Posted inଜାତୀୟ

ଛୋଟ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୨ା୭(ଆଇଏଏନ୍‌ଏସ୍‌):ପାର୍ଲାମେଣ୍ଟର ସ୍ଥାୟୀ କମିଟିଗୁଡ଼ିକ ବସିବା ପରେ ଏବେ ମୌସୁମୀ ଅଧିବେଶନ ଆୟୋଜନ ପାଇଁ ଉଦ୍ୟମ ଚାଲିଛି। ପୂର୍ବରୁ ଅଣାଯାଇଥିବା ଅଧ୍ୟାଦେଶଗୁଡ଼ିକୁ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଲୋକ ସଭା ଓ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ଆଗରେ ଉଭୟ ସଦନର ସଦସ୍ୟଙ୍କ ପାଇଁ ଠିକ୍‌ ଢଙ୍ଗରେ ସିଟ୍‌ ବ୍ୟବସ୍ଥା ସହ ପାର୍ଲାମେଣ୍ଟ ପରିଚାଳନା କରିବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କାରଣ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଅନୁସାରେ ସୋସିଆଲ ଡିଷ୍ଟାନ୍ସିଂ ବଜାୟ ରଖିବା ସମ୍ଭବପର ନୁହେଁ। ଏମିତିରେ ମୌସୁମୀ ଅଧିବେଶନକୁ ସରକାର ବହୁତ ଛୋଟ କରିବା ପାଇଁ ଯୋଜନା କରୁଥିବା ସୂତ୍ରରୁ ଜଣାପଡ଼ିଛି।
ଜୁନ୍‌ ୫ରେ ସରକାର ଏକ ଅଧ୍ୟାଦେଶ ଆଣିଥିଲେ, ଯାହାକି ଗେମ୍‌ ଚେଞ୍ଜର ହେବ ବୋଲି ଦାବି କରାଯାଇଥିଲା। ଏହି ଅଧ୍ୟାଦେଶ ବଳରେ ସାଢ଼େ ୬ ଦଶନ୍ଧି ପୁରୁଣା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଅଣାଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ବ୍ୟବସାୟରେ ସହଜତା (ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌) ପାଇଁ ଶସ୍ୟ, ଡାଲି ଜାତୀୟ ଖାଦ୍ୟ ଓ ପିଆଜ ଭଳି ସାମଗ୍ରୀଗୁଡ଼ିକୁ ନିୟନ୍ତ୍ରଣମୁକ୍ତ କରିବା ନେଇ ଏଥିରେ ବ୍ୟବସ୍ଥା ରହିଛି। ଏହାସହ କେନ୍ଦ୍ର ସରକାର ସମବାୟ ବ୍ୟାଙ୍କଗୁଡ଼ିକର ଉନ୍ନତ ପରିଚାଳନା ଓ ଉଚିତ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ (ଆମେଣ୍ଡମେଣ୍ଟ) ଅର୍ଡିନାନ୍ସ, ୨୦୨୦ ନାଁରେ ଆଉ ଏକ ଅଧ୍ୟାଦେଶ ଆଣିଥିଲେ। ‘ଓ୍ବାନ୍‌ ଇଣ୍ଡିଆ, ଓ୍ବାନ୍‌ ମାର୍କେଟ’ ବା ଗୋଟିଏ ଭାରତ ଗୋଟିଏ କୃଷି ବଜାର ପ୍ରତିଷ୍ଠା ପାଇଁ ଏଗ୍ରିକଲ୍ଚରାଲ ପ୍ରଡ୍ୟୁସ୍‌ ମାର୍କେଟ କମିଟି (ଏପିଏମ୍‌ସି) ବ୍ୟବସ୍ଥାରେ ଉନ୍ନତି ଆଣିବା ମଧ୍ୟ ଏହି ଅଧ୍ୟାଦେଶର ଉଦ୍ଦେଶ୍ୟ। କିନ୍ତୁ କରୋନା ମୁକାବିଲା ଲାଗି ଜାରି ଲକ୍‌ଡାଉନ୍‌ ଯୋଗୁ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସକାଶେ କେନ୍ଦ୍ର ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ଏହି ଅଧ୍ୟାଦେଶଗୁଡ଼ିକ ପାର୍ଲାମେଣ୍ଟରେ ପାରିତ ହେବା ଜରୁରୀ। ମୌସୁମୀ ଅଧିବେଶନର ପ୍ରାଥମିକ ଲକ୍ଷ୍ୟ ହେବ ସଂସଦରେ ଏଗୁଡ଼ିକୁ ଯଥାଶୀଘ୍ର ସମ୍ଭବ ପାସ୍‌ କରାଇବା। ଏହା ବାଦ୍‌ ଭାରତ-ଚାଇନା ସୀମା ବିବାଦ ଓ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇବେ। ତେଣୁ ସରକାରୀ ପକ୍ଷ ବିବୃତି ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଅତିକ୍ରମଣ ନେଇ ଚାଇନାକୁ ‘ଏକତାର କଡ଼ା ସନ୍ଦେଶ’ ଦେବା ପାଇଁ କେନ୍ଦ୍ର ପାର୍ଲାମେଣ୍ଟକୁ ବ୍ୟବହାର କରିପାରେ।
ତେବେ ପାର୍ଲାମେଣ୍ଟକୁ କିପରି ଆହୂତ କରାଯିବ ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏଥର ଗୃହରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ବିସ୍ତୃତ ଅଧିବେଶନ ହୋଇ ନ ପାରେ। ଉଭୟ ଲୋକ ସଭା ଓ ରାଜ୍ୟ ସଭା ସେକ୍ରେଟାରିଆଟ୍‌ ସମସ୍ତ ବିକଳ୍ପ ନେଇ ଅନୁଧ୍ୟାନ କରିଛନ୍ତି। ‘ଦୁଇ ଗଜର ଦୂରତ୍ୱ’ ବଜାୟ ରଖି ସଦସ୍ୟମାନଙ୍କ ବସାଇବା ଲାଗି ବିଜ୍ଞାନ ଭବନରେ ବ୍ୟବସ୍ଥା ଉପରେ ମଧ୍ୟ ଚିନ୍ତା କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ପାର୍ଲାମେଣ୍ଟକୁ ଅନ୍ୟତ୍ର ଚଳାଇବା ପାଇଁ କୌଣସି ସ୍ଥାନ ପର୍ଯ୍ୟାପ୍ତ ନୁହେଁ। ଧାରଣ କ୍ଷମତାର ଅଭାବ ଯୋଗୁ ଭର୍ଚୁଆଲ ସେସନ ନେଇ ମଧ୍ୟ କିଛି ସ୍ଥିର ହୋଇପାରୁ ନାହିଁ। ବଡ଼ ଆକାରରେ ଭର୍ଚୁଆଲ ପାର୍ଲାମେଣ୍ଟ ପରିଚାଳନା ପାଇଁ ଧାରଣ କ୍ଷମତା ମାପିବା ଉପରେ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଗୁରୁତ୍ୱ ଦେବା ସତ୍ତ୍ୱେ ଏହାକୁ ଏତେ ଶୀଘ୍ର ବାସ୍ତବିକ ରୂପ ଦିଆଯାଇପାରିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେଣୁ ରାଜ୍ୟ ସଭା ସେକ୍ରେଟାରିଏଟ୍‌ ଉଚ୍ଚ ସଦନର ସଦସ୍ୟଙ୍କ ବସିବା ଲାଗି ଗୃହର ଚ୍ୟାମ୍ବର ଓ ଗ୍ୟାଲେରିଗୁଡ଼ିକରେ ବ୍ୟବସ୍ଥା କରୁଛି। ଏହାଦ୍ୱାରା ବ୍ୟକ୍ତିଗତ ଭାବେ ଦୂରତ୍ୱ ବଜାୟ ରଖିବା ସହ ଅନ୍ୟ ସଦସ୍ୟମାନଙ୍କୁ ସଂସଦ ପରିସରରେ ଥିବା ସେଣ୍ଟ୍ରାଲ ହଲ୍‌ କିମ୍ବା ବାଲାଯୋଗୀ ଅଡିଟୋରିୟମ୍‌ରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦାନର ସୁଯୋଗ ମିଳିପାରିବ। ରାଜ୍ୟ ସଭାର ଚାମ୍ବର ଓ ଗ୍ୟାଲେରିଗୁଡ଼ିକରେ ସାମାଜିକ ଦୂରତ୍ୱ ନିୟମକୁ ମାନି ୧୨୭ ସଦସ୍ୟ ବସିପାରିବେ।
ସେହିପରି ୫୪୩ ଆସନ ବିଶିଷ୍ଟ ଲୋକ ସଭା କଥା ବିଚାର କଲେ ଚ୍ୟାଲେଞ୍ଜ ବଡ଼ ହୋଇଥିବାରୁ ଏହାକୁ ସଂକ୍ଷିପ୍ତ କରିବା ପାଇଁ ଯୋଜନା ଚାଲିଛି। ଏନେଇ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏକାଧିକ ଥର ବୈଠକ କରିଛନ୍ତି। ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେବା ସହ ଉଭୟ ସରକାରଙ୍କ ଆବଶ୍ୟକତା ଓ ବିରୋଧୀଙ୍କ ଦାବି ଉପରେ ଗୁରୁତ୍ୱ ଦେଇ ସେ ସମାଧାନର ବାଟ ଖୋଜିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ଦେଖି ଗତ ବଜେଟ ଅଧିବେଶନରେ କାଟଛାଣ୍ଟ କରାଯାଇଥିଲା। ଅଧ୍ୟାଦେଶଗୁଡ଼ିକ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାର ୬ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିପାରିବ। ଆଇନରେ ପରିଣତ ହେବା ପାଇଁ ଅଧ୍ୟାଦେଶଗୁଡ଼ିକୁ ଉଭୟ ଗୃହରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସାଧାରଣତଃ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ଅଧିବେଶନ ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?