୨୦୦୭ ପକାଇଛି ଚିନ୍ତାରେ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଆଇଏଏସ୍‌ ଅଫିସରମାନେ ରାଜ୍ୟ କିମ୍ବା କେନ୍ଦ୍ରରେ କାମ କରିବା ସମ୍ପର୍କରେ ବିଭିନ୍ନ ସମୟରେ କେନ୍ଦ୍ରରୁ ବଦଳୁଥିବା ନିୟମ ଆସିଥାଏ। କେତେବେଳେ କେଉଁ ସରକାର ଆସିଲେ କେତେ ପ୍ରକାର ନିୟମ ବଦଳିବ ସେନେଇ କୌଣସି ସ୍ଥିରତା ନ ଥାଏ। ପୂର୍ବରୁ ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ନେଇ କୌଣସି ପ୍ରକାର ବାଧ୍ୟତାମୂଳକ ନ ଥିଲା। ମାତ୍ର ଗତ ଜୁନ୍‌ ୧୮ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମାବଳୀ ଆସିଛି। କେନ୍ଦ୍ରର ଯୁଗ୍ମ ସଚିବ ପାହ୍ୟାରେ ତାଲିକାଭୁକ୍ତ ହେବା ପାଇଁ ଅଫିସରଙ୍କୁ ଅତି କମ୍‌ରେ ୨ ବର୍ଷ ଉପସଚିବ କିମ୍ବା ନିର୍ଦ୍ଦେଶକ ପଦବୀରେ କେନ୍ଦ୍ରରେ କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି। ଫଳରେ ୨୦୦୭ ବ୍ୟାଚ୍‌ଠାରୁ ଏହି ନିୟମ ଲାଗୁ ହେବ। ତେଣୁ ଏହି ବ୍ୟାଚ୍‌ର ଆଇଏଏସ୍‌ ଅଫିସରଙ୍କୁ ତୁରନ୍ତ କେନ୍ଦ୍ରକୁ ଯିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କେନ୍ଦ୍ରର ଏଭଳି ଘୋଷଣା ଯୋଗୁ ବର୍ତ୍ତମାନ କେତେଜଣ ଓଡିଶା କ୍ୟାଡର ଯୁବ ଆଇଏଏସ୍‌ ଅଫିସର ପ୍ରଭାବିତ ହେବେ। ୨୦୦୭ ବ୍ୟାଚ୍‌ ପୂର୍ବ ପର୍ଯ୍ୟନ୍ତ କେନ୍ଦ୍ରକୁ ଯାଇ ନ ଥିବା ଆଇଏଏସ୍‌ ଅଫିସରମାନେ କିନ୍ତୁ ଏକ ପ୍ରକାର ମୁକ୍ତି ପାଇଯାଇଛନ୍ତିି। ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ବହୁ ଅଧିକାରୀ ରାଜ୍ୟକୁ ଫେରିବାକୁ ଚାହୁଁ ନ ଥିବା ବେଳେ ଅଧିକାଂଶଙ୍କ ଅବସର ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି।
୨୦୦୭ ବ୍ୟାଚ୍‌ ଆଇଏଏସ୍‌ ଅଫିସରଙ୍କୁ ୨୦୨୩ ସୁଦ୍ଧା କେନ୍ଦ୍ରରେ ଅତି କମ୍‌ରେ ୨ବର୍ଷ କାର୍ଯ୍ୟକରି ଅଭିଜ୍ଞତା ହାସଲ କରିବାକୁ ପଡ଼ିବ। ପୂର୍ବରୁ ଏଭଳି ନ ଥିଲା, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରି ଅଫିସରମାନେ କେନ୍ଦ୍ରର ଯୁଗ୍ମ ସଚିବ ପାହ୍ୟାରେ ଅନ୍ତର୍ଭୁକ୍ତ ହୋଇପାରୁଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାରଙ୍କ ଅଧୀନରେ ଉପସଚିବ ଏବଂ ନିର୍ଦ୍ଦେଶକ ପଦବୀରେ ଅଫିସରଙ୍କ ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବା ଦୃଷ୍ଟିରୁ ଏହି ନୀତିଗତ ପରିବର୍ତ୍ତନ ଅଣାଯାଇଛି। ଫଳରେ ଜଣେ ଆଇଏଏସ୍‌ ଅଫିସର ତାଙ୍କ ୧୬ବର୍ଷ ଚାକିରି କାର୍ଯ୍ୟକାଳ ମଧ୍ୟରେ ଅନ୍ତତଃ ପକ୍ଷେ ୨ ବର୍ଷ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଅମାନ୍ୟ କଲେ ସମ୍ପୃକ୍ତ ଅଫିସରଙ୍କ କ୍ୟାରିୟର ଉପରେ କୁପ୍ରଭାବ ପଡିପାରେ ଏବଂ ତାହା ତାଙ୍କ ପେନସନ ହ୍ରାସହେବାର ସମ୍ଭାବନା ରଖିପାରେ। ସେହି ଅନୁସାରେ ଦେଖିଲେ ଏହା ୨୦୦୭ ବ୍ୟାଚ୍‌ ଆଇଏଏସ୍‌ ଅଫିସରମାନଙ୍କ ଚିନ୍ତା ଅଧିକ ବଢ଼ାଇ ଦେଇଛି। କାରଣ ଏମାନଙ୍କ କାର୍ଯ୍ୟକାଳ ଅନୁଯାୟୀ ହିସାବ କରାଗଲେ ୨୦୨୩ ସୁଦ୍ଧା ଏମାନଙ୍କୁ ନିଜର ଅଭିଜ୍ଞତା ହାସଲ କରିବା ନିତାନ୍ତ ଜରୁରୀ ହୋଇପଡ଼ିଛି। ଏଥିଲାଗି ମଧ୍ୟ ଆଉ ବିଶେଷ ସମୟ ନାହିଁ। ତେବେ ମିଳିଥିବା ସୂଚନା ମୁତାବକ, ଏହି ତାଲିକାରେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ, ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ ଅରବିନ୍ଦ ଅଗ୍ରଓ୍ବାଲ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେଶନରେ ଯାଇନାହାନ୍ତି। ଏହି ୩ ଆଇଏଏସ୍‌ ଅଫିସର ଆସନ୍ତା ୫ ମାସ ମଧ୍ୟରେ କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରିବେ। ୨୦୦୭ ବ୍ୟାଚ୍‌ର ସିଧାସଳଖ ଆଇଏଏସ୍‌ ହୋଇଥିବା ଏହି ୩ ଅଫିସରଙ୍କୁ ଛାଡ଼ିଦେଲେ ରବୀନ୍ଦ୍ର ପ୍ରତାପ ସିଂହ ୯ ଫେବୃୟାରୀ ୨୦୧୯ରେ ଡେପୁଟେଶନରେ ଯାଇଛନ୍ତି। ସେ ୮ ଫେବୃୟାରୀ ୨୦୨୩ ସୁଦ୍ଧା ଫେରିପାରିବେ।
ଅଧିକାଂଶ କ୍ଷେତ୍ରରେ ଯୁବ ଅଫିସର କେନ୍ଦ୍ରକୁ ଯିବା ପାଇଁ ଆଗ୍ରହୀ ଥିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦକ୍ଷତା ଦେଖି ଛାଡିବାକୁ ପ୍ରସ୍ତୁତନାହାନ୍ତି। ଅନେକ ସମୟରେ ଏହି ଅଫିସରମାନେ ରାଜ୍ୟ ସରକାରଙ୍କ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେଉଥିବା ଦୃଷ୍ଟିରୁ କେନ୍ଦ୍ରକୁ ଯିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ଉପଶାସନ ସଚିବ ଏବଂ ନିର୍ଦ୍ଦେଶକ ପଦରେ ଘୋର ଅଭାବ ପରିଲକ୍ଷିତ ହେଉଛି। ଯେଉଁ ସୁବିଧା ରାଜ୍ୟରେ ଥିବା ଆଇଏଏସ ଅଫିସରମାନେ ପାଉଛନ୍ତି ସେମାନେ କେନ୍ଦ୍ରକୁ ଗଲେ ସେଭଳି ସୁବିଧା ପାଇପାରିବେ ନାହିଁ। ଏଭଳି ସ୍ଥିତିରେ ଦେଖିଲେ ୨୦୦୭ ବ୍ୟାଚ୍‌ର ପୂର୍ବରୁ ଆଇଏଏସ୍‌ଅଫିସର ହୋଇଥିବା ବହୁ ଅଧିକାରୀ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେଶନରେ ଯାଇନାହାନ୍ତି। କିନ୍ତୁ ସେମାନଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବନାହିଁ। ତେଣୁ ଏହା ମଧ୍ୟ ଅନେକ ଅଧିକାରୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି ଦେଇଛି। ଅନେକ ଉଦାହରଣ ଏଭଳି ରହିଛି, ଅନେକ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜ୍ୟ ସରକାରଙ୍କ ବହୁ ଦାୟିତ୍ୱସମ୍ପନ୍ନ ପଦପଦବୀରେ ରହିଥିବା ବେଳେ ଏଯାଏ କେନ୍ଦ୍ରକୁ ଡେପୁଟେଶନରେ ଯାଇନାହାନ୍ତି, ଯେଉଁମାନଙ୍କ ଚାକିରି କାର୍ଯ୍ୟକାଳ ଆଉ ବର୍ଷେରୁ ୨ ବର୍ଷ ମଧ୍ୟରେ ଶେଷ ହୋଇଯିବ। ଉପରୋକ୍ତ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଅଫିସରମାନଙ୍କ ଏ ସମସ୍ତ ହିସାବ କେନ୍ଦ୍ର କ୍ୟାବିନେଟ୍‌ ସବ୍‌ କମିଟି ପକ୍ଷରୁ କରାଯାଇଥାଏ।
ସୂଚନାଯୋଗ୍ୟ, ଓଡ଼ିଶା କ୍ୟାଡରର ଅତିବେଶିରେ ୫୨ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ କେନ୍ଦ୍ର ସରକାରଙ୍କ ଅଧୀନରେ ଏକ ସମୟରେ କାର୍ଯ୍ୟ କରିପାରିବେ। ସେଥିରେ ବର୍ତ୍ତମାନ ୨୬ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବେଳେ ଜଣେ ଆନ୍ତଃରାଜ୍ୟସ୍ତରରେ ୨୦୦୦ବ୍ୟାଚ ଆଇଏଏସ ମନିଷ କୁମାର ବର୍ମା ଅଛନ୍ତି। ତେବେ କେନ୍ଦ୍ରୀୟ ଡେପୁଟେଶନରେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀ ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରିନାହାନ୍ତି କି ଏଥିଲାଗି ଆଗ୍ରହ ପ୍ରକାଶ ମଧ୍ୟ କରୁନାହାନ୍ତି। ତେବେ ଏନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏହି ନିୟମ ଆଗରୁ ରହିଥିଲା। ଯେଉଁମାନେ ଉପସଚିବ ହୋଇ ନ ଥିବେ ସେମାନଙ୍କୁ ଯୁଗ୍ମ ସଚିବ ପଦ ମିଳିପାରିବ ନାହିଁ। ହେଲେ ବର୍ତ୍ତମାନ ଏହି ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଗୋଟିଏ ଦୃଷ୍ଟିରୁ ଦେଖିଲେ ଯଦି ଯୁବ ଆଇଏଏସ୍‌ ଅଫିସରମାନେ ବର୍ତ୍ତମାନ ୨ ବର୍ଷ ଡେପୁଟେଶନରେ ଯାଆନ୍ତି ସେମାନେ ବହୁତ କିଛି ଶିଖିପାରିବେ। ମାତ୍ର ଯଦି ଅଧିକ ଦିନ ଗୋଟିଏ ରାଜନୈତିକ ଦଳର ସରକାର ରହେ ତେବେ ତାହା ଖରାପ ପ୍ରଭାବ ମଧ୍ୟ ପକାଇବ। ଯେପରି ବର୍ଷ ବର୍ଷ ଧରି ଡେପୁଟେଶନରେ ଯାଇଥିବା ଅଧିକାରୀମାନେ ଫେରୁ ନାହାନ୍ତି ସେହିଭଳି ପରିସ୍ଥିତିସୃଷ୍ଟି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri