୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: ୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା

ଏରସମା,୨୯।୧୦(ସ୍ବ.ପ୍ର.):

ଦହିବର ଗ୍ରାମର ୫୮୭ ଲୋକଙ୍କ ମୃତ୍ୟୁ ହୋଇଥିଲା

ମହାବାତ୍ୟାର କରାଳ ରୂପକୁ ଯିଏ ଅଙ୍ଗେ ନିଭାଇଛି ସେ କାଳରାତ୍ରିର ଅନୁଭୂତିକୁ ଅନୁଭବ କରିଛି। ଏବେ କେବଳ ସ୍ମୃତି ଛଡ଼ା ଅନ୍ୟ କିଛିନାହିଁ। ଯେ ଶୁଣିଛି, ସେ ଅଧୀର ହୋଇଛି। ସେ ଯନ୍ତ୍ରଣା ଦଗ୍ଧ ଜୀବନର ବିଭୀଷିକାପୂର୍ଣ୍ଣ କାହାଣୀକୁ ଯେ, ନିକଟରୁ ଦେଖିଛି, ସେ କଥା ମନେପଡ଼ିଲେ ଏବେ ବି ଲୋମମୂଳ ଟାଙ୍କୁରି ଉଠେ। ପ୍ରକୃତିର ତାଣ୍ଡବ ଏତେ ଭୟଙ୍କର ରୂପ ନେଇପାରେ, ୧୯୯୯ ଅକ୍ଟୋବର ୨୯ ରାତି ଥିଲା ତା’ର ପ୍ରକୃଷ୍ଟ ଉଦାହରଣ। ସେଦିନ ତୀବ୍ର ହୋଇଥିଲା ପ୍ରବହମାନ ପବନର ତାଡ଼ନା। ମେଘ ସାଙ୍ଗକୁ ମାଟି ଉପରେ ଲମ୍ଫ ମାରୁଥିବା ପବନର ଧ୍ୱଂସଲୀଳା, ସବୁକିଛି ଓଲଟ ପାଲଟ କରିଦେଇଥିଲା। ସମୁଦ୍ରରୁ ଉଠି ଆସିଥିବା ୩୦ ଫୁଟ ଉଚ୍ଚର ଲୁଣା ଜୁଆର ପ୍ରଭାବରେ ସେ ଭୟାନକ ରାତି ପାହିଲାବେଳକୁ ଛାରଖାର ହୋଇଯାଇଥିଲା ଜଗତ୍‌ସିଂହପୁର ଜିଲା ଏରସମାର ଭୌଗୋଳିକ ସ୍ଥିତି। ମାଟିରେ ଲୋଟି ଯାଇଥିଲା ଅନେକ ମହାଦ୍ରୁମ। ନିଶ୍ଚିହ୍ନ ହୋଇଯାଇଥିଲା ଗାଁ ଗଣ୍ଡା, ଘରଦ୍ୱାର। ଡାଳପତ୍ର ସାଙ୍ଗକୁ ଓରା ଲାଗିଥିଲା ହଜାର ହଜାର ମଣିଷ ଓ ପଶୁପକ୍ଷୀଙ୍କ ମୃତଦେହ। ସେ ମହାବିଭୀଷିକା, ଏରସମା ବିପର୍ଯ୍ୟୟ ଇତିହାସରେ ବିରଳ ଅଧ୍ୟାୟ ହୋଇ ରହିଯାଇଛି। ଚାହୁଁ ଚାହୁଁ ବିତି ଯାଇଛି ୨୧ ବର୍ଷ। ମହାବାତ୍ୟାର ଧ୍ୱଂସ ସ୍ତୂପରୁ ଜନ୍ମ ନେଇଛି ନୂତନ ଏରସମା। ବିନାଶ ଭିତରୁ ସୂତ୍ରପାତ ହୋଇଛି ବିକାଶର ପର୍ବ। ତଥାପି ୨୧ବର୍ଷ ଧରି ଏରସମାବାସୀଙ୍କ ମନରେ ସେ ଦୁର୍ଦ୍ଦିନର ଅମା ଅନ୍ଧାର ଅଲିଭା ସ୍ମୃତି ହୋଇ ରହିଯାଇଛି।

ରାଜୁ, ରଞ୍ଜନଙ୍କୁ ଝୁରୁଛନ୍ତି ଚନ୍ଦନ

ସେଦିନର ମହାବାତ୍ୟାର ମହାକ୍ଷତ ଏବେବି କେତେକ ଏରସମାବାସୀଙ୍କ ମନରେ ତାଜା ହୋଇ ରହିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛିନ୍ତି ଏରସମା ବ୍ଲକ ଗୋଡ଼ା ଗ୍ରାମର ଚନ୍ଦନ ଦାସ। ସେ କୁହନ୍ତି, ଶଙ୍ଖ ନଦୀ ନିକଟବର୍ତ୍ତୀ ଏକ ତଳିଆ ଅଞ୍ଚଳ ପାତୁଆ ଗାଁରେ ମୁଁ ମୋର ଦୁଇ ସାଙ୍ଗ ରାଜୁ ସ୍ବାଇଁ ଓ ରଞ୍ଜନ ମଣ୍ଡଳ ଚିଙ୍ଗୁଡି ଘେରି କରିଥିଲୁ। ଘେରି ଜଗିବା ପାଇଁ ନଦୀ ବନ୍ଧରେ ତିଆରି କରିଥିଲୁ ଅସ୍ଥାୟୀ କୁଡିଆ। ସେଠାରେ ଭୋଜିଭାତଠାରୁ ଆରମ୍ଭକରି ଜମୁଥିଲା ତାସ ଖେଳ। ଏହି ଜାଗାଠାରୁ ଗୋଡା ୬ କିମି ଦୂର। ଏମିତି ଭାବରେ ସମୟ ବିତୁଥିବାବେଳେ ଖବର ମିଳିଲା ବାତ୍ୟା ହେବ। ୨୭ ତାରିଖ ଦିନଠାରୁ ପାଗ ପୂରା ନରମି ଗଲା। ଛନକା ପଶିଲା ମନରେ। ୨୮ ରେ ବର୍ଷା ପବନ ଜୋର ଧରିଲା। ସେଇଠି ରୋଷେଇକରି ଏକାଠି ଖାଇଲୁ। ରାତିରେ ପବନ ବେଗ ବଢିବାରୁ ଶୋଇ ପାରିଲୁ ନାହିଁ। ବିଳମ୍ବିତ କିଟିମିଟିଆ ଅନ୍ଧାର ସାଙ୍ଗକୁ ସେଇ ପବନ ମେଘ ମାଡ଼ରେ ହୁଲିଡଙ୍ଗାରେ ପାତୁଆ ଗାଁକୁ ପଳେଇ ଆସିଲୁ। ଘରଠାରୁ ଦୂରରେ ରହୁଥିବାରୁ ପରିବାର ଲୋକଙ୍କ କଥା ମନେ ପଡିଲା। ପରଦିନ ପବନର ତୀବ୍ରତା ଏତେ ବଢିଗଲା ଯେ, ବଡ଼ବଡ଼ ଗଛ ସବୁ ଭାଙ୍ଗି ପଡିଲା। ଘର ଚାଳ ଉଡିଗଲା। ନଡିଆ ଗଛ ଉଚ୍ଚର ସମୁଦ୍ର ପାଣି ମାଡି ଆସିଲା। ପ୍ରକୃତିର ତାଣ୍ଡବରେ ଆମେ ଦିଗ ହରା ହୋଇଗଲୁ। ଆମ ହୁଲି ଡଙ୍ଗା ଓ ତିନି ସାଙ୍ଗ କିଏ କୁଆଡେ ଭାସିଗଲୁ ଜଣାପଡିଲା ନାହିଁ। ମୁଁ ୨ ଦିନ ଅଖିଆ ଅପିଆ ପ୍ରକୃତି ସହ ବହୁ କଷ୍ଟରେ ଲଢି ଏକ ତାଳ ଗଛକୁ ମାଡିବସିଲି। ଥଣ୍ଡାରେ କାଲୁଆ ହୋଇଯାଇଥିଲା ଦେହ। ଗଛପତ୍ର ଆହାର କରି ଜୀବନ ବଞ୍ଚାଇଥିଲି। ଏବେବି ରାଜୁ ଓ ରଞ୍ଜନ କଥା ମନେ ପଡିଲେ ଅନ୍ତରରୁ କୋହ ମାଡିଆସେ।

୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା

ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗାଁରେ ଜୋଛନା ପ୍ରଧାନଙ୍କ ଘର। ତାଙ୍କ ସ୍ବାମୀଙ୍କ ନାମ ତ୍ରୈଲୋକ୍ୟ ପ୍ରଧାନ। ସ୍ବାମୀଙ୍କ ୫ ଭାଇ ଥିଲେ। ମୋଟ ୩୨ ଜଣଙ୍କୁ ନେଇ ହସିଉଠିଥିଲା ତାଙ୍କ ଯୌଥ ପରିବାର। ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିଲେ ସେମାନେ। ମାତ୍ର ଦଇବର ବିଚାର ଥିଲା ନିଆରା। ଘରଠାରୁ ସମୁଦ୍ର ମାତ୍ର ୫୦ ମିଟର ଦୂର। ଗାଁରେ କୌଣସି କୋଠାଘର ନଥିଲା। କି ସେତେବେଳେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇ ନ ଥିଲା। କ’ଣ କରିବେ କିଛି ଜାଣି ପାରିଲେ ନାହିଁ। ଜୀବନ ବଞ୍ଚାଇବା ପାଇଁ ଭୟରେ ଖାଲି ଧାଁ ଧପଡ଼ କଲେ। ନିମିଷକ ମଧ୍ୟରେ ପବନର ଛାତିଥରା ବେଗ ସାଙ୍ଗକୁ ସମୁଦ୍ର ଜୁଆର ଧୋଇ ଦେଇଥିଲା ଶଙ୍ଖା ଗାଁକୁ। କେତେକ ଲୋକ ଚାକୁଣ୍ଡା ଗଛକୁ ଧରି ଜୀବନ ବଞ୍ଚାଇଲେ। ତିନି ଦିନ ଧରି ଗଛରେ ରହି ପାଣିପବନ ମାଡ଼ ସହି ଭାସି ଆସୁଥିବା କୁଟାପତର ଚୋବାଇଲେ। ଗଛ ପାଖରେ ଲାଗିଥିବା ଶବଦେହରୁ ଲୁଗା କାଢି ପିନ୍ଧିଥିଲେ। ୩୧ ପରିବାର ସଦସ୍ୟଙ୍କୁ ହରାଇ ଜୋଛନା ସେହି ଚାକୁଣ୍ଡା ଗଛରେ ରହି ଜୀବନ ବଞ୍ଚାଇଥିଲେ। ଏବେ ସେ ସିହା ଗାଁରେ ପର ଘରେ କାମ କରି ଜୀବନ ବିତାଉଛନ୍ତି। ମହାବାତ୍ୟା କଥା ପଚାରିଲେ ଶାଢ଼ି କାନିରେ ଲୁହ ପୋଛି କହନ୍ତି, ରଖେ ହରି ତ ମାରେ କିଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri