ଗିରଫ ଡାକ୍ତରଙ୍କ ଶୌଚାଳୟରୁ ମିଳିଲା ୨୦,୫୫୮ ଡଲାର

ଭୁବନେଶ୍ୱର (ସୂର୍ଯ୍ୟକାନ୍ତ ବେହେରା)/ ପାରାଦୀପ,(ଶରତ ରାଉତ)/ ସିମୁଳିଆ, ୧୪।୧୦ (ସନ୍ତୋଷ ନାୟକ): ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପ୍ରଦାନ ପାଇଁ ଜାହାଜ କ୍ରିଉ ମେମ୍ବର (ନାବିକ)ଙ୍କଠାରୁ ୫୪ ହଜାର ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ପାରାଦୀପ ବନ୍ଦରସ୍ଥିତ ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ(ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଶୁକ୍ରବାର ସିବିଆଇ ଘନଘନ ଜେରା କରିଛି। ତାଙ୍କ ବିରୋଧରେ ଏକ ମାମଲା ପରେ ମାମଲା ନଂ.ଆର୍‌ସି୧୦ଏ/୨୩, ଡିକେ ରୁଜୁ କରାଯାଇଛି। ତେବେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ଭିତରେ ସିବିଆଇ ଅଧିକାରୀମାନେ ତାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି। ଏହି ଆଧାରରେ ସିବିଆଇ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ପାରାଦୀପ ଭୂୟାଁ ଛକରେ ଥିବା ଡା. ପାଣିଗ୍ରାହୀଙ୍କ ଅଫିସ ସମେତ ବାଲେଶ୍ୱର ଓ କଟକରେ ଥିବା ଘରେ ସିବିଆଇ ଚଢ଼ାଉ କରି ଖଟତଳ, ଟେବୁଲ ଡ୍ରୟାର ମଧ୍ୟରୁ ନଗଦ ୧୭ ଲକ୍ଷ ଟଙ୍କା ଓ ଶୌଚାଳୟରୁ ୨୦ ହଜାର ୫୫୮ ଆମେରିକୀୟ ଡଲାର, ଓଡିଶା ଓ ହାଇଦ୍ରାବାଦରେ ଥିବା ୫ଟି ସମ୍ପତ୍ତିର କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡଡିସ୍କକୁ ସିବିଆଇ ଅଧିକାରୀମାନେ ଜବତକରି ନେଇଛନ୍ତି। ସେହିପରି ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଥିବା ସୂଚନା ମିଳିଛି। ପରେ ଡା. ପାଣିଗ୍ରାହୀଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ଏହା ପୂର୍ବରୁ ସିବିଆଇ ଟିମ୍‌ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲା। ଏହି ସମୟରେ ସେ କୌଣସି ଲାଞ୍ଚ ନେଇନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଥିବା ଗଣମାଧ୍ୟମ ଆଗରେ କହିଥିଲେ।
ଏମିନେନ୍ସ ଶିପିଂ ନାମକ କମ୍ପାନୀର କର୍ମଚାରୀ ଆଲୋକ ରାଉତ ଅକ୍ଟୋବର ୧୦ରେ ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପାଇଁ ପିଏଚ୍‌ଓ କାର୍ଯ୍ୟାଳୟକୁ ଯାଇ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଭେଟିଥିଲେ। ଏଥିପାଇଁ ଡା. ପାଣିଗ୍ରାହୀ ୭୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଆଲୋକ ଅକ୍ଟୋବର ୧୧ରେ ମେଲ୍‌ ଜରିଆରେ ସିବିଆଇରେ ଅଭିଯୋଗ କରିଥିଲେ। ପରେ ଆଲୋକ ପୁଣିଥରେ ଅର୍ଥାତ୍‌ ଗୁରୁବାର ପିଏଚ୍‌ଓ କାର୍ଯ୍ୟାଳୟକୁ ଯାଇ ଡା. ପାଣିଗ୍ରାହୀ ସହ ମୂଲଚାଲ କରି ୫୪ ହଜାର ଟଙ୍କା ଦେଉଥିବାବେଳେ ପୂର୍ବ ଯୋଜନା ମୁତାବକ ସିବଆଇ ଟିମ୍‌ ସେଠାରେ ଚଢ଼ାଉକରି ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲା। ଏହାପରେ ସିବିଆଇ ଟିମ୍‌ ତାଙ୍କୁ ହେପାଜତକୁ ଆଣି ମାରାଥନ ଜେରା କରିବା ସହ ବାଲେଶ୍ୱର ଜିଲା ସିମୁଳିଆରେ ଥିବା ବାସଭବନ, ଶ୍ୱଶୁର ଘର, ଭୁବନେଶ୍ୱରସ୍ଥିତ ଘରେ ଚଢ଼ାଉ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri