ନିଜ ପାଇଁ କିଛି ସମୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକଙ୍କ
ପାଖରେ ସମୟ ଅଭାବ। ଏହା ଭିତରେ ଯେମିତି ଅନେକେ ନିଜଠୁ ଦୂରେଇ ଯାଉଛନ୍ତି। କହିବାର ତାତ୍ପର୍ଯ୍ୟ ପାଠପଢ଼ା, ଜବ୍‌ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଚାପ ଭିତରେ ସେମାନେ
ନିଜ ସ୍ବାସ୍ଥ୍ୟ, ନିଜ ରୁଚି ଆଦିକୁ ଅଣଦେଖା କରିବସୁଛନ୍ତି।
ତେଣୁ ଏକ ଖୁସି ମନ ଆଉ ସୁସ୍ଥ ଜୀବନ ପାଇଁ
ଲୋଡ଼ା କିଛି ସମୟ ନିଜ ପାଇଁ…

 

ଆଜିକାଲି ଯାହାକୁ ପଚାରିଲେ ଗୋଟିଏ ଉତ୍ତର ପାଇବେ- ‘ମୋ ପାଖେ ସମୟ ନାହିଁ’। ହେଲେ ଏତେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜକୁ ଅଣଦେଖା କରିବା ଠିକ୍‌ ନୁହେଁ। କାରଣ ଦୈନିକ ୨୪ ଘଣ୍ଟାର ସମୟ କାହା ପାଇଁ ୨୫ ଘଣ୍ଟା ହେବା ଅସମ୍ଭବ। ତେଣୁ ସେହି ସମୟ ମଧ୍ୟରୁ ନିଜ ପାଇଁ କିଛି ସମୟ ଅର୍ଥାତ୍‌ ମି’ ଟାଇମ୍‌ ବାହାର କରିବାକୁ ହେବ। ଆଉ ସେହି ସମୟରେ ଶରୀରର ଯତ୍ନ ନେବା ସହ ନିଜ ରୁଚି ପ୍ରତି ଧ୍ୟାନ ଦେଲେ ଜୀବନ ଆହୁରି ଖୁସିପୂର୍ଣ୍ଣ ହୋଇପାରିବ…
ଲେଖାଲେଖି ଦେବ ଆନନ୍ଦ: ଲେଖିବାକୁ ଅନେକେ ଭଲପାଆନ୍ତି। ହେଲେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜର ଏହି ରୁଚିଠାରୁ ଅନେକେ ଦୂରେଇ ଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତିକି, ବ୍ୟସ୍ତତା ଭିତରେ ବି କିଛି ସମୟ ବାହାର କରି ଯଦି ଆପଣ ଲେଖିବେ; ତେବେ ଏହା ଆପଣଙ୍କ କାର୍ଯ୍ୟବ୍ୟସ୍ତତାର ଚାପକୁ ହ୍ରାସ କରିବା ସହ ମନକୁ ସ୍ଥିର ଏବଂ ଶାନ୍ତ ରଖିବାରେ ସାହାଯ୍ୟ କରିବ। ତେଣୁ ଏଥିପ୍ରତି ଆଗ୍ରହ ଥିଲେ ମି’ ଟାଇମ୍‌ରେ ଏହାକୁ ନିଶ୍ଚୟ ଆଡ୍‌ କରନ୍ତୁ।
ଏକ୍ସରସାଇଜ୍‌ ରଖିବ ଫିଟ୍‌: ଆଜିର ଦିନରେ ସୁସ୍ଥ ରହିବାଠାରୁ ବଡ଼ ବରଦାନ ଆଉ କିଛି ନାହିଁ। ତେଣୁ ଯେତେ କାମ ଥାଉନା କାହିଁକି କିଛି ସମୟ ନିଜ ପାଇଁ ବାହାର କରନ୍ତୁ। ଆଉ ଏହି ସମୟରେ ଓ୍ବାକିଂ, ଏକ୍ସରସାଇଜ୍‌, ଯୋଗ, ପ୍ରାଣାୟାମ ଆଦି କରନ୍ତୁ। ଦେଖିବେ ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖିବାରେ ସାହାଯ୍ୟ କରିବ।
ଟ୍ରାଭେଲିଂ କରେ ମୁଡ୍‌ ଫ୍ରେଶ୍‌: ଘର, କଲେଜ, ଟ୍ୟୁଶନ୍‌, ଅଫିସ୍‌ ଏସବୁ ଭିତରେ ପ୍ରତିଦିନ ସମୟ ବିତାଇବା ଦ୍ୱାରା କେବେକେବେ ମନ ଭାରାକ୍ରାନ୍ତ ହୋଇପଡ଼େ। ଏମିତିକି କିଛି ସମୟ ବାହାରେ ବୁଲାବୁଲି କରିବା ଦ୍ୱାରା ମୁଡ୍‌ ଫ୍ରେଶ୍‌ ହୋଇଯାଏ ବୋଲି ଅନେକ ଯୁବପିଢ଼ିଙ୍କ ମତ ରହିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଯେଉଁଥିପାଇଁ ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ଥେରାପି ଭଳି ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କିଛି ସମୟ ବାହାର କରି ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଆନ୍ତୁ।
ଗଛ ଲଗାଇଲେ ମିଳିବ ଖୁସି: ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବାକୁ ବର୍ତ୍ତମାନ ସମସ୍ତଙ୍କୁ ଆହ୍ବାନ ଦିଆଯାଉଛି। ତେଣୁ ଘରେ ହେଉ ବା ବାହାରେ ଅନେକେ ଗଛ ଲଗାଇଥିବା ଦେଖିବାକୁ ମିଳୁଛି। ତେବେ ଏଥିପ୍ରତି ଅନେକଙ୍କର ବିଶେଷ ରୁଚି ରହିଛି। ଆଉ ଯେଉଁମାନେ ପ୍ରତିଦିନ ନିଜ ଗଛରେ ପାଣିଦେବା, ଖତ ସାର ଆଦି ଦେବା, ଏହାର ଯତ୍ନ ନେବା ଆଦିରେ ସମୟ ଅତିବାହିତ କରନ୍ତି, ସେମାନେ ମାନସିକ ସ୍ତରରେ ବେଶ୍‌ ଖୁସି ରୁହନ୍ତି ଏବଂ ସେମାନଙ୍କଠାରେ ଷ୍ଟ୍ରେସ୍‌ ଏବଂ ଡିପ୍ରେସନ୍‌ ଭଳି ସମସ୍ୟା ଦେଖା ଦେଇ ନ ଥାଏ, ଯେଉଁଥିପାଇଁ ଏହାକୁ ମଧ୍ୟ ଏକ ଥେରାପି ଭାବେ ବ୍ୟବହାର କରାଯାଇଥାଏ।
ରୁଚିକୁ ଦିଅନ୍ତୁ ସମ୍ମାନ: ଯଦି ନାଚ, ଗୀତ, ପେଣ୍ଟିଂ, କୁକିଂ, ଆର୍ଟ ଆଣ୍ଡ କ୍ରାଫ୍ଟ ଆଦିରେ ରୁଚି ରହିଛି, ତେବେ କାର୍ଯ୍ୟବ୍ୟସ୍ତତା ଭିତରେ ଏହାକୁ ଚାପି ରଖନ୍ତୁ ନାହିଁ। କାରଣ ପ୍ରତ୍ୟେକ କାମ ଭିତରେ କିଛି ସମୟ ନିଜ ରୁଚିକୁ ଧ୍ୟାନ ଦେଲେ ଏହା ଆପଣଙ୍କୁ ଖୁସି ଦେବ। ତା’ଛଡା ଏହା ଆପଣଙ୍କ ଦକ୍ଷତା ବୃଦ୍ଧି କରିବାରେ ବି ସାହାଯ୍ୟ କରିବ।
ପେଟ୍‌ ସହ ବିତାନ୍ତୁ ସମୟ: ଅନେକେ ଘରେ ପୋଷା କୁକୁର, ବିଲେଇ, ମୂଷା, ଠେକୁଆ, ଚଢ଼େଇ, ଗିନି ପିଗ୍‌, ମାଛ ଆଦି ରଖିବା ପ୍ରତି ବେଶୀ ଆଗ୍ରହୀ। ଏମାନଙ୍କ ସହ କିଛି କ୍ୱାଲିଟି ଟାଇମ୍‌ ବିତେଇବା ଦ୍ୱାରା ଯେତେ ଟେନ୍‌ଶନ୍‌ କିମ୍ବା ମେଣ୍ଟାଲ୍‌ ଷ୍ଟ୍ରେସ୍‌ ଥିଲେ ସୁଦ୍ଧା ତାହା ହାଲୁକା ହୋଇଯାଏ। ଅନେକ ଯୁବପିଢ଼ି ଷ୍ଟ୍ରେସ୍‌ ଫ୍ରି ରହିବା ଲାଗି ଏହି ଫର୍ମୁଲାର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି। ତେଣୁ ଆପଣ ବି ଚାହିଁଲେ ପେଟ୍‌ ରଖି ତାଙ୍କ ସହ କିଛି ସମୟ ବିତାଇ ପାରିବେ।

 

ଶୁଭଶ୍ରୀ ସାହୁ (ଛାତ୍ରୀ, ଯାଜପୁର)- ଫ୍ରି ଟାଇମ୍‌ ପାଇଲେ ମୋତେ ଉଲ୍‌ରେ ବିଭିନ୍ନ ପ୍ରକାର ଫୁଲଦାନି, ପଶୁପକ୍ଷୀ ଏବଂ ଘର ଡେକୋରେଟ୍‌ ଜିନିଷ କରିବାକୁ ଭଲଲାଗେ। ଏଥିସହ ଟିକିଏ ଫାଙ୍କା ପାଇଲେ କାର୍ଟୁନର ଆର୍ଟ କରିବାକୁ ବସିଯାଏ। ଛୋଟବେଳୁ ମନର କଥାକୁ କାଗଜରେ ଉତାରିବା ମୋ ହବି। ପାଠପଢ଼ା ବ୍ୟସ୍ତତା ଭିତରେ ସମୟ କାଢ଼ି ପ୍ରତିଦିନ କିଛି ଲେଖାଲେଖି ଓ ଆର୍ଟ ଭିତରେ ହିଁ ହଜିଯାଏ।
ଚନ୍ଦନ ମୀର୍କାପ୍‌ (ସଫଓ୍ବେର ଡେଭେଲପର୍‌, ଭୁବନେଶ୍ୱର)- ଆଜିକାଲିର ବ୍ୟବସ୍ତବହୁଳ ଲାଇଫ୍‌ଷ୍ଟାଇଲ୍‌ ଭିତରେ ନିଜ ପାଇଁ ସମୟ ବାହାର କରିବା କଷ୍ଟ। ତଥାପି ସବୁ ଭିତରେ କିଛି ସମୟ ବାହାର କରି ଜିମ୍‌ ଯାଏ। କାରଣ ମୋ ମତରେ ସ୍ବାସ୍ଥ୍ୟଠୁ ବଳି ଆଉ କିଛି ନାହିଁ। ଫିଜିକାଲି ଫିଟ୍‌ ରହିଲେ ହିଁ ଜଣେ ପ୍ରତ୍ୟେକ କାର୍ଯ୍ୟ ଲାଗି ମେଣ୍ଟାଲି ଆକ୍ଟିଭ୍‌ ରହିପାରିବ। ତେବେ ଏହା ବ୍ୟତୀତ କେବେ କେବେ ମାଇଣ୍ଡ ଫ୍ରେସ୍‌ କରିବା ଲାଗି ସାଙ୍ଗମାନଙ୍କ ସହ ବୁଲାବୁଲି କରିବା କିମ୍ବା ଫିଲ୍ମ ଦେଖିବାକୁ ଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri