ଓଡ଼ିଶାର ୨୧% ପରିବାର ଏବେ ବି ଏଲ୍‌ପିଜି କନେକ୍ସନ ପାଇନାହାନ୍ତି

ନୂଆଦିଲ୍ଲୀ,୨।୧୦: ଓଡ଼ିଶାର ପ୍ରାୟ ୪୭% ପରିବାର ସେମାନଙ୍କର ପ୍ରାଥମିକ ରୋଷେଇ ଇନ୍ଧନ ଭାବେ ଲିକ୍ୱିଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି)ର ବ୍ୟବହାର କରୁଛନ୍ତି। ରାଜ୍ୟର ୭୯% ଘରେ ଏଲ୍‌ପିଜି ସଂଯୋଗ ରହିଛି। ତେବେ ପ୍ରାୟ ୭୩% ପରିବାର ଏବେ ବି ସ୍ବତନ୍ତ୍ର ଭାବେ କିମ୍ବା ତାହାକୁ ଏଲ୍‌ପିଜି ସହ ବ୍ୟବସ୍ଥିତ କରି, କଠିନ ଇନ୍ଧନର ବ୍ୟବହାର ଜାରି ରଖିଛନ୍ତି। ଏହି ଫଳାଫଳଗୁଡିକ ଓଡିଶାର ୬ଟି ଜିଲାର ପ୍ରାୟ ୬୦୦ ପରିବାରରୁ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଆଧାରିତ। ଜାଳେଣି କାଠ, ଗୋବର ଘସି, କୃଷି ଅବଶିଷ୍ଟାଂଶ ଓ କୋଇଲା ଆଦି କଠିନ ଇନ୍ଧନଗୁଡିକୁ ରୋଷେଇ ପାଇଁ ବ୍ୟବହାର କରିବା ଦ୍ୱାରା ଏଭଳି ଘରଗୁଡିକ ପାଇଁ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣକୁ ବୃଦ୍ଧି ପାଉଛି ବୋଲି ସିଇଇଡବ୍ଲ୍ୟୁର ଫଳାଫଳ ଇଣ୍ଡିଆ ରେସିଡେନ୍ସିଆଲ ଏନର୍ଜି ସର୍ଭେ (ଆଇଆର୍‌ଇଏସ୍‌) ୨୦୨୦ରୁ ଏହା ଜଣାପଡିଛି। ଏହି ସର୍ଭେ ଇନିସିଏଟିଭ୍‌ ଫର୍‌ସଷ୍ଟେନେବୁଲ ଏନର୍ଜି ପଲିସି (ଆଇଏସ୍‌ଇପି) ସହ ସହଭାଗିତାରେ ପରିଚାଳିତ ହୋଇଥିଲା।
ଓଡିଶାରେ ଏଲ୍‌ପିଜି କଭରେଜ୍‌ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ଉନ୍ନତ ରହିଛି। ମାତ୍ର ଏହା ଅନ୍ୟ ୧୫ ଟି ଆଇଆର୍‌ଇଏସ୍‌ ରାଜ୍ୟ ଗୁଡିକ ତୁଳନାରେ ଖରାପ ରହିଛି। ଏହି ଅଧ୍ୟୟନ ମୁତାବକ ମୁଖ୍ୟତଃ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ଏଲ୍‌ପିଜି କଭରେଜ୍‌ ଖୁବ୍‌ କମ୍‌ ରହିଛି। ସୁନ୍ଦରଗଡର ପ୍ରାୟ ୫୦% ପରିବାର ଏବଂ ଦେବଗଡ଼ରେ ଏକ ଚତୁର୍ଥାଂଶ ପରିବାର ରୋଷେଇ ପାଇଁ କେବଳ କଠିନ ଇନ୍ଧନର ବ୍ୟବହାର କରୁଛନ୍ତି। ଓଡିଶାର ୨୧% ପରିବାର ଏବେ ବି ଏଲ୍‌ପିଜି କନେକ୍ସନ ପାଇନାହାନ୍ତି।
ସୁନ୍ଦରଗଡ ଓ ଦେବଗଡ଼ ଭଳି ଜିଲା, ଯେଉଁଠାରେ ଏଲ୍‌ପିଜି ବ୍ୟବହାର ବହୁତ କମ୍‌ ରହିଛି, ତାହା ସ୍ବତନ୍ତ୍ର ଧ୍ୟାନ ଆବଶ୍ୟକ କରୁଛି। ନୀତି ନିର୍ମାଣକାରୀମାନେ ଉପଭୋକ୍ତାମାନଙ୍କୁ କଠିନ ଇନ୍ଧନ ବ୍ୟବହାରରୁ ଦୂରେଇବା ପାଇଁ ଏଲ୍‌ପିଜି ରିଫିଲ୍‌ ସବ୍‌ସିଡିର ପୁନଃସ୍ଥାପନକୁ ପ୍ରାଥମିକତା ଦେବା ଉଚିତ। କଠିନ ଇନ୍ଧନ ସହ ଏଲ୍‌ପିଜିର ବ୍ୟବହାର କରୁଥିବା ଓଡିଶାର ୭୧% ପରିବାର ସିଲିଣ୍ଡରର ଉଚ୍ଚ ଦରକୁ ଇନ୍ଧନର କମ୍‌ ବ୍ୟବହାର ପାଇଁ ସେମାନଙ୍କର ଅନ୍ୟତମ କାରଣ ବୋଲି ଦର୍ଶାଇଛନ୍ତି। ଏଲ୍‌ପିଜି ମୂଲ୍ୟରେ ଜାରି ରହିଥିବା ବୃଦ୍ଧି ପ୍ରସଙ୍ଗରେ ଏହି ଫଳାଫଳ ଗୁରୁତ୍ୱପୂର୍ଣ୍ଣ ଅଟେ। ଯାହାକି ଗତ ଏକ ବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୨୪୦ଟଙ୍କା ବୃଦ୍ଧି (୪୦% ବୃଦ୍ଧି) ପାଇଛି। ମହାମାରୀ ସମୟରେ କମ୍‌ ପାରିବାରିକ ଆୟ ଏବଂ ମେ’ ୨୦୨୦ରେ ଏଲ୍‌ପିଜି ସବ୍‌ସିଡିକୁ ସ୍ଥଗିତ ରଖିବା ଜନସଂଖ୍ୟାର ଏକ ନିର୍ଦ୍ଧିଷ୍ଟ ବର୍ଗ ପାଇଁ ଏଲ୍‌ପିଜିକୁ ଅଣସୁଲଭ କରିଛି। ଏଲ୍‌ପିଜିର କମ୍‌ ବ୍ୟବହାର ପାଇଁ ଅନ୍ୟ କାରଣଗୁଡିକ ମଧ୍ୟରେ ଚୁଲାରେ ରୋଷେଇ କରିବାର ପସନ୍ଦ, ମାଗଣା ଜୈବଇନ୍ଧନର ଉପଲବ୍ଧତା ଓ ଏଲ୍‌ପିଜି ରିଫିଲ୍‌ର ସୀମିତ ଉପଲବ୍ଧତା ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri