟିକା ମଧ୍ୟ ଉପଲବ୍ଧ ହେଉନାହିଁ।
ରବିବାର ୩.୪୯ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪ ଦିନ ହେଲା କ୍ରମାଗତ ଭାବେ ଦୈନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍‌ ଚିହ୍ନଟ ହେବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ। ରବିବାର ସକାଳ ସୁଦ୍ଧା ୨୪ ଘଣ୍ଟାରେ ୨,୭୬୭ ଜଣଙ୍କର କରୋନାରେ ଜୀବନ ଯାଇଛି। ଏପ୍ରିଲ ୫ରେ ଦେଶରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଥିଲା। ଏପ୍ରିଲ ୧୪ରେ ଦୁଇଲକ୍ଷ ଏବଂ ୨୦ରେ ୩ ଲକ୍ଷ ଟପିଥିଲା ଦୈନିକ ପଜିଟିଭ୍‌ ସଂଖ୍ୟା। ଗତବର୍ଷ ସେପ୍ଟେମ୍ବରରେ ସଂକ୍ରମଣର ପ୍ରଥମ ଲହର ଶୀର୍ଷ ଛୁଇଁଥିଲା। ତେବେ ସେତେବେଳେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପି ନ ଥିଲା। ପ୍ରଥମ ଲହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ହେବା ପାଇଁ ୬୫ଦିନ ଲାଗିଥିଲା। ସେପ୍ଟେମ୍ବରରେ ୧୦ ଲକ୍ଷ ନୂଆ ମାମଲା ପାଇଁ ୧୧ ଦିନ ଲାଗିଥିଲା। ଏବେ ମାତ୍ର ୩ ଦିନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି।
ଦେଶରେ ସକ୍ରିୟ ମାମଲା ସଂଖ୍ୟା ଫେବୃୟାରୀ ମଧ୍ୟଭାଗ ବେଳକୁ ହ୍ରାସ ପାଇ ୧.୩ ଲକ୍ଷରେ ପହଞ୍ଚତ୍ଥିଲା। ଏବେ ଏହି ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଛି। ଅର୍ଥାତ୍‌ ମାତ୍ର ଦୁଇମାସ ମଧ୍ୟରେ ସକ୍ରିୟ ମାମଲା ସଂଖ୍ୟା ପାଖାପାଖି ୧୫ଗୁଣ ବୃଦ୍ଧି ପାଇଛି।

ସହାୟତାର ହାତ ବଢ଼ାଇଲେ ଆମେରିକା, ୟୁରୋପ, ବ୍ରିଟେନ, କାନାଡା

ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍‌, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି। ମାର୍ଚ୍ଚ ଆରମ୍ଭରୁ ଭାରତରେ ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଚାଲିଥିବାବେଳେ ଏବେ ଦୈନିକ ସଂକ୍ରମଣ ୩.୫ ଲକ୍ଷରେ ପହଞ୍ଚତ୍ଛି। ଏଭଳି ସ୍ଥିତିରେ ମହାମାରୀ ବିରୋଧୀ ଲଢ଼େଇରେ ସହାୟତା ପାଇଁ ୟୁରୋପ ସଂଘ, ଇସ୍ରାଏଲ୍‌ ଏବଂ ଜର୍ମାନୀ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟେନ ଭାରତକୁ ୪୯୫ ଅକ୍ସିଜେନ ସେଣ୍ଟ୍ରେଟର, ୧୨୦ ନନ୍‌-ଇନ୍‌ଭାସିଭ୍‌ ଭେଣ୍ଟିଲେଟର ଏବଂ ୨୦ ମାନୁଆଲ ଭେଣ୍ଟିଲେଟର ଯୋଗାଇ ଦେଇଛି। ସେଗୁଡ଼ିକ ୯ଟି ଜାହାଜରେ ଆସୁଥିବା ବ୍ରିଟେନ ସରକାର ରବିବାର ସୂଚନା ଦେଇଛନ୍ତି। କରୋନା ବିପତ୍ତି ବେଳେ ଆମେ ବନ୍ଧୁ ଓ ସହଯୋଗୀ ଭାବେ ଭାରତ ସହ ଛିଡ଼ାହୋଇଛୁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ କହିଛନ୍ତି। ସେହିପରି କାନାଡା ମଧ୍ୟ ଯଥାସମ୍ଭବ ସହାୟତା ଯୋଗାଇଦେବା ଲାଗି ଆଗ୍ରହ ପ୍ରକାଶ କରିଛି। ଭାରତକୁ ପିପିଇ କିଟ୍‌, ଭେଣ୍ଟିଲେଟର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି କାନାଡା ଜନସେବା ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି।
‘ପ୍ରଥମେ ଆମେରିକୀୟ’ ବୋଲି କହି ବାଇଡେନ୍‌ ପ୍ରଶାସନ ଭାରତକୁ ଟିକା ପ୍ରସ୍ତୁତିରେ ସହାୟତା କରିବାକୁ ମନା କରିଦେଇଥିଲା। ତେବେ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଆମେରିକା ସରକାର ଭାରତକୁ ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ପାକିସ୍ତାନ ଓ ଚାଇନା ମଧ୍ୟ ଭାରତକୁ ସହାୟତା କରିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri