ବର୍ଷକୁ ୨୪୦ କାର୍ଯ୍ୟଦିବସ

କଟକ ଅଫିସ,୧୮।୮:  ରାଜ୍ୟର ସମସ୍ତ କ୍ୟାଡର୍‌ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍‌) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରୁ ଏହି ନୂତନ ମାପଦଣ୍ଡ ବ୍ୟବସ୍ଥା ଲାଗୁ ହେବ। ଏଥିରେ ପ୍ରତ୍ୟେକ ବିଚାରପତିଙ୍କ ପାଇଁ ବର୍ଷକୁ ୨୪୦ଟି କାର୍ଯ୍ୟ ଦିବସ ରହିବ। ବିଭିନ୍ନ ମାମଲାର ଫଇସଲା ଅନୁଯାୟୀ କାର୍ଯ୍ୟଦିବସ ଗଣତି କରାଯିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଜିଲା ଜଜ୍‌ କ୍ୟାଡର୍‌ର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌, ସ୍ବତନ୍ତ୍ର କୋର୍ଟ ଜଜ୍‌ ଏବଂ ସିବିଆଇ ସ୍ବତନ୍ତ୍ର କୋର୍ଟ ଜଜ୍‌ମାନଙ୍କ ପାଇଁ ସ୍ଥିର ହୋଇଥିବା ମାପଦଣ୍ଡ ଅନୁଯାୟୀ, ଗୋଟିଏ ଟ୍ରାପ୍‌ କେସ୍‌ର ଫଇସଲା ହେଲେ ଏହା ୭ଟି କାର୍ଯ୍ୟ ଦିବସରେ ଗଣତି ହେବ। ସେହିଭଳି ଆୟ ବର୍ହିଭୂତ ସମ୍ପତ୍ତି, ଅର୍ଥ ଆତ୍ମସାତ୍‌ ମାମଲା ଓ ସିବିଆଇର ଗୋଟିଏ ମାମଲାର ଫଇସଲା ହେଲେ ୧୦ଟି କାର୍ଯ୍ୟ ଦିବସ ଭାବେ ଗଣାଯିବ। ଏନ୍‌ଡିପିଏସ୍‌, ପୋକ୍ସୋ ମାମଲାର ଫଇସଲା ପାଇଁ ୪ଟି କାର୍ଯ୍ୟ ଦିବସ, ଅନୁସୂଚିତ ଜାତି ଓ ଜନଜାତି ଆଇନ୍‌-୧୯୮୯ରେ ଗୋଟିଏ ମାମଲାର ଫଇସଲା ପାଇଁ ୪ଟି କାର୍ଯ୍ୟ ଦିବସ ରଖାଯାଇଛି। କ୍ରିମିନାଲ୍‌ ଅପିଲ୍‌ ଓ ଜେଲ୍‌ କ୍ରିମିନାଲ୍‌ ଅପିଲ୍‌ର ଫଇସଲା ପାଇଁ ଗୋଟିଏ କାର୍ଯ୍ୟ ଦିବସ, କ୍ରିମିନାଲ୍‌ ରିଭିଜନ୍‌, ସିଭିଲ୍‌ ଅପିଲ୍‌, ନିର୍ବାଚନ ମାମଲା ଓ ଜମି ଅଧିଗ୍ରହଣ ସଂପର୍କିତ ମାମଲାର ଫଇସଲା ହେଲେ ୨ଟି ଲେଖାଏଁ ଓ ଆର୍ଥତ୍କ ସଂସ୍ଥାରେ ଜମା ସଂପର୍କିତ ମାମଲା ଫଇସଲା ପାଇଁ ୭ଟି କାର୍ଯ୍ୟ ଦିବସ ଗଣତି କରାଯିବ। ସେହିପରି ଅନ୍ୟ ବିଚାରପତିମାନଙ୍କ ପାଇଁ ମଧ୍ୟ ମାମଲା ଫଇସଲା ଅନୁଯାୟୀ କାର୍ଯ୍ୟ ଦିବସ ସ୍ଥିର ହୋଇଛି। ଯଦି କୌଣସି କୋର୍ଟରେ ମାମଲା ସଂଖ୍ୟା କମ୍‌ ରହିଥିବ, ତେବେ ସେଠାରେ ୨୦ ପ୍ରତିଶତ କାର୍ଯ୍ୟ ଦିବସ ଯୋଡ଼ାଯିବ। ପୁରୁଣା ମାମଲାଗୁଡ଼ିକର ଶୁଣାଣି ହୋଇପାରିଲେ ତଦନୁଯାୟୀ କାର୍ଯ୍ୟଦିବସ ଦିଆଯିବ। ଯଦି ୫ରୁ ୧୦ ବର୍ଷ ପୁରୁଣା ମାମଲାର ଫଇସଲା ହେଲେ ସମ୍ପୃକ୍ତ ମାମଲା ପାଇଁ ଥିବା କାର୍ଯ୍ୟ ଦିବସର ୨୫ ପ୍ରତିଶତ ଏବଂ ୧୦ରୁ ୨୦ ବର୍ଷ ମାମଲାର ଫଇସଲା ପାଇଁ ୫୦ ପ୍ରତିଶତ ଏବଂ ୨୦ ବର୍ଷ ମାମଲାର ଫଇସଲା ପାଇଁ ୭୫ ପ୍ରତିଶତ ଅତିରିକ୍ତ କାର୍ଯ୍ୟ ଦିବସ ପ୍ରଦାନ କରାଯିବ। ଏ ସଂପର୍କିତ ସଂପୂର୍ଣ୍ଣ ବିବରଣୀ ଷ୍ଟେଟ୍‌ କୋର୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ଏସ୍‌ସିଏମ୍‌ଏସ୍‌)ର ସଦସ୍ୟ ସଚିବ ରାଜେଶ ଦାସଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri