ବିପଦରେ ପାକିସ୍ତାନ ଗଣତନ୍ତ୍ର

ଇସ୍‌ଲାମାବାଦ,୧୩ା୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)କୁ ସିଭିଲ୍‌ ସର୍ଭିସ୍‌ ପାଇଁ ନିଯୁକ୍ତି କ୍ଷମତା ପ୍ରଦାନ କରିଛନ୍ତି। ଦେଶର ସାଧାରଣ ଲୋକଙ୍କ ଜୀବନରେ କ୍ରମବର୍ଦ୍ଧିଷ୍ଣୁ ସାମରିକ ହସ୍ତକ୍ଷେପ ଯୋଗୁ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ରାଜନେତା ଓ ଆକ୍ଟିଭିଷ୍ଟମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

ଆଇଏସ୍‌ଆଇକୁ ପାକିସ୍ତାନର ନୂଆ ସରକାର ପ୍ରଶାସନିକ କ୍ଷମତା ଦେବା ପରେ ଏବେ ଏହି ଗୋଇନ୍ଦା ସଂସ୍ଥା ସରକାରୀ ଅଧିକାରୀମାନଙ୍କ ଭେରିଫିକେଶନ୍‌ ଓ ସ୍କ୍ରିନିଂ କରିପାରିବ। ଏଥିସହ ନିଯୁକ୍ତି, ବଦଳି ଓ ପଦୋନ୍ନତି ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ନେଇପାରିବ। ଏଥିଯୋଗୁ ଅମଲାତନ୍ତ୍ରରେ ନାଗରିକଙ୍କ ଅଧିକାର ସଙ୍କୁଚିତ ହେବ। ପାକିସ୍ତାନକୁ ପ୍ରତ୍ୟକ୍ଷ ଭାବେ ୩ ଦଶନ୍ଧି ଧରି ଶାସନ କରିଥିବା ଶକ୍ତିଶାଳୀ ସେନା ଓ ଏହାର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ରାଜନୀତିରେ ହସ୍ତକ୍ଷେପ ତଥା ରାଜନେତାଙ୍କୁ ନିୟନ୍ତ୍ରଣ କରିବାର ଲମ୍ବା ଇତିହାସ ରହିଛି। ପାକିସ୍ତାନୀ ନେତାମାନେ କ୍ଷମତାକୁ ଆସିବା ପାଇଁ ସେନାର ସମର୍ଥନ ଆବଶ୍ୟକ କରିଥିବା ନେଇ ସମସ୍ତେ ଅବଗତ। କିନ୍ତୁ ବର୍ତ୍ତମାନ ଅମଲାତନ୍ତ୍ରୀମାନେ ମଧ୍ୟ ନିଯୁକ୍ତି ଓ ବଦଳି ପାଇଁ ଅନୁରୂପ ସାମରିକ ସମର୍ଥନ ଲୋଡ଼ିବେ। ଏନେଇ ସିନେଟର ମୁସ୍ତାଫା ନଓ୍ବାଜ୍‌ ଖୋଖାର କହିଛନ୍ତି, ପାକିସ୍ତାନର ଇତିହାସକୁ ଦେଖିଲେ ଆଭ୍ୟନ୍ତରୀଣ ରାଜନୀତିରେ ସେନାର ପ୍ରାଧାନ୍ୟକୁ ବୁଝିହୁଏ।

ଶେହବାଜ ଶରିଫଙ୍କ ସଦ୍ୟ ନିଷ୍ପତ୍ତି ଫଳରେ ସିଭିଲ ବ୍ୟୁରୋକ୍ରାସି ଦୁର୍ବଳ ହେବା ସହ ପ୍ରଶାସନିକ ଅଧିକାରୀମାନେ ନିଜ ସ୍ବାଧୀନତା ହରାଇବେ। ଏହା ନିଜ ଗୋଡ଼ରେ କୁରାଢ଼ୀ ଚୋଟ ମାରିବା ଭଳି ନିଷ୍ପତ୍ତି, ଯାହାର ପୁନର୍ବିଚାର ଜରୁରୀ। ସେହିପରି ଉଚ୍ଚ ସଦନ ସିନେଟର ପୂର୍ବତନ ଅଧ୍ୟକ୍ଷ ରଜା ରବ୍ବାନୀ ଶରିଫ୍‌ଙ୍କ ନିଷ୍ପତ୍ତିକୁ ଦେଶର ସମ୍ବିଧାନ ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ବର୍ତ୍ତମାନ ସରକାରରେ ଥିବା ବିରୋଧୀ ଦଳଗୁଡ଼ିକ ଗତ ଏପ୍ରିଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଅନାସ୍ଥା ଭୋଟରେ କ୍ଷମତାଚ୍ୟୁତ କରିବା ପୂର୍ବରୁ ରାଜନୀତିରେ ସାମରିକ ହସ୍ତକ୍ଷେପକୁ ସମାଲୋଚନା କରିଥିଲେ। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ନେତା ନିର୍ବାଚନ ବେଳେ ଜାଲିଆତି କରି ସେନା ସହାୟତାରେ କ୍ଷମତାସୀନ ହୋଇଥିବା ଶରିଫ୍‌ କହିଥିଲେ। ପାକିସ୍ତାନର ସାମରିକ ବ୍ୟାପାର ବିଶେଷଜ୍ଞ ତଥା ଲେଖିକା ଆୟେଶା ସିଦ୍ଦିକା କହିଛନ୍ତି, ଶରିଫଙ୍କ ଏଭଳି ପଦକ୍ଷେପକୁ କୌଣସି ରାଜନୈତିକ ଦଳର ବରିଷ୍ଠ ନେତା ନିନ୍ଦା ନ କରିବା ଦୁର୍ଭାଗ୍ୟର ବିଷୟ। ସରକାରଙ୍କ ବିଜ୍ଞପ୍ତି ଅନ୍ୟ ସଂସ୍ଥାଗୁଡ଼ିକ ଉପରେ ସାମରିକ ଗୋଇନ୍ଦାର କ୍ଷମତା ବୃଦ୍ଧିକୁ ଆଇନତଃ ବୈଧ କରିଛି। ଏହାସହ ରାଜନୈତିକ ଶ୍ରେଣୀର ଏକ ଦୀର୍ଘକାଳୀନ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ବୀଜ ବୁଣିଛି। ରାଜନୀତି ଉପରେ ସାମରିକ ନିୟନ୍ତ୍ରଣ ପାର୍ଲାମେଣ୍ଟକୁ ଦୁର୍ବଳ କରିଦେବ।

ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ୍‌ (ପିଏମ୍‌ଏଲ୍‌-ଏନ୍‌) ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫଙ୍କ ଝିଅ ମରିୟମ୍‌ ନଓ୍ବାଜ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଯୁକ୍ତିଯୁକ୍ତ ଦର୍ଶାଇ ସମର୍ଥନ କରିଛନ୍ତି। ମରିୟମ୍‌ କହିଛନ୍ତି, ଆଇଏସ୍‌ଆଇ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ସରକାର ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିଥାଏ। ଯଦି ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପ ନେଇଛନ୍ତି ତେବେ, କେଉଁ ସଙ୍ଗଠନକୁ କେଉଁ ସମୟରେ କି ପ୍ରକାର ଦାୟିତ୍ୱ ଦିଆଯିବ ତାହା ତାଙ୍କୁ ଭଲ ଭାବେ ଜଣା। ମରିୟମ୍‌ଙ୍କ ମନ୍ତବ୍ୟ ଉପରେ ସିଦ୍ଦିକା କହିଛନ୍ତି, ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଆଇଏସ୍‌ଆଇକୁ ନିୟନ୍ତ୍ରଣ କରିବା ଉପରେ କେବଳ ସ୍ବପ୍ନ ଦେଖିପାରିବେ। ଏହା ଉପରେ ସରକାରୀ ନିୟନ୍ତ୍ରଣ କେବେ ନ ଥାଏ। ପାକିସ୍ତାନର ମାନବାଧିକାର କମିଶନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ଯଦିଓ ପୂର୍ବରୁ ଏଭଳି ପରମ୍ପରା ପ୍ରଚଳିତ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ। ପାକିସ୍ତାନକୁ ଆଗକୁ ବଢ଼ିବାକୁ ହେଲେ ନାଗରିକ ବ୍ୟାପାରରେ ସାମରିକ ଭୂମିକାକୁ ବନ୍ଦ କରିବାକୁ ପଡ଼ିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?