CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫ହଜାର ଟପିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ):ରାଜ୍ୟରେ ମଙ୍ଗଳବାର ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଜପତି ଜିଲାର ସର୍ବାଧିକ ୫୯ଜଣ ଅଛନ୍ତି। ସେହିଭଳି ଗଞ୍ଜାମର ୪୧, ଖୋର୍ଦ୍ଧାର ୩୮, କନ୍ଧମାଳର ୧୭, ଝାରସୁଗୁଡ଼ାର ୧୫, ସୁନ୍ଦରଗଡ଼ର ୧୦, ଭଦ୍ରକ-ଯାଜପୁର-କେନ୍ଦ୍ରାପଡ଼ାର ୮, କୋରାପୁଟର ୭, ବରଗଡ଼-ମୟୂରଭଞ୍ଜର ୬, ଜଗତସିଂହପୁରର ୫, କଟକ-ମାଲକାନଗିରି-ନବରଙ୍ଗପୁରର ୪, ବାଲେଶ୍ୱରର ୨ ଏବଂ କଳାହାଣ୍ଡିର ଜଣେ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।