ଦୁର୍ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ: ୨୪ ମୃତ, ୨୦ଜଣଙ୍କ ଅବସ୍ଥା ଗୁରୁତର

ପୋର୍ଟ-ଅଉ-ପ୍ରିନ୍ସ,୧୫ା୯: ହାଇତିର ଦକ୍ଷିଣ ଭାଗରେ ଶନିବାର ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିରାଗୋଆନେ ଉପକୂଳ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଇତି ପ୍ରଧାନମନ୍ତ୍ରୀ ଗାରି କୋନିଲେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗୁରୁତର ଆହତଙ୍କୁ ହେଲିକପ୍ଟର ଯୋଗେ ସ୍ବତନ୍ତ୍ର ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ହୋଇଥିବା ବେଳେ ୩ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅନ୍ୟ ଏକ ଗାଡ଼ି ଧକ୍କାରେ ଗ୍ୟାସ୍‌ ଟାଙ୍କିରେ ଛିଦ୍ର ହୋଇଯାଇଥିଲା। ଲୋକେ ଇନ୍ଧନ ସଂଗ୍ରହ ପାଇଁ ସେଠାକୁ ଯାଇଥିବା ବେଳେ ବିସ୍ଫୋରଣ ଘଟିଥିଲା। ୨୦୨୧ରେ କାପ୍‌-ହାଇତିଆନ୍‌ ସହରରେ ଅନୁରୂପ ଭାବେ ଟ୍ୟାଙ୍କରରୁ ଲୋକେ ଇନ୍ଧନ ସଂଗ୍ରହ ଉଦ୍ୟମ କରୁଥିବା ବେଳେ ବିସ୍ଫୋରଣ ଘଟି ଅନୂ୍ୟନ ୬୦ ଜଣଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ କେମିତି ଅସ୍ତ୍ରବିରତି ବୃଦ୍ଧି କରିବାକୁ ବାଧ୍ୟ କରିଥିଲେ ଶେହବାଜ-ମୁନିର, ମନା କରିବା ସତ୍ତ୍ୱେ କିପରି ବଦଳିଲା ମନୋଭାବ, ଜାଣନ୍ତୁ…

ଓ୍ବାଶିଂଟନ୍‌, ୨୨।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଅବଧି ଶେଷ ହେବା ପୂର୍ବରୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

୨୫ ଯାଏ କଳବଳ କରିବ ତାତି

ଭୁବନେଶ୍ୱର,୨୨।୪ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫…

୮୫% ଇଥାନଲ ମିଶା ଇନ୍ଧନରେ ଚାଲିବ କାର୍‌

ନୂଆଦିଲ୍ଲୀ,୨୨ା୪: ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ସହ ପ୍ରଦୂଷଣ କମାଇବା ପାଇଁ ଗତ ଏପ୍ରିଲ ୧ରୁ ଭାରତରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ଓ…

ସବୁଠୁ ଉତ୍ତପ୍ତ ୨୦ ସହର ମଧ୍ୟରୁ ୧୯ ଭାରତରେ

ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି…

୨୩% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୨ା୪: ଆଗାମୀ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତଙ୍କ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri