୭ ବର୍ଷରେ ୨,୨୯୩ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୪।୫: ଢେଙ୍କାନାଳ ଜିଲାରେ ଗତ ୭ ବର୍ଷରେ ୨,୨୯୩ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା କହୁଥିବାବେଳେ ଶିଳ୍ପ ଜିଲାରେ ଶିଶୁ ମୃତ୍ୟୁର ଏଭଳି ସଙ୍ଗିନ ଚିତ୍ର ବାସ୍ତବତାକୁ ପଦାରେ ପକାଇଛି। ଏଥିଲାଗି ସ୍ବାସ୍ଥ୍ୟ ବିଭାଗରେ କର୍ମଚାରୀ ମରୁଡ଼ି, ଉପଯୁକ୍ତ ଚିକିତ୍ସା ଏବଂ ଭିତ୍ତିଭୂମି ଅଭାବକୁ ଦାୟୀ କରିଛନ୍ତି ପୂର୍ବତନ ବିଧାୟକ ତଥା ଭାରତ ରାଷ୍ଟ୍ରୀୟ ସମିତି (ବିଆର୍‌ଏସ୍‌) ନେତା ନବୀନ ନନ୍ଦ।
ଆର୍‌ଟିଆଇରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଜିଲାରେ ୨୦୧୬-୧୭ରେ ୩୯୮, ୨୦୧୭-୧୮ରେ ୨୭୩, ୨୦୧୮-୧୯ରେ ୨୯୫, ୨୦୧୯-୨୦ରେ ୪୦୬, ୨୦୨୦-୨୧ରେ ୩୭୨, ୨୦୨୧-୨୨ରେ ୩୧୭, ୨୦୨୨-୨୩ ଜାନୁୟାରୀ ୨୩ ସୁଦ୍ଧା ୨୩୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଭଳି ଶିଶୁମୃତ୍ୟୁ ଜିଲାର ଚିକିତ୍ସା ସେବାରେ ରହିଥିବା ଦୁର୍ବଳତାକୁ ପଦାରେ ପକାଇଦେଇଛି। ରାଜ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଯେଉଁ ଦାବି କରୁଛନ୍ତି, ତାହା ବାସ୍ତବତାଠାରୁ ଯୋଜନ ଯୋଜନ ଦୂରରେ ବୋଲି ପୂର୍ବତନ ବିଧାୟକ ନନ୍ଦ ଅଭିଯୋଗ କରିଛନ୍ତି।
ଜିଲାରେ ସୁରକ୍ଷିତ ପ୍ରସବ, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଜନନୀ ସୁରକ୍ଷା ଯୋଜନା, ସୁରକ୍ଷିତ ମାତୃତ୍ୱ ଲାଗି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୨୦୧୫-୧୬ରୁ ‘ସମ୍ପୂର୍ଣ୍ଣା ଯୋଜନା’ କାର୍ଯ୍ୟକାରୀ ହେଉଥିବାବେଳେ ଏହା ଅଧୀନରେ ବର୍ଷତମାମ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଜାରି ରହିଥିବା କୁହାଯାଉଛି। ଜିଲା ଚିକିତ୍ସାଳୟରେ ସ୍ପେଶାଲ ନ୍ୟୁବର୍ନ ବେବି କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ରହିଛି। ଏହାକୁ ବାଦ୍‌ଦେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁ ତଥା କମ୍‌ ଓଜନର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଓ ପରାମର୍ଶ ଯୋଗାଇ ଦେବାକୁ କାମାକ୍ଷାନଗର ଏବଂ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ନ୍ୟୁଟ୍ରିସିୟନ ରିହାବିଲେଟେଶନ ସେଣ୍ଟର (ଏନ୍‌ଆର୍‌ସି) କାର୍ଯ୍ୟକ୍ଷମ ହୋଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ୨୦୧୬ରୁ ୨୦୨୩ ମଧ୍ୟରେ ଏ ବାବଦରେ ୩୩ ଲକ୍ଷ ୬୯ ହଜାର ୨୮୬ ଟଙ୍କା, କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ସମାନ ସମୟରେ ୩୧ ଲକ୍ଷ ୪୪ ହଜାର ୮୧୨ ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ କହୁଛି। ତଥାପି ଶିଶୁ ମୃତ୍ୟୁହାରର ଏଭଳି ଚିନ୍ତାଜନକ ଚିତ୍ର ଯୋଜନାର ଠିକ୍‌ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଢେଙ୍କାନାଳ ଜିଲାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା, ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ସହ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରିବା ପାଇଁ ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି।
ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଏଭଳି ଅଭିଯୋଗକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡ. ଅଶୋକ କୁମାର ଦାସ ଖଣ୍ଡନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଜିଲାରେ ଶିଶୁ ମୃତ୍ୟୁହାର ବଢ଼ିନାହିଁ। ଆସୁଥିବା ସରକାରୀ ଅନୁଦାନ ଠିକ୍‌ ଭାବେ ଖର୍ଚ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri