ପିଡିଏସ୍‌ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ

ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଓ ବିଡିଓଙ୍କ ଚିଠି ବଳରେ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଯୋଗାଣ ସହାୟକ ସାହୁଙ୍କୁ ବହିଷ୍କୃତ କରିଥିବା ସୂଚନା ଦେଇଛନ୍ତି। ସରପଞ୍ଚ ପ୍ରଧାନ ଗତ ଏପ୍ରିଲ ମାସରେ ନିଜ ପଞ୍ଚାୟତର ଯୋଗାଣ ସହାୟକ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଯୋଗାଣ ସହାୟକ ସାହୁ ଗତ ୧ ବର୍ଷରୁ ଅଧିକ ହେବ ହିତାଧିକାରୀଙ୍କ ପିଡିଏସ୍‌ ଚାଉଳ ବଣ୍ଟନ, ସେମାନଙ୍କ ରାଶନ କାର୍ଡ ହେରଫେର, ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଣ କରୁଥିବା ଅଭିଯୋଗ କରିଥିଲେ। ଏ ନେଇ ପୁଇଁତଲା ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଏହାର ତଦନ୍ତ କରିବା ସହ ତୁରନ୍ତ ଯୋଗାଣ ସହାୟକଙ୍କୁ ବହିଷ୍କୃତ କରିବାକୁ ଦାବି କରିଥିଲେ। ଏହି ଅଭିଯୋଗର ନକଲ ଜିଲାପାଳଙ୍କୁ ଅବଗତ କରି ଟ୍ବିଟ୍‌ ଜରିଆରେ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ, ଓଡିଶା ସିଏମ୍‌ଓ ଏବଂ ପଞ୍ଚାୟତିରାଜ ବିଭାଗକୁ ଜଣାଇଥିଲେ । ଏଭଳି ଅଭିଯୋଗର ତଦନ୍ତ କରି ଉପଜିଲାପାଳ ମିଶ୍ର ମହୀମୁଣ୍ଡା ପଞ୍ଚାୟତର ଯୋଗାଣ ସହାୟକ ସାହୁଙ୍କୁ ବହିଷ୍କାର କରିବା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗଳ ମେହେରଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ କରିବା ଓ ପୁଇଁତଲା ବ୍ଳକ୍‌ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ପ୍ରଧାନଙ୍କ ଗୋଟିଏ ମାସର ଦରମା ବନ୍ଦ କରିବାକୁ ପୁଇଁତଲା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓ ରବିନାରାୟଣ ଆଚାର୍ଯ୍ୟ ଉପଜିଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏ ସଂକ୍ରାନ୍ତରେ ମହୀମୁଣ୍ଡା ସରପଞ୍ଚ ପ୍ରଧାନଙ୍କୁ ଚିଠି କରିଥିଲେ ।ଏହି ଚିଠି ପାଇବା ପରେ ସରପଞ୍ଚ ପ୍ରଧାନ ଶୁକ୍ରବାର ଯୋଗାଣ ସହାୟକ ସାହୁଙ୍କୁ ବହିଷ୍କୃତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri