ବିପଦରେ ପାକିସ୍ତାନ ଗଣତନ୍ତ୍ର

ଇସ୍‌ଲାମାବାଦ,୧୩ା୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)କୁ ସିଭିଲ୍‌ ସର୍ଭିସ୍‌ ପାଇଁ ନିଯୁକ୍ତି କ୍ଷମତା ପ୍ରଦାନ କରିଛନ୍ତି। ଦେଶର ସାଧାରଣ ଲୋକଙ୍କ ଜୀବନରେ କ୍ରମବର୍ଦ୍ଧିଷ୍ଣୁ ସାମରିକ ହସ୍ତକ୍ଷେପ ଯୋଗୁ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ରାଜନେତା ଓ ଆକ୍ଟିଭିଷ୍ଟମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

ଆଇଏସ୍‌ଆଇକୁ ପାକିସ୍ତାନର ନୂଆ ସରକାର ପ୍ରଶାସନିକ କ୍ଷମତା ଦେବା ପରେ ଏବେ ଏହି ଗୋଇନ୍ଦା ସଂସ୍ଥା ସରକାରୀ ଅଧିକାରୀମାନଙ୍କ ଭେରିଫିକେଶନ୍‌ ଓ ସ୍କ୍ରିନିଂ କରିପାରିବ। ଏଥିସହ ନିଯୁକ୍ତି, ବଦଳି ଓ ପଦୋନ୍ନତି ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ନେଇପାରିବ। ଏଥିଯୋଗୁ ଅମଲାତନ୍ତ୍ରରେ ନାଗରିକଙ୍କ ଅଧିକାର ସଙ୍କୁଚିତ ହେବ। ପାକିସ୍ତାନକୁ ପ୍ରତ୍ୟକ୍ଷ ଭାବେ ୩ ଦଶନ୍ଧି ଧରି ଶାସନ କରିଥିବା ଶକ୍ତିଶାଳୀ ସେନା ଓ ଏହାର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ରାଜନୀତିରେ ହସ୍ତକ୍ଷେପ ତଥା ରାଜନେତାଙ୍କୁ ନିୟନ୍ତ୍ରଣ କରିବାର ଲମ୍ବା ଇତିହାସ ରହିଛି। ପାକିସ୍ତାନୀ ନେତାମାନେ କ୍ଷମତାକୁ ଆସିବା ପାଇଁ ସେନାର ସମର୍ଥନ ଆବଶ୍ୟକ କରିଥିବା ନେଇ ସମସ୍ତେ ଅବଗତ। କିନ୍ତୁ ବର୍ତ୍ତମାନ ଅମଲାତନ୍ତ୍ରୀମାନେ ମଧ୍ୟ ନିଯୁକ୍ତି ଓ ବଦଳି ପାଇଁ ଅନୁରୂପ ସାମରିକ ସମର୍ଥନ ଲୋଡ଼ିବେ। ଏନେଇ ସିନେଟର ମୁସ୍ତାଫା ନଓ୍ବାଜ୍‌ ଖୋଖାର କହିଛନ୍ତି, ପାକିସ୍ତାନର ଇତିହାସକୁ ଦେଖିଲେ ଆଭ୍ୟନ୍ତରୀଣ ରାଜନୀତିରେ ସେନାର ପ୍ରାଧାନ୍ୟକୁ ବୁଝିହୁଏ।

ଶେହବାଜ ଶରିଫଙ୍କ ସଦ୍ୟ ନିଷ୍ପତ୍ତି ଫଳରେ ସିଭିଲ ବ୍ୟୁରୋକ୍ରାସି ଦୁର୍ବଳ ହେବା ସହ ପ୍ରଶାସନିକ ଅଧିକାରୀମାନେ ନିଜ ସ୍ବାଧୀନତା ହରାଇବେ। ଏହା ନିଜ ଗୋଡ଼ରେ କୁରାଢ଼ୀ ଚୋଟ ମାରିବା ଭଳି ନିଷ୍ପତ୍ତି, ଯାହାର ପୁନର୍ବିଚାର ଜରୁରୀ। ସେହିପରି ଉଚ୍ଚ ସଦନ ସିନେଟର ପୂର୍ବତନ ଅଧ୍ୟକ୍ଷ ରଜା ରବ୍ବାନୀ ଶରିଫ୍‌ଙ୍କ ନିଷ୍ପତ୍ତିକୁ ଦେଶର ସମ୍ବିଧାନ ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ବର୍ତ୍ତମାନ ସରକାରରେ ଥିବା ବିରୋଧୀ ଦଳଗୁଡ଼ିକ ଗତ ଏପ୍ରିଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଅନାସ୍ଥା ଭୋଟରେ କ୍ଷମତାଚ୍ୟୁତ କରିବା ପୂର୍ବରୁ ରାଜନୀତିରେ ସାମରିକ ହସ୍ତକ୍ଷେପକୁ ସମାଲୋଚନା କରିଥିଲେ। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ନେତା ନିର୍ବାଚନ ବେଳେ ଜାଲିଆତି କରି ସେନା ସହାୟତାରେ କ୍ଷମତାସୀନ ହୋଇଥିବା ଶରିଫ୍‌ କହିଥିଲେ। ପାକିସ୍ତାନର ସାମରିକ ବ୍ୟାପାର ବିଶେଷଜ୍ଞ ତଥା ଲେଖିକା ଆୟେଶା ସିଦ୍ଦିକା କହିଛନ୍ତି, ଶରିଫଙ୍କ ଏଭଳି ପଦକ୍ଷେପକୁ କୌଣସି ରାଜନୈତିକ ଦଳର ବରିଷ୍ଠ ନେତା ନିନ୍ଦା ନ କରିବା ଦୁର୍ଭାଗ୍ୟର ବିଷୟ। ସରକାରଙ୍କ ବିଜ୍ଞପ୍ତି ଅନ୍ୟ ସଂସ୍ଥାଗୁଡ଼ିକ ଉପରେ ସାମରିକ ଗୋଇନ୍ଦାର କ୍ଷମତା ବୃଦ୍ଧିକୁ ଆଇନତଃ ବୈଧ କରିଛି। ଏହାସହ ରାଜନୈତିକ ଶ୍ରେଣୀର ଏକ ଦୀର୍ଘକାଳୀନ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ବୀଜ ବୁଣିଛି। ରାଜନୀତି ଉପରେ ସାମରିକ ନିୟନ୍ତ୍ରଣ ପାର୍ଲାମେଣ୍ଟକୁ ଦୁର୍ବଳ କରିଦେବ।

ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ୍‌ (ପିଏମ୍‌ଏଲ୍‌-ଏନ୍‌) ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫଙ୍କ ଝିଅ ମରିୟମ୍‌ ନଓ୍ବାଜ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଯୁକ୍ତିଯୁକ୍ତ ଦର୍ଶାଇ ସମର୍ଥନ କରିଛନ୍ତି। ମରିୟମ୍‌ କହିଛନ୍ତି, ଆଇଏସ୍‌ଆଇ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ସରକାର ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିଥାଏ। ଯଦି ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି ତେବେ, କେଉଁ ସଙ୍ଗଠନକୁ କେଉଁ ସମୟରେ କି ପ୍ରକାର ଦାୟିତ୍ୱ ଦିଆଯିବ ତାହା ତାଙ୍କୁ ଭଲ ଭାବେ ଜଣା। ମରିୟମ୍‌ଙ୍କ ମନ୍ତବ୍ୟ ଉପରେ ସିଦ୍ଦିକା କହିଛନ୍ତି, ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଆଇଏସ୍‌ଆଇକୁ ନିୟନ୍ତ୍ରଣ କରିବା ଉପରେ କେବଳ ସ୍ବପ୍ନ ଦେଖିପାରିବେ। ଏହା ଉପରେ ସରକାରୀ ନିୟନ୍ତ୍ରଣ କେବେ ନ ଥାଏ। ପାକିସ୍ତାନର ମାନବାଧିକାର କମିଶନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ଯଦିଓ ପୂର୍ବରୁ ଏଭଳି ପରମ୍ପରା ପ୍ରଚଳିତ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ। ପାକିସ୍ତାନକୁ ଆଗକୁ ବଢ଼ିବାକୁ ହେଲେ ନାଗରିକ ବ୍ୟାପାରରେ ସାମରିକ ଭୂମିକାକୁ ବନ୍ଦ କରିବାକୁ ପଡ଼ିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri