Posted inଖେଳ

୨୦୨୭ ଏସିଆନ କପ୍‌ : ଭାରତ ସମେତ ୫ ଦେଶ ବିଡ୍‌ ଦାଖଲ କଲେ

ନୂଆଦିଲ୍ଲୀ,୧।୭(ପି.ଟି.): ୨୦୨୭ ଏସିଆନ୍‌ କପ୍‌ ଆୟୋଜନ ଅଧିକାର ପାଇଁ ଭାରତ ବିଡ୍‌ ଦାଖଲ କରିଛି। ଏହି ମେଗା ଇଭେଣ୍ଟର ୧୯ତମ ସଂସ୍କରଣ ଆୟୋଜନ ପାଇଁ ଭାରତ ସମେତ ମୋଟ୍‌ ୫ ଦେଶ ବିଡ୍‌ ଦାଖଲ କରିଛନ୍ତି ବୋଲି ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) କହିଛି। ବିଡ୍‌ ଦାଖଲ କରିଥିବା ଅନ୍ୟ ୪ ଦେଶ ହେଲେ ଇରାନ, କାତାର, ସୌଦି ଆରବ ଓ ଉଜ୍‌ବେକିସ୍ତାନ। ବିଡିଂ ପ୍ରକ୍ରୟାରେ ଆବଶ୍ୟକ ହେଉଥିବା ସବୁ ପ୍ରକାର ଦସ୍ତାବିଜ ଦାଖଲ ନେଇ ଏଏଫ୍‌ସି ଏବେ ପ୍ରତ୍ୟେକ ବିଡିଂ ମେମ୍ବର ଆସୋସିଏଶନ ସହିତ ମଳିତ ଭାବେ କାର୍ଯ୍ୟ କରିବ। ପରେ ଏଏଫ୍‌ସି ଆୟୋଜକ ଦେଶର ନାମ ଘୋଷଣା କରିବ।
ବିଡ୍‌ ଦାଖଲ କରିଥିବା ସବୁ ୫ଟି ଦେଶ ତଥା ମେମ୍ବର ଆସୋସିଏଶନଗୁଡିକୁ ଏଏଫ୍‌ସି ଅଧ୍ୟକ୍ଷ ଶେଖ୍‌ ସଲମାନ ବିନ୍‌ ଇବ୍ରାହିମ୍‌ ଅଲ ଖଲିଫା ଧନ୍ୟବାଦ ଜଣାଇଛନ୍ତି। ଏସିଆନ କପ୍‌ ଆୟୋଜନ ନେଇ ଏହି ଦେଶଗୁଡିକ ଉତ୍ସାହ ପ୍ରକଟ କରିବା ଖୁସିର ବିଷୟ ବୋଲି ସେ କହିଛନ୍ତି। ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ଏହି ଦେଶଗୁଡିକୁ ସେ ଶୁଭେଚ୍ଛା ଜଣାଇଛନ୍ତି। ୧୯୫୬ରେ ଏହି ଟୁର୍ନାମେଣ୍ଟ ପ୍ରଥମଥର ପାଇଁ ଆୟୋଜନ ହୋଇଥିଲା। ଏହା ପରଠାରୁ ଏହି ୫ ଦେଶରୁ ୨ଟି ଦେଶ ପୂର୍ବରୁ ଏହି ଟୁର୍ନାମେଣ୍ଟ ଦୁଇଥର ସଫଳତାର ସହ ଆୟୋଜନ କରିସାରିଛନ୍ତି। ଏବେକାର ଚାମ୍ପିୟନ କାତାର ୧୯୮୮ ଓ ୨୦୧୧ରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ଇରାନ୍‌ ମଧ୍ୟ ପୂର୍ବରୁ ଦୁଇଥର ଏହି ଇଭେଣ୍ଟ ଆୟୋଜନ କରିଛି। ଇରାନ ୧୯୬୮ ଓ ୧୯୭୬ରେ ଇରାନ ଏସିଆନ କପ୍‌ ଆୟୋଜନ କରିଥିଲା ଓ ଘରୋଇ ପରିବେଶ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ପୂର୍ବରୁ ସୌଦି ଆରବ ଓ ଭାରତ ଏହି ପ୍ରତିଯୋଗିତାରେ ୩ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଭାରତକୁ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବାର ଅଧିକାର ମିଳିଛି। ସେହିପରି ଉଜ୍‌ବେକିସ୍ତାନ ଚଳିତ ବର୍ଷ ଏଏଫ୍‌ସି ୧୯ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ଆୟୋଜନ କରିବ। ପ୍ରଥମଥର ପାଇଁ ଭାରତ ଓ ଉଜ୍‌ବେକିସ୍ତାନ ଏହି ଟୁର୍ନାମେଣ୍ଟଗୁଡିକୁ ଆୟୋଜନ କରିବାକ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri