ଅସୁରଗଡ଼ରେ ୨ ହଜାର ବର୍ଷ ସଭ୍ୟତାର ସନ୍ଧାନ

ବରଗଡ଼ ଅଫିସ୍‌/ବରପାଲି,୧୩ା୬: ବରଗଡ଼ ଜିଲା ବରପାଲି ବ୍ଲକ ଅସୁରଗଡ଼ ଅଞ୍ଚଳରେ ୨ହଜାର ବର୍ଷ ତଳେ ମାନବ ସଭ୍ୟତା ଗଢ଼ି ଉଠିଥିଲା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମାଟି ଖନନ, ପ୍ରାଚୀନ ସାମଗ୍ରୀର ସନ୍ଧାନ ଏବଂ ଗବେଷଣା ପରେ ଏହା ଜଣାପଡ଼ିଛି। ସେଠାରୁ ପ୍ରାଚୀନ ଯୁଗରେ ବ୍ୟବହୃତ ମୁଦ୍ରା, ଅସ୍ତ୍ରଶସ୍ତ୍ର, ମାଟିପାତ୍ର, ଲୌହ ସାମଗ୍ରୀ ଆଦି ମିଳିଛି। ମିଳିଥିବା ସାମଗ୍ରୀରୁ ଉକ୍ତ ଅଞ୍ଚଳରେ ସେତେବେଳେ ସହରୀ ସଭ୍ୟତା ଗଢ଼ି ଉଠିଥିବା ଅନୁମାନ କରାଯାଉଛି। ତେବେ କିଭଳି ସ୍ଥିତିରେ ତାହା ନିଶ୍ଚିହ୍ନ ହୋଇଗଲା, ସେ ନେଇ ଅଧିକ ଅଧ୍ୟୟନ କରାଯିବ ବୋଲି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଡଃ ଉମାଚରଣ ପତି କହିଛନ୍ତି। ସେହିପରି ଖନନ କାର୍ଯ୍ୟର ନେତୃତ୍ୱ ନେଇଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ. ଅତୁଲ କୁମାର ପ୍ରଧାନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୪ଟି ସ୍ତରରେ ମାଟି ଖନନ କରାଯାଇଛି ଏବଂ ସେଠାରୁ ଯାହା ମିଳିଛି, ସେତେବେଳେ ଉକ୍ତ ଅଞ୍ଚଳରେ ବାଣିଜି୍ୟକ କାରବାର ଚାଲିଥିବା ଅନୁମାନ କରାଯାଉଛି। ପ୍ରାରମ୍ଭିକ ଭାବେ ସାମଗ୍ରୀ ଗୁଡ଼ିକ ୨ହଜାର ବର୍ଷ ତଳର ବୋଲି କୁହାଯାଉଛି। ସେଗୁଡ଼ିକୁ ଅଧିକ ପରୀକ୍ଷଣ କରାଯିବ ଏବଂ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସେ କହିଛନ୍ତି।
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ. ପ୍ରଧାନ ଆହୁରି ସୂଚନା ଦେଇଛନ୍ତି, ୨ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ପ୍ରାଚୀନ ସଭ୍ୟତା ନେଇ ସେତେବେଳେ କିଛି ତଥ୍ୟ ଦୃଷ୍ଟିକୁ ଆସିବା ପରେ ସେଠାରେ ମାଟି ଖନନ ଏବଂ ଅଧିକ ଗବେଷଣା ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ଠାରେ ଆବେଦନ କରାଯାଇଥିଲା। ସେଥିପାଇଁ ଅନୁମତି ମିଳିବା ପରେ ରାଜ୍ୟ ସରକାର ଏବଂ ବରଗଡ଼ ଜିଲା ପ୍ରଶାସନ ସହଯୋଗରେ ଗତ ୧୬ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଖନନ କାର୍ଯ୍ୟ ଚାଲିଛି ଏବଂ ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୬୦ଜଣ ଇତିହାସ ବିଭାଗ ଛାତ୍ରୀଛାତ୍ର ନିୟୋଜିତ ଅଛନ୍ତି। ଇତିମଧ୍ୟରେ ପ୍ରାଚୀନ ସଭ୍ୟତାରେ ବ୍ୟବହୃତ ବହୁ ସାମଗ୍ରୀ ମିଳିସାରିଛି ଏବଂ ଆଗକୁ ଏଭଳି ଗବେଷଣା ଜାରି ରହିବ ବୋଲି ଡ. ପ୍ରଧାନ କହିଛନ୍ତି।
ସେହିପରି ଡେପୁଟି ରେଜିଷ୍ଟ୍ରାର ପତି କହିଛନ୍ତି, ପାଠପଢ଼ାକୁ କେବଳ ଶ୍ରେଣୀ କୋଠରି ମଧ୍ୟରେ ସୀମିତ ନ ରଖି ଛାତ୍ରୀଛାତ୍ର କିପରି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ, ସେ ନେଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଏନ୍‌. ନାଗାରାଜୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ର ମାଟି ଖନନ କାର୍ଯ୍ୟରେ ନିୟୋଜିତ ହେବା ସହିତ ପ୍ରାଚୀନ ସଭ୍ୟତାର ସନ୍ଧାନ ନେଇ ସିଧାସଳଖ ଜ୍ଞାନ ଆହରଣ କରିପାରିଛନ୍ତି। କେବଳ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନୁହେଁ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବରଗଡ଼ ପଞ୍ଚାୟତ କଲେଜ, ବରପାଲି କଲେଜ, ଡୁଙ୍ଗୁରିପାଲି କଲେଜ ଆଦି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ସ୍ଥାନକୁ ଆସି ପ୍ରାଚୀନ ସଭ୍ୟତା ଉପରେ ବହୁ କିଛି ଶିକ୍ଷାଲାଭ କରିଥିବା ସେ କହିଛନ୍ତି। ତେବେ ଖନନ କାର୍ଯ୍ୟ ଜାରି ରହିଥିବାରୁ ଆହୁରି ଅନେକ କିଛି ପ୍ରାଚୀନ ସାମଗ୍ରୀ, ଐତିହ୍ୟ ମିଳିବାର ଅନୁମାନ କରାଯାଉଛି ଏବଂ ଆଗକୁ ମଧ୍ୟ ଏ ନେଇ ଅନୁସନ୍ଧାନ ଜାରି ରହିବ ବୋଲି ଡ. ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri