Posted inଜାତୀୟ

୨୦୨୪ ବିଜୟର ଶୁଭାରମ୍ଭ କର୍ନାଟକରୁ: ଉଦ୍ଧବ ଠାକରେ…

ମୁମ୍ବାଇ,୧୪।୫ : କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ପରାଜୟର ସମ୍ମୁଖୀନ ହୋଇଛି। କଂଗ୍ରେସ ବହୁ ସଂଖ୍ୟାରେ ଜିତିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ବିଷୟରେ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କର ପୁରୁଣା ସହଯୋଗୀ ଭାଜପାକୁ ସେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କର୍ନାଟକ ନିର୍ବାଚନ ଫଳାଫଳ ପରେ ଦେଶରେ ଏକଚାଟିଆ ତଥା ଏକଛତ୍ରବାଦୀ ଶାସନକୁ ପରାସ୍ତ କରିବାର ଶୁଭାରମ୍ଭ ହୋଇଛି।

କର୍ନାଟକବାସୀଙ୍କୁ ସେମାନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ସେ ଅଭିନନ୍ଦନ ଜଣାଇଛନ୍ତି। କର୍ନାଟକ ନିର୍ବାଚନ ଫଳାଫଳ ଦ୍ୱାରା ଦେଶର ରାଜନୀତିରେ ଏକ ନୂତନ ଦିଗ ଏବଂ ଆଶାର ନୂଆ କିରଣ ଦେଖାଇଛି। କର୍ନାଟକର ଲୋକମାନେ ନିର୍ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା ସରକାରଙ୍କୁ କ୍ଷମତାକୁ ହଟାଇ ଦେଇଛନ୍ତି।

ଏଥର ହିନ୍ଦୁ-ମୁସଲମାନ, ବଜରଙ୍ଗବାଲି, ହିଜାବ ଭଳି ଧାର୍ମିକ ପ୍ରସଙ୍ଗ କର୍ନାଟକ ନିର୍ବାଚନରେ କାମ କରି ନ ଥିବାବେଳେ କଂଗ୍ରେସ ଜନସାଧାରଣଙ୍କ ପ୍ରଶ୍ନ ଓ ପ୍ରସଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛି। ଏହା ହେଉଛି ୨୦୨୪ ଲୋକସଭା ନିର୍ବାଚନର ବିଜୟର ଆରମ୍ଭ। ଏହା ସହିତ ସେ ତାଙ୍କର ସହଯୋଗୀ  କଂଗ୍ରେସର ପ୍ରମୁଖ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ମୁହଁ ଖୋଲିଲେ ଥଲାପତି ବିଜୟଙ୍କ ପୁଅ: କହିଲେ, ମୋ ବାପା ମୁଖ୍ୟମନ୍ତ୍ରୀ ହେବା ମୁହୂର୍ତ୍ତ …

ଚେନ୍ନାଇ,୩।୮:ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ବିଜୟ ପୁଅ ଜାସନ ସଞ୍ଜୟ ‘ସିଗ୍ମା’ ଚଳଚ୍ଚିତ୍ର ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଡେବ୍ୟୁ ପୂର୍ବରୁ,ଜାସନ ତାଙ୍କର…

ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ…

ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୮: ଲିଭ୍-ଇନରେ ରହୁଥିବା ପାର୍ଟନରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତି ନିଜ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼/ବଡ ଗାଁ,୩।୮(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ଷଡ଼ଙ୍ଗୀ) : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri