ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର, ୪।୧୨: ବର୍ତ୍ତମାନର ଦ୍ରୂତ ଶିଳ୍ପାୟନ୍‌ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା। ସରଳ ଭାଷାରେ ଚକ୍ରାକାର ଅର୍ଥନୀତିରେ ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବୋଲି ମେକ୍‌ ଇନ୍‌ ଓଡ଼ିଶାର ଚକ୍ରାକାର ଅର୍ଥନୀତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱରେ ଓଡ଼ିଶା ଆଜି ପୂର୍ବଭାରତର ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ନିରନ୍ତର ପ୍ରଗତି ଉପରେ ଓଡ଼ିଶା ସରକାର ସବୁ ବେଳେ ବିଶ୍ୱାସ କରିଆସିଛନ୍ତି। ଓଡ଼ିଶାର ଚକ୍ରାକାର ଅର୍ଥନୀତିରେ ୩୯ଟି ପ୍ରକଳ୍ପ ମାଧ୍ୟମରେ ୨୩୭୨.୩୭ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ପାଇଁ ନିବେଶକ ମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ମାଧ୍ୟମରେ ୩୨୦୦ ରୁ ଉଦ୍ଦର୍‌ବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶା ସରକାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ତା ସହିତ ଷ୍ଟାର୍ଟଅପ୍‌ମାନଙ୍କ ସହ ହାତ ମିଳାଇ ରାଜ୍ୟର ଚକ୍ରାକାର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଆଶା ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତ ପ୍ରକାଶ କରିଛନ୍ତି। ଫ୍ଲାଏ ଆସ୍‌, ଷ୍ଟିଲ ସ୍କ୍ରାପ୍‌, ଜିପ୍‌ସମ୍‌, ନାଲି କାଦୁଅ, ପ୍ଲାଷ୍ଟିକ୍‌, ସ୍ଲାଗ୍‌ ଆଦି ବଜର୍‌ୟବସ୍ତୁ ସମୂହକୁ ସିମେଣ୍ଟ ଓ ଇଟା ତିଆରିରେ ଓଡ଼ିଶାର କିଛି ସ୍ଥାନରେ ବ୍ୟବହାର କରାଯାଉଛି। ଏ ଦିଗରେ ଅଧିକ ସମନ୍ବିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶା ସରକାର ହୃଦୟଙ୍ଗମ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମତ ପ୍ରକାଶ କରିଛନ୍ତି। ଦ୍ରୁତ ଶିଳ୍ପାୟନ୍‌ ଓ ସହରୀକରଣ ଯୋଗୁଁ ଓଡ଼ିଶାରେ ବଜର୍‌ୟବସ୍ତୁକୁ ବ୍ୟବହାରଯୋଗ୍ୟ ସଂପଦରେ ପରିଣତ କରିବା ପାଇଁ ଅନେକ ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri