୧୯୨ ପ୍ରକଳ୍ପ ଲାଗି ୨୨କୋଟି ୨୦ଲକ୍ଷ ବ୍ୟୟବରାଦ

ଜଳେଶ୍ୱର, ୪।୧୧(ଡି.ଏନ.ଏ.) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରର ବିକାଶ ଲାଗି ୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିଲାଗି ମୋଟ ୨୨କୋଟି ୧୯ଲକ୍ଷ ୭୭ହଜାର ୯ଶହ ଟଙ୍କା ବ୍ୟୟ ହେବ। ଏନେଇ ବୁଧବାର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଜଳେଶ୍ୱର ସହରର ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ସର୍ବାଙ୍ଗୀନ ଉନ୍ନତି ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି। ମୋଟ ୧୧୫ଟି ପ୍ରକଳ୍ପ ଲାଗି ୬କୋଟି ୧୩ଲକ୍ଷ ୯୮ହଜାର ଟଙ୍କାର କାର୍ଯ୍ୟାଦେଶ ସମ୍ପର୍କରେ ବିଧାୟକ ପାତ୍ର ସୂଚନା ଦେଇଛନ୍ତି। ଏଥିରେ ବିଭିନ୍ନ ରାସ୍ତା ଓ ଜଳ ନିଷ୍କାସନ ଲାଗି ୭୪ଟି ପ୍ରକଳ୍ପରେ ୩କୋଟି ୧୮ଲକ୍ଷ୨ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି ନୂତନ ଢାଞ୍ଚାରେ ୩୯ଟି ରାସ୍ତା ନିର୍ମାଣ ସକାଶେ ୧କୋଟି ୨୩ଲକ୍ଷ ୫୪ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ବିଧାୟକ କହିଛନ୍ତି ା ଅନ୍ୟପକ୍ଷରେ ‘ମଲ୍ଟି ପରପସ୍‌ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ’ ନିର୍ମାଣ ଲାଗି ୯କୋଟି ୨୮ଲକ୍ଷ ଟଙ୍କାର ପ୍ରକଳ୍ପ ଶାନ୍ତିଆଠାରେ ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ପ୍ରତିଷ୍ଠା ହେବାକୁ ଯାଉଥିବା ସେ ସୂଚନା ଦେଇଥିଲେ। ୩କୋଟି ୫୭ଲକ୍ଷ ୮୯ହଜାର ୩୪ଟଙ୍କା ବ୍ୟୟରେ ଜଳେଶ୍ୱରରୁ ଅଲାଲପୁରଯାଏ କଂକ୍ରିଟରୋଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ। ଏହାସହ ଅତ୍ୟାଧୁନିକ ଶ୍ମଶାନ ଲାଗି ୮୨ଲକ୍ଷ ୮୩ ହଜାର ଓ ଏକ ପାର୍କ ଲାଗି ୮୯ଲକ୍ଷ ୫୯ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ସେ ସୂଚନା ଦେଇଥିଲେ।
ମୁକ୍ତା ଯୋଜନାରେ (ମୁଖ୍ୟମନ୍ତ୍ରୀ କଲ୍ୟାଣ ତପତ୍ର ଅଭିଯାନ ଯୋଜନା) ୬୦ଟି ନୂତନ ଢାଞ୍ଚାରେ ରାସ୍ତା ନିର୍ମାଣ ସକାଶେ ୬୬ଲକ୍ଷ ୭୫ହଜାର ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବ ରଖାଯାଇଛି। ଏହାବ୍ୟତୀତ ୧୦ନଂ. ୱାର୍ଡରେ ଏକ ମିନି ପାର୍କ, ୧୨ନଂ .ୱାର୍ଡରେ ଥିବା ପାର୍କର ବିକାଶ, ୧୭ ଓ ୧୫ ନଂ. ୱାର୍ଡରେ ମିନି ପାର୍କ, ୧୦ ନଂ. ୱାର୍ଡରେ ପୋଖରୀ ଉନ୍ନତି କରଣ, ୧୫ ଓ ୧୬ନଂ. ୱାର୍ଡରେ ଖେଳପଡିଆ ଉନ୍ନତୀକରଣ ତଥା ୧, ୯ ଓ ୧୧ ନଂ ୱାର୍ଡରେ ପରିଶ୍ରାଗାର ନିର୍ମାଣ ଏପରି ମୋଟ ୨କୋଟି ୧୧ଲକ୍ଷ ୪ହଜାର ୯ଶହ ଟଙ୍କା ବ୍ୟୟଅଟକଳ ପ୍ରସ୍ତାବ ରଖାଯାଇଥିବା ସମ୍ପର୍କରେ ବିଧାୟକ ସୂଚନା ଦେଇଥିଲେ। ମଣିପାଟଣାକୁ ରାସ୍ତା ନିର୍ମାଣ ଲାଗି ୧୪.୫ ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇଥିବା ବେଳେ ୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଜିଲାପାଳଙ୍କ ନିକଟରେ ବିଚାରାଧୀନ ରହିଛି। ୧୫ନଂ. ୱାର୍ଡ ନହଞ୍ଜରା ଆଦିବାସୀ ସାହିକୁ ସଂଯୋଗୀକରଣ ସକାଶେ ୨୬ଲକ୍ଷ ଟଙ୍କାର ପ୍ରସ୍ତାବ ଓ ଶାନ୍ତିଆରୁ ଜାତୀୟ ରାଜପଥ ୬୦କୁ ସଂଯୋଗ ଲାଗି ୫ଲକ୍ଷ ଟଙ୍କାର ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିଶୀଘ୍ର ଏହି ସବୁର କାର୍ଯ୍ୟାଦେଶ ପ୍ରକାଶ ପାଇବ ବୋଲି ପାତ୍ର କହିଛନ୍ତି। ଏହାଛଡା ବର୍ତ୍ତନା-ପଶ୍ଚିମବାର୍ଡ ରାସ୍ତା, ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ, ଟାଉନ୍‌ହଲ, ନୂତନ ପୌର କାର୍ଯ୍ୟାଳୟ, ଶିଖରପୁର ସେତୁ-ଗୁରୁଦାସପୁର ସେତୁ ନଦୀକୂଳ ରାସ୍ତା ନିର୍ମାଣ, ନନ୍ଦିକା-ଜମାଳପୁର ଡ୍ରେନ ନିର୍ମାଣ ସମ୍ପର୍କରେ ଖବରଦାତା ସମ୍ମିଳନୀରେ ଆଲୋଚନା ହୋଇଥିଲା। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ ଓ ଟାଉନ ସଭାପତି ସୁରଜିତ୍‌ ଘୋଷ ଉପସ୍ଥିତ ଥିଲେv


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri