୨୦୨୩ ପୋଲିସ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୨ା୧ (ବ୍ୟୁରୋ):ବର୍ଷ ୨୦୨୨ ଗଲାପରେ ୨୦୨୩ ଆସିଛି। ଏହି ବର୍ଷରେ ଓଡ଼ିଶା ପୋଲିସ ପାଇଁ ଏକାଧିକ ଚାଲେଞ୍ଜ ରହିଛି। ପୋଲସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ପୋଲିସର ଆଗାମୀ ଅଭିମୁଖ୍ୟ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି। ଡିଜିପି ବଂଶଲ କହିଛନ୍ତି, ୨୦୨୨ରେ କୋଭିଡ୍‌ ଥିଲେ ମଧ୍ୟ ଭଲ କାମ କରିଥିଲୁ। ୨୦୨୩ରେ ମଧ୍ୟ କୋଭିଡ୍‌ ସଂକ୍ରମଣ ବଢ଼ିପାରେ। ତେଣୁ ସେହି ଅନୁସାରେ ସତର୍କତା ଅବଲମ୍ବନ କରିବା ଦରକାର। ଆଇନକୁ ସମସ୍ତେ ମାନିବା ଦରକାର। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ। ଅନେକ ଲୋକ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳିଛୁ। ସେମାନେ ସମସ୍ତ ନିୟମ ମାନିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ପୋଲିସ ବିଭାଗ ଭଲ କାମ କରିଛି। ଏଥିସହ ମାଓବାଦୀ ଦମନ କ୍ଷେତ୍ରରେ ନିୟନ୍ତ୍ରଣ ଆସିଛି। ୨୦୨୩ରେ ସମସ୍ତ ସାଢ଼େ ୪ କୋଟି ଲୋକଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ତେବେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ପୋଲିସ ପାଇଁ ବଡ଼ ଚାଲେଞ୍ଜ ରହିଛି। ହକି ବିଶ୍ୱକପ୍‌କୁ ସୁଚାରୁରୂପେ ସାରିବା ପରେ ଅନ୍ୟ ଏକାଧିକ ଦିଗ ପ୍ରତି ଫୋକସ୍‌ ରହିବ। ମାଓବାଦୀ ଦମନ, ସାଇବର କ୍ରାଇମ, ଅର୍ଥନୈତିକ ଅପରାଧ ଠକେଇ, ନିଶା କାରବାର ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ବିଶେଷ କରି ସାଇବର କ୍ରାଇମ ଚିନ୍ତାଜନକ ରହିଥିବାରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟରେ ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ପୋଲିସ ଅଧିକାରୀଙ୍କୁ ନୂଆ ଟେକ୍ନୋଲୋଜି ଯୋଗାଇ ଦେଉଛୁ। ଅନ୍‌ଲାଇନ କାରବାର ଅଧିକ ବଢ଼ିବାରୁ ଏହି ଅପରାଧ ବୃଦ୍ଧି ପାଇଛି। ଲୋକମାନେ ଅଧିକ ସଚେତନ ହେଲେ ଏହି ଅପରାଧ କମିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟ: ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର,୨୦ା୨: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ୱର ସତସଙ୍ଗ ବିହାର ପାର୍କ ନିକଟରେ ଘଟିଥିବା ଏହି…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ବିରୋଧୀ ଯେଉଁ ଅପଚେଷ୍ଟା କରୁଛନ୍ତି ସେଥିରେ ବିଫଳ ହେବେ: ମନମୋହନ

ଭୁବନେଶ୍ୱର,୨୦।୨ (ସୁନିତ୍‌ ମିଶ୍ର): ଧାନର ଅଭାବୀ ବିକ୍ରି ନ ହେବା ଏବଂ ଚାଷୀ ତା’ର ଉଚିତ ମୂଲ୍ୟ ପାଇବା ପାଇଁ ଭାଜପା ସବୁବେଳେ ପ୍ରୟାସ କରୁଛି। ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri