୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: ୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା

ଏରସମା,୨୯।୧୦(ସ୍ବ.ପ୍ର.):

ଦହିବର ଗ୍ରାମର ୫୮୭ ଲୋକଙ୍କ ମୃତ୍ୟୁ ହୋଇଥିଲା

ମହାବାତ୍ୟାର କରାଳ ରୂପକୁ ଯିଏ ଅଙ୍ଗେ ନିଭାଇଛି ସେ କାଳରାତ୍ରିର ଅନୁଭୂତିକୁ ଅନୁଭବ କରିଛି। ଏବେ କେବଳ ସ୍ମୃତି ଛଡ଼ା ଅନ୍ୟ କିଛିନାହିଁ। ଯେ ଶୁଣିଛି, ସେ ଅଧୀର ହୋଇଛି। ସେ ଯନ୍ତ୍ରଣା ଦଗ୍ଧ ଜୀବନର ବିଭୀଷିକାପୂର୍ଣ୍ଣ କାହାଣୀକୁ ଯେ, ନିକଟରୁ ଦେଖିଛି, ସେ କଥା ମନେପଡ଼ିଲେ ଏବେ ବି ଲୋମମୂଳ ଟାଙ୍କୁରି ଉଠେ। ପ୍ରକୃତିର ତାଣ୍ଡବ ଏତେ ଭୟଙ୍କର ରୂପ ନେଇପାରେ, ୧୯୯୯ ଅକ୍ଟୋବର ୨୯ ରାତି ଥିଲା ତା’ର ପ୍ରକୃଷ୍ଟ ଉଦାହରଣ। ସେଦିନ ତୀବ୍ର ହୋଇଥିଲା ପ୍ରବହମାନ ପବନର ତାଡ଼ନା। ମେଘ ସାଙ୍ଗକୁ ମାଟି ଉପରେ ଲମ୍ଫ ମାରୁଥିବା ପବନର ଧ୍ୱଂସଲୀଳା, ସବୁକିଛି ଓଲଟ ପାଲଟ କରିଦେଇଥିଲା। ସମୁଦ୍ରରୁ ଉଠି ଆସିଥିବା ୩୦ ଫୁଟ ଉଚ୍ଚର ଲୁଣା ଜୁଆର ପ୍ରଭାବରେ ସେ ଭୟାନକ ରାତି ପାହିଲାବେଳକୁ ଛାରଖାର ହୋଇଯାଇଥିଲା ଜଗତ୍‌ସିଂହପୁର ଜିଲା ଏରସମାର ଭୌଗୋଳିକ ସ୍ଥିତି। ମାଟିରେ ଲୋଟି ଯାଇଥିଲା ଅନେକ ମହାଦ୍ରୁମ। ନିଶ୍ଚିହ୍ନ ହୋଇଯାଇଥିଲା ଗାଁ ଗଣ୍ଡା, ଘରଦ୍ୱାର। ଡାଳପତ୍ର ସାଙ୍ଗକୁ ଓରା ଲାଗିଥିଲା ହଜାର ହଜାର ମଣିଷ ଓ ପଶୁପକ୍ଷୀଙ୍କ ମୃତଦେହ। ସେ ମହାବିଭୀଷିକା, ଏରସମା ବିପର୍ଯ୍ୟୟ ଇତିହାସରେ ବିରଳ ଅଧ୍ୟାୟ ହୋଇ ରହିଯାଇଛି। ଚାହୁଁ ଚାହୁଁ ବିତି ଯାଇଛି ୨୧ ବର୍ଷ। ମହାବାତ୍ୟାର ଧ୍ୱଂସ ସ୍ତୂପରୁ ଜନ୍ମ ନେଇଛି ନୂତନ ଏରସମା। ବିନାଶ ଭିତରୁ ସୂତ୍ରପାତ ହୋଇଛି ବିକାଶର ପର୍ବ। ତଥାପି ୨୧ବର୍ଷ ଧରି ଏରସମାବାସୀଙ୍କ ମନରେ ସେ ଦୁର୍ଦ୍ଦିନର ଅମା ଅନ୍ଧାର ଅଲିଭା ସ୍ମୃତି ହୋଇ ରହିଯାଇଛି।

ରାଜୁ, ରଞ୍ଜନଙ୍କୁ ଝୁରୁଛନ୍ତି ଚନ୍ଦନ

ସେଦିନର ମହାବାତ୍ୟାର ମହାକ୍ଷତ ଏବେବି କେତେକ ଏରସମାବାସୀଙ୍କ ମନରେ ତାଜା ହୋଇ ରହିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛିନ୍ତି ଏରସମା ବ୍ଲକ ଗୋଡ଼ା ଗ୍ରାମର ଚନ୍ଦନ ଦାସ। ସେ କୁହନ୍ତି, ଶଙ୍ଖ ନଦୀ ନିକଟବର୍ତ୍ତୀ ଏକ ତଳିଆ ଅଞ୍ଚଳ ପାତୁଆ ଗାଁରେ ମୁଁ ମୋର ଦୁଇ ସାଙ୍ଗ ରାଜୁ ସ୍ବାଇଁ ଓ ରଞ୍ଜନ ମଣ୍ଡଳ ଚିଙ୍ଗୁଡି ଘେରି କରିଥିଲୁ। ଘେରି ଜଗିବା ପାଇଁ ନଦୀ ବନ୍ଧରେ ତିଆରି କରିଥିଲୁ ଅସ୍ଥାୟୀ କୁଡିଆ। ସେଠାରେ ଭୋଜିଭାତଠାରୁ ଆରମ୍ଭକରି ଜମୁଥିଲା ତାସ ଖେଳ। ଏହି ଜାଗାଠାରୁ ଗୋଡା ୬ କିମି ଦୂର। ଏମିତି ଭାବରେ ସମୟ ବିତୁଥିବାବେଳେ ଖବର ମିଳିଲା ବାତ୍ୟା ହେବ। ୨୭ ତାରିଖ ଦିନଠାରୁ ପାଗ ପୂରା ନରମି ଗଲା। ଛନକା ପଶିଲା ମନରେ। ୨୮ ରେ ବର୍ଷା ପବନ ଜୋର ଧରିଲା। ସେଇଠି ରୋଷେଇକରି ଏକାଠି ଖାଇଲୁ। ରାତିରେ ପବନ ବେଗ ବଢିବାରୁ ଶୋଇ ପାରିଲୁ ନାହିଁ। ବିଳମ୍ବିତ କିଟିମିଟିଆ ଅନ୍ଧାର ସାଙ୍ଗକୁ ସେଇ ପବନ ମେଘ ମାଡ଼ରେ ହୁଲିଡଙ୍ଗାରେ ପାତୁଆ ଗାଁକୁ ପଳେଇ ଆସିଲୁ। ଘରଠାରୁ ଦୂରରେ ରହୁଥିବାରୁ ପରିବାର ଲୋକଙ୍କ କଥା ମନେ ପଡିଲା। ପରଦିନ ପବନର ତୀବ୍ରତା ଏତେ ବଢିଗଲା ଯେ, ବଡ଼ବଡ଼ ଗଛ ସବୁ ଭାଙ୍ଗି ପଡିଲା। ଘର ଚାଳ ଉଡିଗଲା। ନଡିଆ ଗଛ ଉଚ୍ଚର ସମୁଦ୍ର ପାଣି ମାଡି ଆସିଲା। ପ୍ରକୃତିର ତାଣ୍ଡବରେ ଆମେ ଦିଗ ହରା ହୋଇଗଲୁ। ଆମ ହୁଲି ଡଙ୍ଗା ଓ ତିନି ସାଙ୍ଗ କିଏ କୁଆଡେ ଭାସିଗଲୁ ଜଣାପଡିଲା ନାହିଁ। ମୁଁ ୨ ଦିନ ଅଖିଆ ଅପିଆ ପ୍ରକୃତି ସହ ବହୁ କଷ୍ଟରେ ଲଢି ଏକ ତାଳ ଗଛକୁ ମାଡିବସିଲି। ଥଣ୍ଡାରେ କାଲୁଆ ହୋଇଯାଇଥିଲା ଦେହ। ଗଛପତ୍ର ଆହାର କରି ଜୀବନ ବଞ୍ଚାଇଥିଲି। ଏବେବି ରାଜୁ ଓ ରଞ୍ଜନ କଥା ମନେ ପଡିଲେ ଅନ୍ତରରୁ କୋହ ମାଡିଆସେ।

୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା

ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗାଁରେ ଜୋଛନା ପ୍ରଧାନଙ୍କ ଘର। ତାଙ୍କ ସ୍ବାମୀଙ୍କ ନାମ ତ୍ରୈଲୋକ୍ୟ ପ୍ରଧାନ। ସ୍ବାମୀଙ୍କ ୫ ଭାଇ ଥିଲେ। ମୋଟ ୩୨ ଜଣଙ୍କୁ ନେଇ ହସିଉଠିଥିଲା ତାଙ୍କ ଯୌଥ ପରିବାର। ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିଲେ ସେମାନେ। ମାତ୍ର ଦଇବର ବିଚାର ଥିଲା ନିଆରା। ଘରଠାରୁ ସମୁଦ୍ର ମାତ୍ର ୫୦ ମିଟର ଦୂର। ଗାଁରେ କୌଣସି କୋଠାଘର ନଥିଲା। କି ସେତେବେଳେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇ ନ ଥିଲା। କ’ଣ କରିବେ କିଛି ଜାଣି ପାରିଲେ ନାହିଁ। ଜୀବନ ବଞ୍ଚାଇବା ପାଇଁ ଭୟରେ ଖାଲି ଧାଁ ଧପଡ଼ କଲେ। ନିମିଷକ ମଧ୍ୟରେ ପବନର ଛାତିଥରା ବେଗ ସାଙ୍ଗକୁ ସମୁଦ୍ର ଜୁଆର ଧୋଇ ଦେଇଥିଲା ଶଙ୍ଖା ଗାଁକୁ। କେତେକ ଲୋକ ଚାକୁଣ୍ଡା ଗଛକୁ ଧରି ଜୀବନ ବଞ୍ଚାଇଲେ। ତିନି ଦିନ ଧରି ଗଛରେ ରହି ପାଣିପବନ ମାଡ଼ ସହି ଭାସି ଆସୁଥିବା କୁଟାପତର ଚୋବାଇଲେ। ଗଛ ପାଖରେ ଲାଗିଥିବା ଶବଦେହରୁ ଲୁଗା କାଢି ପିନ୍ଧିଥିଲେ। ୩୧ ପରିବାର ସଦସ୍ୟଙ୍କୁ ହରାଇ ଜୋଛନା ସେହି ଚାକୁଣ୍ଡା ଗଛରେ ରହି ଜୀବନ ବଞ୍ଚାଇଥିଲେ। ଏବେ ସେ ସିହା ଗାଁରେ ପର ଘରେ କାମ କରି ଜୀବନ ବିତାଉଛନ୍ତି। ମହାବାତ୍ୟା କଥା ପଚାରିଲେ ଶାଢ଼ି କାନିରେ ଲୁହ ପୋଛି କହନ୍ତି, ରଖେ ହରି ତ ମାରେ କିଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ...

ଲଘୁଚାପ ବର୍ଷାକୁ ନେଇ ଭୟଭୀତ ଚାଷୀ

ଯାଜପୁର ସଦର,୬।୧୨(ସମର ବିଜୟ ଶରଣ): ଲଘୁଚାପ ବର୍ଷାକୁ ନେଇ ଯାଜପୁର ବ୍ଲକ୍‌ ଅଞ୍ଚଳର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଯଦି ବର୍ଷା ହୁଏ ତେବେ ଅନେକ...

୩୩ ବର୍ଷ ହେଲା ରାସ୍ତା ନିର୍ମାଣ ହୋଇପାରୁନି

ପ୍ରୀତିପୁର,୬।୧୨(ସୁଶାନ୍ତ ବେହୁରିଆ):ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ବିସିଜେ ହାଇସ୍କୁଲ ଛକଠାରୁ ଦଶରଥପୁର ବ୍ଲକର ବଡ଼ କୁଁଆଲ ଗାଁ ପର୍ଯ୍ୟନ୍ତ ରାସ୍ତା ୩୩ ବର୍ଷ ହେବ ନିର୍ମାଣ...

ସ୍କୁଲ ୟୁନିଫର୍ମ, ଜୋତା ଗୁଣବତ୍ତା ପ୍ରଭାବିତ ହେଉଛି

ରସୁଲପୁର,୬।୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ୨୧୭ ବିଦ୍ୟାଳୟରେ ୩୦ହଜାରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri