Posted inଫୁରସତ

ତୁରନ୍ତ ବଦଳାନ୍ତୁ ଫେସ୍‌ବୁକ୍‌ ପାସଓ୍ବାର୍ଡ, ହୋଇପାରେ ତଥ୍ୟ ଚୋରି

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଭାଇରସ ଆପ ଏକ ବଡ ସମସ୍ୟା ହୋଇଗଲାଣି। ଯଦି ଆପଣ ଜଣେ ଫେସବୁକ ବ୍ୟବହାରକାରୀ ତେବେ ଆପଣଙ୍କୁ ତୁରନ୍ତ ସତର୍କ ହେବା ଆବଶ୍ୟକ। ଅନୁସନ୍ଧାନକାରୀମାନେ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ଟି ବିପଜ୍ଜନକ ଆଣ୍ଡ୍ରଏଡ ଆପ୍‌ ଚିହ୍ନଟ କରିଛନ୍ତି। ଏହି ଆପ୍‌ ଜରିଆରେ ଫେସବୁକ ବ୍ୟବହାରକାରୀଙ୍କ ପାସୱାର୍ଡ ଚୋରି କରି ଡାଟା ଆକ୍ସେସ କରୁଛି। ସବୁଠୁ ଚିନ୍ତାର ବିଷୟ ଯେ ଏହି ଆପ୍‌ଗୁଡ଼ିକ ବିଶ୍ୱରେ ୨.୩ ମିଲିୟନରୁ ଅଧିକଥର ଡାଉନଲୋଡ ହୋଇଛି। ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ ବିପଜ୍ଜନକ ଆପଗୁଡ଼ିକ ଷ୍ଟେପ କାଉଣ୍ଟର, ୱାଲପେପର କିମ୍ବା ମୋବାଇଲ ଗେମ ଭଳି ଆପ ଭାବରେ ନିଜକୁ ଉପସ୍ଥାପନ କରନ୍ତି। ଫ୍ରାନ୍ସର ଟେକ ଫାର୍ମ ଏଭିନାର ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏହି ୨୫ଟି ନକଲି ଆପ ବିଷୟରେ ସୂଚନା ଦେଇଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଆପ୍‌ଗୁଡିକ ଉପଭୋକ୍ତାଙ୍କ ତଥ୍ୟକୁ କ୍ଷତି ପହଞ୍ଚାଉଛି। ହି ଆପ୍ସ ମାଧ୍ୟମରେ ହ୍ୟାକରମାନେ ବ୍ୟବହାରକାରୀଙ୍କ ଫେସବୁକ ବ୍ୟବହାରକାରୀ ନାମ ଏବଂ ପାସୱାର୍ଡ ଚୋରି କରୁଛନ୍ତି। ତେଣୁ ଏହି ଆପ୍‌ଗୁଡିକ ଡାଉନଲୋଡ କରିବା ପୂର୍ବରୁ ଚେକ୍‌ କରନ୍ତୁ ଏବଂ ଫେସ୍‌ବୁକ୍‌ ପାସଓ୍ବାର୍ଡ ବଦଳାନ୍ତୁ। ଏଭିନାର ସତର୍କତା ପରେ ଗୁଗୁଲ ଏହି ଆପ୍‌ଗୁଡ଼ିକୁ ତୁରନ୍ତ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri