୨୦ ବର୍ଷରେ ୨୪ ତଦନ୍ତ କମିଶନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଗତ ୨୦ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୨୪ଟି ତଦନ୍ତ କମିଶନ ବସାଇଛନ୍ତି। ସେଥିରୁ ୮ଟି ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବାକୁ ବାକି ରହିଛି। ବିଧାୟକ ନାଉରୀ ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୨୦୦୦ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୨୪ଟି ତଦନ୍ତ କମିଶନ ଗଠନ କରିଛନ୍ତି। ସେଥିରେ ଗୁଭୁଡୁମାହା ପୋଲିସ ଗୁଳିବିନିମୟ, ଚିଟ୍‌ଫଣ୍ଡ ଦୁର୍ନୀତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ, ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଇତ୍ୟାଦି ରହିଛି। ୨୪ ତଦନ୍ତ କମିଶନଙ୍କ ମଧ୍ୟରୁ ୧୩ଟି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବେଳେ ୩ଟି କମିଶନ ରିପୋର୍ଟ ଉପସ୍ଥାପନ କରିବା ପୂର୍ବରୁ ବନ୍ଦ ହୋଇଯାଇଛି। ୨୦୦୧ରେ ପୁରୀ ବାର ଆସୋସିଏଶନ ଓ ପୋଲିସ ମଧ୍ୟରେ ହୋଇଥିବା ବିବାଦ, ନବରଙ୍ଗପୁର ଜିଲାର ରଙ୍ଗଭାଟି ଓ ରାଇଘର ଗ୍ରାମରେ ହୋଇଥିବା ପୋଲିସ ଗୁଳି ବିନିମୟ ଏବଂ ୨୦୦୯ରେ ଢେଙ୍କାନାଳ ଜିଲାର ଭୁବନରେ ହୋଇଥିବା ପୋଲିସ ଗୁଳିକାଣ୍ଡର ତଦନ୍ତକୁ ବନ୍ଦ କରି ଦିଆଯାଇଛି। ସେହିପରି ୨୦୦୭ କନ୍ଧମାଳ ଦଙ୍ଗା, ୨୦୧୧ରେ ହୋଇଥିବା ପିପିଲି ଗଣବଳାତ୍କାର ମାମଲା, ୨୦୧୬ରେ ହୋଇଥିବା ଗୁମୁଡୁମାହା ପୋଲିସ ଗୁଳିକାଣ୍ଡ ଘଟଣା, ୨୦୧୬ରେ ହୋଇଥିବା ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଏବଂ ରତ୍ନଭଣ୍ଡାର ଚାବି ହଜିବା ଘଟଟଣାର ରିପୋର୍ଟକୁ ସରକାର ତର୍ଜମା କରୁଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri