Posted inଜାତୀୟ

ଛୋଟ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୨ା୭(ଆଇଏଏନ୍‌ଏସ୍‌):ପାର୍ଲାମେଣ୍ଟର ସ୍ଥାୟୀ କମିଟିଗୁଡ଼ିକ ବସିବା ପରେ ଏବେ ମୌସୁମୀ ଅଧିବେଶନ ଆୟୋଜନ ପାଇଁ ଉଦ୍ୟମ ଚାଲିଛି। ପୂର୍ବରୁ ଅଣାଯାଇଥିବା ଅଧ୍ୟାଦେଶଗୁଡ଼ିକୁ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଲୋକ ସଭା ଓ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ଆଗରେ ଉଭୟ ସଦନର ସଦସ୍ୟଙ୍କ ପାଇଁ ଠିକ୍‌ ଢଙ୍ଗରେ ସିଟ୍‌ ବ୍ୟବସ୍ଥା ସହ ପାର୍ଲାମେଣ୍ଟ ପରିଚାଳନା କରିବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କାରଣ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଅନୁସାରେ ସୋସିଆଲ ଡିଷ୍ଟାନ୍ସିଂ ବଜାୟ ରଖିବା ସମ୍ଭବପର ନୁହେଁ। ଏମିତିରେ ମୌସୁମୀ ଅଧିବେଶନକୁ ସରକାର ବହୁତ ଛୋଟ କରିବା ପାଇଁ ଯୋଜନା କରୁଥିବା ସୂତ୍ରରୁ ଜଣାପଡ଼ିଛି।
ଜୁନ୍‌ ୫ରେ ସରକାର ଏକ ଅଧ୍ୟାଦେଶ ଆଣିଥିଲେ, ଯାହାକି ଗେମ୍‌ ଚେଞ୍ଜର ହେବ ବୋଲି ଦାବି କରାଯାଇଥିଲା। ଏହି ଅଧ୍ୟାଦେଶ ବଳରେ ସାଢ଼େ ୬ ଦଶନ୍ଧି ପୁରୁଣା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଅଣାଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ବ୍ୟବସାୟରେ ସହଜତା (ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌) ପାଇଁ ଶସ୍ୟ, ଡାଲି ଜାତୀୟ ଖାଦ୍ୟ ଓ ପିଆଜ ଭଳି ସାମଗ୍ରୀଗୁଡ଼ିକୁ ନିୟନ୍ତ୍ରଣମୁକ୍ତ କରିବା ନେଇ ଏଥିରେ ବ୍ୟବସ୍ଥା ରହିଛି। ଏହାସହ କେନ୍ଦ୍ର ସରକାର ସମବାୟ ବ୍ୟାଙ୍କଗୁଡ଼ିକର ଉନ୍ନତ ପରିଚାଳନା ଓ ଉଚିତ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ (ଆମେଣ୍ଡମେଣ୍ଟ) ଅର୍ଡିନାନ୍ସ, ୨୦୨୦ ନାଁରେ ଆଉ ଏକ ଅଧ୍ୟାଦେଶ ଆଣିଥିଲେ। ‘ଓ୍ବାନ୍‌ ଇଣ୍ଡିଆ, ଓ୍ବାନ୍‌ ମାର୍କେଟ’ ବା ଗୋଟିଏ ଭାରତ ଗୋଟିଏ କୃଷି ବଜାର ପ୍ରତିଷ୍ଠା ପାଇଁ ଏଗ୍ରିକଲ୍ଚରାଲ ପ୍ରଡ୍ୟୁସ୍‌ ମାର୍କେଟ କମିଟି (ଏପିଏମ୍‌ସି) ବ୍ୟବସ୍ଥାରେ ଉନ୍ନତି ଆଣିବା ମଧ୍ୟ ଏହି ଅଧ୍ୟାଦେଶର ଉଦ୍ଦେଶ୍ୟ। କିନ୍ତୁ କରୋନା ମୁକାବିଲା ଲାଗି ଜାରି ଲକ୍‌ଡାଉନ୍‌ ଯୋଗୁ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସକାଶେ କେନ୍ଦ୍ର ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ଏହି ଅଧ୍ୟାଦେଶଗୁଡ଼ିକ ପାର୍ଲାମେଣ୍ଟରେ ପାରିତ ହେବା ଜରୁରୀ। ମୌସୁମୀ ଅଧିବେଶନର ପ୍ରାଥମିକ ଲକ୍ଷ୍ୟ ହେବ ସଂସଦରେ ଏଗୁଡ଼ିକୁ ଯଥାଶୀଘ୍ର ସମ୍ଭବ ପାସ୍‌ କରାଇବା। ଏହା ବାଦ୍‌ ଭାରତ-ଚାଇନା ସୀମା ବିବାଦ ଓ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇବେ। ତେଣୁ ସରକାରୀ ପକ୍ଷ ବିବୃତି ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଅତିକ୍ରମଣ ନେଇ ଚାଇନାକୁ ‘ଏକତାର କଡ଼ା ସନ୍ଦେଶ’ ଦେବା ପାଇଁ କେନ୍ଦ୍ର ପାର୍ଲାମେଣ୍ଟକୁ ବ୍ୟବହାର କରିପାରେ।
ତେବେ ପାର୍ଲାମେଣ୍ଟକୁ କିପରି ଆହୂତ କରାଯିବ ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏଥର ଗୃହରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ବିସ୍ତୃତ ଅଧିବେଶନ ହୋଇ ନ ପାରେ। ଉଭୟ ଲୋକ ସଭା ଓ ରାଜ୍ୟ ସଭା ସେକ୍ରେଟାରିଆଟ୍‌ ସମସ୍ତ ବିକଳ୍ପ ନେଇ ଅନୁଧ୍ୟାନ କରିଛନ୍ତି। ‘ଦୁଇ ଗଜର ଦୂରତ୍ୱ’ ବଜାୟ ରଖି ସଦସ୍ୟମାନଙ୍କ ବସାଇବା ଲାଗି ବିଜ୍ଞାନ ଭବନରେ ବ୍ୟବସ୍ଥା ଉପରେ ମଧ୍ୟ ଚିନ୍ତା କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ପାର୍ଲାମେଣ୍ଟକୁ ଅନ୍ୟତ୍ର ଚଳାଇବା ପାଇଁ କୌଣସି ସ୍ଥାନ ପର୍ଯ୍ୟାପ୍ତ ନୁହେଁ। ଧାରଣ କ୍ଷମତାର ଅଭାବ ଯୋଗୁ ଭର୍ଚୁଆଲ ସେସନ ନେଇ ମଧ୍ୟ କିଛି ସ୍ଥିର ହୋଇପାରୁ ନାହିଁ। ବଡ଼ ଆକାରରେ ଭର୍ଚୁଆଲ ପାର୍ଲାମେଣ୍ଟ ପରିଚାଳନା ପାଇଁ ଧାରଣ କ୍ଷମତା ମାପିବା ଉପରେ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଗୁରୁତ୍ୱ ଦେବା ସତ୍ତ୍ୱେ ଏହାକୁ ଏତେ ଶୀଘ୍ର ବାସ୍ତବିକ ରୂପ ଦିଆଯାଇପାରିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେଣୁ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ଉଚ୍ଚ ସଦନର ସଦସ୍ୟଙ୍କ ବସିବା ଲାଗି ଗୃହର ଚ୍ୟାମ୍ବର ଓ ଗ୍ୟାଲେରିଗୁଡ଼ିକରେ ବ୍ୟବସ୍ଥା କରୁଛି। ଏହାଦ୍ୱାରା ବ୍ୟକ୍ତିଗତ ଭାବେ ଦୂରତ୍ୱ ବଜାୟ ରଖିବା ସହ ଅନ୍ୟ ସଦସ୍ୟମାନଙ୍କୁ ସଂସଦ ପରିସରରେ ଥିବା ସେଣ୍ଟ୍ରାଲ ହଲ୍‌ କିମ୍ବା ବାଲାଯୋଗୀ ଅଡିଟୋରିୟମ୍‌ରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦାନର ସୁଯୋଗ ମିଳିପାରିବ। ରାଜ୍ୟ ସଭାର ଚାମ୍ବର ଓ ଗ୍ୟାଲେରିଗୁଡ଼ିକରେ ସାମାଜିକ ଦୂରତ୍ୱ ନିୟମକୁ ମାନି ୧୨୭ ସଦସ୍ୟ ବସିପାରିବେ।
ସେହିପରି ୫୪୩ ଆସନ ବିଶିଷ୍ଟ ଲୋକ ସଭା କଥା ବିଚାର କଲେ ଚ୍ୟାଲେଞ୍ଜ ବଡ଼ ହୋଇଥିବାରୁ ଏହାକୁ ସଂକ୍ଷିପ୍ତ କରିବା ପାଇଁ ଯୋଜନା ଚାଲିଛି। ଏନେଇ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏକାଧିକ ଥର ବୈଠକ କରିଛନ୍ତି। ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେବା ସହ ଉଭୟ ସରକାରଙ୍କ ଆବଶ୍ୟକତା ଓ ବିରୋଧୀଙ୍କ ଦାବି ଉପରେ ଗୁରୁତ୍ୱ ଦେଇ ସେ ସମାଧାନର ବାଟ ଖୋଜିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ଦେଖି ଗତ ବଜେଟ ଅଧିବେଶନରେ କାଟଛାଣ୍ଟ କରାଯାଇଥିଲା। ଅଧ୍ୟାଦେଶଗୁଡ଼ିକ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାର ୬ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିପାରିବ। ଆଇନରେ ପରିଣତ ହେବା ପାଇଁ ଅଧ୍ୟାଦେଶଗୁଡ଼ିକୁ ଉଭୟ ଗୃହରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସାଧାରଣତଃ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ଅଧିବେଶନ ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri