Posted inଖେଳ

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ରବିବାର ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଆହୁରି ଖରାପ ହୋଇଛି।

ପାକିସ୍ତାନ ସରକାର ପାକିସ୍ତାନରେ ଥିବା ଭାରତୀୟଙ୍କୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଏସ୍‌ଏଲ୍‌ ମ୍ୟାଚର ପ୍ରଡକ୍‌ଶନ ଓ ବ୍ରଡକାଷ୍ଟ ଲାଗି ପାକିସ୍ତାନରେ ଥିବା ୨୩ ଭାରତୀୟଙ୍କୁ ପଠାଇ ଦିଆଯାଇଥିବା ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭାରତୀୟ କର୍ମଚାରୀମାନେ ଲାହୋରରୁ ଓ୍ବାଘା ସୀମା ଦେଇ ସ୍ବଦେଶ ଫେରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ପିଏସ୍‌ଏଲ୍‌ ମ୍ୟାଚ୍‌ର ପ୍ରଡ୍ୟୁସିଂ ଓ ବ୍ରଡକାଷ୍ଟିଂ ଦାୟିତ୍ୱରେ ଥିବା କମ୍ପାନୀ ଭାରତୀୟ କ୍ୟାମେରାମ୍ୟାନ ଓ ଟେକ୍‌ନିସିଆନ୍ସଙ୍କୁ ନିଯୁକ୍ତ କରିଥିଲା। ଭାରତୀୟମାନେ ଫେରି ଯାଇଥିବାରୁ ସେମାନଙ୍କ ସ୍ଥାନରେ ବିଦେଶୀ ଓ ସ୍ଥାନୀୟ କ୍ୟାମେରାମ୍ୟାନ ଓ ଟେକ୍‌ନିସିଆନ୍ସଙ୍କୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri