ଉପୁଡ଼ିଲା ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ: ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୧୨।୬(ତୁମେଶ୍ୱର ସାହୁ): ଦୀର୍ଘ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଜାତୀୟ ରାଜପଥ ୨୬ଉପରେ ପଡିଯାଇଥିବାରୁ ଗୁରୁବାର ରାତିରେ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। କେସିଙ୍ଗା ଆମ୍ବେଦକର ଛକ ନିକଟରେ ଥିବା ପ୍ରାୟ ୨୦୦ ବର୍ଷର ଏକ ବିରାଟକାୟ ଅଶ୍ୱତ୍ଥ ଗଛ ଗୁରୁବାର ଭୋର୍‌ ପ୍ରାୟ ୨ଟା ସମୟରେ କାଳବୈଶାଖୀ ଯୋଗୁ ଚେରରୁ ଉପୁଡ଼ି ଏନଏଚ ୨୬ ଉପରେ ପଡ଼ି ଜାତୀୟ ରାଜପଥ ଦୀର୍ଘ ୪ଘଣ୍ଟା ଅବରୋଧ ହୋଇଥିଲା। ରାତି ସମୟରେ ଗଛ ଉପୁଡ଼ି ପଡ଼ିଲା ବୋଲି ରକ୍ଷା ମିଳିଗଲା ନ ହେଲେ ଅନେକ ଯାନବାହାନ ସମେତ ପଥଚାରୀଙ୍କ ଜୀବନ ଯାଇ କ୍ଷୟକ୍ଷତି ହୋଇଥାନ୍ତା। କାରଣ ଉକ୍ତ ଗଛ ମୂଳରେ ଅନେକ ଛୋଟ ଛୋଟ ଦୋକାନୀ ଦୋକାନ ଖୋଲି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ରାତ୍ରି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହା ଦେଖି ତୁରନ୍ତ କେସିଙ୍ଗା ଦମକଳ ଅଫିସକୁ ଫୋନ କରି ଜଣାଇବାଥିଲେ। ଫୋନ ପାଇଲା ପରେ ଦମକଳ ବାହିନୀ ଟିମ ଆସି ଯୁଦ୍ଧକାଳୀନ ଭିତ୍ତିରେ ଏତେ ବଡ଼ ଗଛକୁ କାଟି ଚାରି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତା ଅବରୋଧ ହଟିଥିଲା। ଜାତୀୟ ରାଜପଥ ହୋଇଥିବାରୁ ଦୁଇ ପଟରେ ଶହ ଶହ ସଂଖ୍ୟାରେ ଛୋଟ ବଡ଼ଗାଡ଼ି ଅଟକି ଥିବାର ଦେଖିବାକୁ ମିଳିଥିଲା।

ସେହିପରି ଗତ ବୁଧବାର ଅପରାହ୍ନ ପ୍ରାୟ ସାଢେ ତିନିଟାବେଳେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବିରାଟକାୟ ଅଶ୍ୱତ୍ଥ ଗଛ ମଧ୍ୟ କାଳବୈଶାଖୀ ଯୋଗୁ ଅଧା ଭାଗ ଛିଣ୍ଡି ମେଡିକାଲର ବର୍ହିବିଭାଗ ସମ୍ମୁଖରେ ପଡ଼ି ମେଡିକାଲ କୋଠାର ଅନେକ କ୍ଷୟକ୍ଷତି ହୋଇଥିଲା। ମେଡିକାଲରେ ମଧ୍ୟ ଗଛ ଭାଙ୍ଗିବା ସମୟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ କେହି ବାହାରେ ନ ଥିଲେ ବୋଲି ବଡ଼ ବିପଦରୁ ବଞ୍ଚି ଯାଇଥିଲେ। ଦୁଇ ଦିନରେ ଦୁଇଟି ଦୀର୍ଘାୟୁ ବର୍ଷର ଗଛ ଭାଙ୍ଗିବା ପରେ ସହରବାସୀ କୌଣସି ଗଛ ମୂଳରେ ଠିଆ ହେବା ପାଇଁ ଡରୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?