ପିଡିଏସ୍‌ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ

ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଓ ବିଡିଓଙ୍କ ଚିଠି ବଳରେ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଯୋଗାଣ ସହାୟକ ସାହୁଙ୍କୁ ବହିଷ୍କୃତ କରିଥିବା ସୂଚନା ଦେଇଛନ୍ତି। ସରପଞ୍ଚ ପ୍ରଧାନ ଗତ ଏପ୍ରିଲ ମାସରେ ନିଜ ପଞ୍ଚାୟତର ଯୋଗାଣ ସହାୟକ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଯୋଗାଣ ସହାୟକ ସାହୁ ଗତ ୧ ବର୍ଷରୁ ଅଧିକ ହେବ ହିତାଧିକାରୀଙ୍କ ପିଡିଏସ୍‌ ଚାଉଳ ବଣ୍ଟନ, ସେମାନଙ୍କ ରାଶନ କାର୍ଡ ହେରଫେର, ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଣ କରୁଥିବା ଅଭିଯୋଗ କରିଥିଲେ। ଏ ନେଇ ପୁଇଁତଲା ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଏହାର ତଦନ୍ତ କରିବା ସହ ତୁରନ୍ତ ଯୋଗାଣ ସହାୟକଙ୍କୁ ବହିଷ୍କୃତ କରିବାକୁ ଦାବି କରିଥିଲେ। ଏହି ଅଭିଯୋଗର ନକଲ ଜିଲାପାଳଙ୍କୁ ଅବଗତ କରି ଟ୍ବିଟ୍‌ ଜରିଆରେ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ, ଓଡିଶା ସିଏମ୍‌ଓ ଏବଂ ପଞ୍ଚାୟତିରାଜ ବିଭାଗକୁ ଜଣାଇଥିଲେ । ଏଭଳି ଅଭିଯୋଗର ତଦନ୍ତ କରି ଉପଜିଲାପାଳ ମିଶ୍ର ମହୀମୁଣ୍ଡା ପଞ୍ଚାୟତର ଯୋଗାଣ ସହାୟକ ସାହୁଙ୍କୁ ବହିଷ୍କାର କରିବା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗଳ ମେହେରଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ କରିବା ଓ ପୁଇଁତଲା ବ୍ଳକ୍‌ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ପ୍ରଧାନଙ୍କ ଗୋଟିଏ ମାସର ଦରମା ବନ୍ଦ କରିବାକୁ ପୁଇଁତଲା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓ ରବିନାରାୟଣ ଆଚାର୍ଯ୍ୟ ଉପଜିଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏ ସଂକ୍ରାନ୍ତରେ ମହୀମୁଣ୍ଡା ସରପଞ୍ଚ ପ୍ରଧାନଙ୍କୁ ଚିଠି କରିଥିଲେ ।ଏହି ଚିଠି ପାଇବା ପରେ ସରପଞ୍ଚ ପ୍ରଧାନ ଶୁକ୍ରବାର ଯୋଗାଣ ସହାୟକ ସାହୁଙ୍କୁ ବହିଷ୍କୃତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri