୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣି ଆସୁଛି। ବ୍ୟବସାୟ,ଚାକିରି ମାମଲାରେ ସେମାନେ ଉପରକୁ ଯିବେ। ଜାଣନ୍ତୁ:

-ମେଷ ରାଶି: ବର୍ଷ ୨୦୨୩ ଚାକିରି କ୍ଷେତ୍ର ଲାଗି ମେଷ ରାଶି ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ୨୦୨୩ ଏପ୍ରିଲ ୨୨ ପରେ ହଠାତ୍‌ ଭାଗ୍ୟରେ ପରିବର୍ତ୍ତନ ଆସିବ। ପାଠପଢ଼ା, କ୍ୟାରିୟର, ଚାକିରି, ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ ମିଳିବ। ଏହି ସମୟରେ ଭଲ ଚାକିରି ଲାଗି ଅବସର ମିଳିପାରେ।

-ସିଂହ ରାଶି: ୨୦୨୩ ଏହି ରାଶିର ଜାତକଧାରୀଙ୍କ ପାଇଁ ମଙ୍ଗଳଦାୟକ। କିଛି ଦିନରୁ କ୍ୟାରିୟରରେ ଚାଲିଥିବା ଅସୁବିଧା ଦୂର ହେବ। ସଫଳତା ମିଳିବ। ସରକାରୀ ଚାକିରି ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରମାନଙ୍କ ସ୍ବପ୍ନ ପୂରଣ ହୋଇପାରେ। ଚାକିରିରେ ପ୍ରମୋଶନ ଏବଂ ଦରମା ବୃଦ୍ଧିର ଯୋଗ ରହିଛି।

-ତୁଳା ରାଶି: ବର୍ଷ ୨୦୨୩ରେ ତୁଳା ରାଶି ଜାତକଧାରୀଙ୍କ ଭାଗ୍ୟ ଉଦୟ ହୋଇପାରେ। ସରକାରୀ ଚାକିରି ପ୍ରସ୍ତୁତି କରୁଥିଲେ ଶୁଭ ସମାଚାର ପାଇବେ। ବିଦେଶରେ ଚାକିରି ସ୍ବପ୍ନ ଦେଖୁଥିଲେ ବି ପୂରଣ ହେବ। ଧନର ଅଭାବ ରହିବ ନାହିଁ। କ୍ୟାରିୟର ଆଗକୁ ବଢ଼ିବ।

-ଧନୁ ରାଶି: ନୂଆ ବର୍ଷରେ ଧନୁ ରାଶି ବ୍ୟକ୍ତିଙ୍କର ଶନି ଦଶା ଶେଷ ହେବ। ଏହାପରେ ଚାକିରି ଏବଂ ବ୍ୟବସାୟରେ ଲଭ ମିଳିବ। ବିଦେଶରେ ବୁଲିବା ଏବଂ ଚାକିରି ଆଦି ସ୍ବପ୍ନ ପୂରଣ ହେବ। ଦରମା ବୃଦ୍ଧି ଏବଂ ପ୍ରମୋଶନର ଯୋଗ ରହିଛି। ଗୋଟିଏରୁ ଅଧିକ ସ୍ଥାନରୁ ଧନ ପ୍ରାପ୍ତି ହୋଇପାରେ। ନିଜର ବରିଷ୍ଠ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ।

କୁମ୍ଭ ରାଶି: ଏହି ଜାତକଧାରୀଙ୍କ ପାଇଁ ବର୍ଷଟି ଶୁଭଫଳ ଦାୟୀ ରହିବ। ଆମଦାନୀ ବଢ଼ିବ। କାରବାର ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri