Posted inଜାତୀୟ

ଗିନିଜ୍‌ ବୁକ୍‌ରେ ୨୦୧୮ ବାଘ ଗଣନା

ନୂଆଦିଲ୍ଲୀ,୧୨ା୭(ପି.ଟି.): ୨୦୧୮ରେ ଭାରତରେ ହୋଇଥିବା ବାଘଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ବାଘ ଠାବ କରିବା ପାଇଁ ହୋଇଥିବା ସର୍ଭେ ବେଳେ ବିଶ୍ୱର ସର୍ବାଧିକ କ୍ୟାମେରା ବ୍ୟବହାର କରାଯାଇଥିଲା। ସର୍ବଭାରତୀୟ ବାଘ ଆକଳନ ୨୦୧୮ର ଚତୁର୍ଥ ଚକ୍ର ଅନୁଯାୟୀ ଦେଶରେ ୨,୯୬୭ ବାଘ ରହିଛନ୍ତି, ଯାହା କି ବିଶ୍ୱ ବାଘ ସଂଖ୍ୟାର ୭୫ ପ୍ରତିଶତ। ଗତବର୍ଷ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଫଳାଫଳ ଘୋଷଣା କରିଥିଲେ। ୨୦୦୬ ବାଘ ସଂଖ୍ୟାଠାରୁ ଏହା ଦୁଇଗୁଣରୁ ଅଧିକ।
ଭାରତର ବ୍ୟାଘ୍ର ଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ଏକ ବଡ଼ ସଫଳତାର ମୁହୂର୍ତ୍ତ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟୁଇଟ୍‌ କରିଛନ୍ତି। ଆତ୍ମନିର୍ଭର ଭାରତ ପାଇଁ ପ୍ରକୃତରେ ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି। ଏହାର ୪ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ‘ସଂକଳ୍ପ ସେ ସିଦ୍ଧି’ ଅଭିଯାନ ବେଳେ ବାଘ ସଂଖ୍ୟା ଦୁଇଗଣ କରିବା ପାଇଁ ରଖିଥିବା ଲକ୍ଷ୍ୟ ପୂରଣ ହୋଇପାରିଛି।
୨୦୧୮-୧୯ରେ ହୋଇଥିବା ବାଘ ଗଣନା ଉଭୟ ସମ୍ବଳ ଓ ତଥ୍ୟ ଏକାଠି କରିବା ଦୃଷ୍ଟିରୁ ଅତ୍ୟନ୍ତ ବିସ୍ତୃତ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି। ୧୪୧ଟି ବିଭିନ୍ନ ଜଙ୍ଗଲ ଅଞ୍ଚଳର ୨୬,୮୩୮ଟି ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ଏହି କ୍ୟାମେରା ସହ ମୋଶନ ସେନ୍‌ସର ଲାଗିଥିବାରୁ ବାଘ ଗତିବିଧି ଉପରେ ପୂର୍ଣ୍ଣ ନଜର ରଖିପାରିଥିଲା। ମୋଟ ୧,୨୧,୩୩୭ ବର୍ଗ କିଲୋମିଟର ଅଞ୍ଚଳକୁ କ୍ୟାମେରା ନଜର ମଧ୍ୟରେ ରଖାଯାଇଥିଲା ଏବଂ ବନ୍ୟଜନ୍ତୁଙ୍କର ୩,୪୮,୫୮,୬୨୩ ଫଟୋ ଉଠାଯାଇଥିଲା। ସେଥିରୁ ୭୬,୬୫୧ ବାଘ ଫଟୋ ଥିବାବେଳେ ୫୧,୭୭୭ ଚିତାବାଘ ଏବଂ ଅବଶିଷ୍ଟ ଅନ୍ୟ ପ୍ରାଣୀଙ୍କ ଫଟୋ ଥିଲା। ଷ୍ଟ୍ରପ୍‌ ପାଟର୍ନ ରେକଗ୍‌ନାଇଜେଶନ ସଫ୍ଟଓ୍ବେର ବ୍ୟବହାର କରି ଉକ୍ତ ଫଟୋରୁ ଛୁଆଙ୍କୁ ବାଦ୍‌ ଦେଇ ୨,୪୬୧ ବାଘ ଚିହ୍ନଟ ହୋଇଥିଲେ।
୨୦୧୮ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ରହିଥିବାବେଳେ କର୍ନାଟକରେ ୫୨୪ ଓ ଉତ୍ତରାଖଣ୍ଡରେ ୪୪୨ ବାଘ ଚିହ୍ନଟ ହୋଇଥିଲେ। ଭାରତର ୫ଟି ଅଞ୍ଚଳ ବାଘମାନଙ୍କର ମୁଖ୍ୟ ବାସସ୍ଥାନ ହୋଇଆସିଛି। ସେଗୁଡ଼ିକ ହେଲା ଶିଭଲିକ୍‌ ଗାଙ୍ଗେୟ ସମତଳ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟ, ପଶ୍ଚିମଘାଟ, ଉତ୍ତରପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଅବବାହିକା ଏବଂ ସୁନ୍ଦରବନ। ଗଣନା ଅନୁଯାୟୀ ୪ଟି ରାଜ୍ୟରେ ୩୦୦ରୁ ଅଧିକ ବାଘ ରହିଛନ୍ତି। ସେହିପରି ୮ଟି ରାଜ୍ୟରେ ୧୫୦ରୁ ଅଧିକ ବାଘ ଅଛନ୍ତି। ୨୦୦୬ ତୁଳନାରେ କେରଳରେ ବାଘସଂଖ୍ୟାରେ ୩୧୩ ପ୍ରତିଶତ ବୃଦ୍ଧି ଘଟିଛି। ୮ ରାଜ୍ୟରେ ବାଘ ସଂଖ୍ୟା ଦୁଇଗୁଣ ବଢ଼ିଛି। ପରିତାପର ବିଷୟ, ବିଭିନ୍ନ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଚାଲିଥିବାବେଳେ ଓଡ଼ିଶାରେ ତାହା ହ୍ରାସ ପାଇଛି। ୨୦୦୬ରେ ଓଡ଼ିଶାରେ ୪୫ ବାଘ ଥିବାବେଳେ ୨୦୧୮ ବେଳକୁ ତାହା ୨୮କୁ ଖସିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri