Posted inଜାତୀୟ

ଗିନିଜ୍‌ ବୁକ୍‌ରେ ୨୦୧୮ ବାଘ ଗଣନା

ନୂଆଦିଲ୍ଲୀ,୧୨ା୭(ପି.ଟି.): ୨୦୧୮ରେ ଭାରତରେ ହୋଇଥିବା ବାଘଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ବାଘ ଠାବ କରିବା ପାଇଁ ହୋଇଥିବା ସର୍ଭେ ବେଳେ ବିଶ୍ୱର ସର୍ବାଧିକ କ୍ୟାମେରା ବ୍ୟବହାର କରାଯାଇଥିଲା। ସର୍ବଭାରତୀୟ ବାଘ ଆକଳନ ୨୦୧୮ର ଚତୁର୍ଥ ଚକ୍ର ଅନୁଯାୟୀ ଦେଶରେ ୨,୯୬୭ ବାଘ ରହିଛନ୍ତି, ଯାହା କି ବିଶ୍ୱ ବାଘ ସଂଖ୍ୟାର ୭୫ ପ୍ରତିଶତ। ଗତବର୍ଷ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଫଳାଫଳ ଘୋଷଣା କରିଥିଲେ। ୨୦୦୬ ବାଘ ସଂଖ୍ୟାଠାରୁ ଏହା ଦୁଇଗୁଣରୁ ଅଧିକ।
ଭାରତର ବ୍ୟାଘ୍ର ଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ଏକ ବଡ଼ ସଫଳତାର ମୁହୂର୍ତ୍ତ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟୁଇଟ୍‌ କରିଛନ୍ତି। ଆତ୍ମନିର୍ଭର ଭାରତ ପାଇଁ ପ୍ରକୃତରେ ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି। ଏହାର ୪ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ‘ସଂକଳ୍ପ ସେ ସିଦ୍ଧି’ ଅଭିଯାନ ବେଳେ ବାଘ ସଂଖ୍ୟା ଦୁଇଗଣ କରିବା ପାଇଁ ରଖିଥିବା ଲକ୍ଷ୍ୟ ପୂରଣ ହୋଇପାରିଛି।
୨୦୧୮-୧୯ରେ ହୋଇଥିବା ବାଘ ଗଣନା ଉଭୟ ସମ୍ବଳ ଓ ତଥ୍ୟ ଏକାଠି କରିବା ଦୃଷ୍ଟିରୁ ଅତ୍ୟନ୍ତ ବିସ୍ତୃତ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି। ୧୪୧ଟି ବିଭିନ୍ନ ଜଙ୍ଗଲ ଅଞ୍ଚଳର ୨୬,୮୩୮ଟି ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ଏହି କ୍ୟାମେରା ସହ ମୋଶନ ସେନ୍‌ସର ଲାଗିଥିବାରୁ ବାଘ ଗତିବିଧି ଉପରେ ପୂର୍ଣ୍ଣ ନଜର ରଖିପାରିଥିଲା। ମୋଟ ୧,୨୧,୩୩୭ ବର୍ଗ କିଲୋମିଟର ଅଞ୍ଚଳକୁ କ୍ୟାମେରା ନଜର ମଧ୍ୟରେ ରଖାଯାଇଥିଲା ଏବଂ ବନ୍ୟଜନ୍ତୁଙ୍କର ୩,୪୮,୫୮,୬୨୩ ଫଟୋ ଉଠାଯାଇଥିଲା। ସେଥିରୁ ୭୬,୬୫୧ ବାଘ ଫଟୋ ଥିବାବେଳେ ୫୧,୭୭୭ ଚିତାବାଘ ଏବଂ ଅବଶିଷ୍ଟ ଅନ୍ୟ ପ୍ରାଣୀଙ୍କ ଫଟୋ ଥିଲା। ଷ୍ଟ୍ରପ୍‌ ପାଟର୍ନ ରେକଗ୍‌ନାଇଜେଶନ ସଫ୍ଟଓ୍ବେର ବ୍ୟବହାର କରି ଉକ୍ତ ଫଟୋରୁ ଛୁଆଙ୍କୁ ବାଦ୍‌ ଦେଇ ୨,୪୬୧ ବାଘ ଚିହ୍ନଟ ହୋଇଥିଲେ।
୨୦୧୮ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ରହିଥିବାବେଳେ କର୍ନାଟକରେ ୫୨୪ ଓ ଉତ୍ତରାଖଣ୍ଡରେ ୪୪୨ ବାଘ ଚିହ୍ନଟ ହୋଇଥିଲେ। ଭାରତର ୫ଟି ଅଞ୍ଚଳ ବାଘମାନଙ୍କର ମୁଖ୍ୟ ବାସସ୍ଥାନ ହୋଇଆସିଛି। ସେଗୁଡ଼ିକ ହେଲା ଶିଭଲିକ୍‌ ଗାଙ୍ଗେୟ ସମତଳ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟ, ପଶ୍ଚିମଘାଟ, ଉତ୍ତରପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଅବବାହିକା ଏବଂ ସୁନ୍ଦରବନ। ଗଣନା ଅନୁଯାୟୀ ୪ଟି ରାଜ୍ୟରେ ୩୦୦ରୁ ଅଧିକ ବାଘ ରହିଛନ୍ତି। ସେହିପରି ୮ଟି ରାଜ୍ୟରେ ୧୫୦ରୁ ଅଧିକ ବାଘ ଅଛନ୍ତି। ୨୦୦୬ ତୁଳନାରେ କେରଳରେ ବାଘସଂଖ୍ୟାରେ ୩୧୩ ପ୍ରତିଶତ ବୃଦ୍ଧି ଘଟିଛି। ୮ ରାଜ୍ୟରେ ବାଘ ସଂଖ୍ୟା ଦୁଇଗୁଣ ବଢ଼ିଛି। ପରିତାପର ବିଷୟ, ବିଭିନ୍ନ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଚାଲିଥିବାବେଳେ ଓଡ଼ିଶାରେ ତାହା ହ୍ରାସ ପାଇଛି। ୨୦୦୬ରେ ଓଡ଼ିଶାରେ ୪୫ ବାଘ ଥିବାବେଳେ ୨୦୧୮ ବେଳକୁ ତାହା ୨୮କୁ ଖସିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri