Posted inଖେଳ

ଚତୁର୍ଥ ଇନିଂସରେ ୨୦୦ ଟାର୍ଗେଟ: ପରାଜୟ ସ୍ବାଦ ଚାଖିନି ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୪।୭-
କରୋନା ସଂକ୍ରମଣ ଜନିତ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟରେ ବିଜୟ ସ୍ବାଦ ଚାଖିଛି ଓ୍ବେଷ୍ଟଇଣ୍ଡିଜ। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭ୍ରମଣକାରୀ ଦଳ ୪ ଉଇକେଟରେ ଜିତି ନେଇଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀଲାଭ କରିଛି। ମ୍ୟାଚର ୪ର୍ଥ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ରେକର୍ଡ ଅନୁସାରେ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ଯେତେଥର ୨୦୦ କିମ୍ବା ତାଠାରୁ କମ୍‌ ରନ ଚେଜ୍‌ କରିଛି କେବେ ପରାଜୟ ସ୍ବାଦ ଚାଖିନାହିଁ। ଏହାକୁ ମିଶାଇ ଓ୍ବେଷ୍ଟଇଣ୍ଡିଜ ମୋଟ ୬୧ ଥର ୨୦୦ କିମ୍ବା ତା’ଠାରୁ କମ୍‌ ସ୍କୋର ଟାର୍ଗେଟ ପାଇଛି। ସେଥିରୁ ୫୫ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଜିମ୍ବାଓ୍ବେ, ବାଂଲାଦେଶ, ଆଫଗାନିସ୍ତାନକୁ ବାଦ୍‌ ଦେଲେ ଓ୍ବେଷ୍ଟଇଣ୍ଡିଜ ବିଦେଶରେ କୌଣସି ସିରିଜ ଖେଳିବାକୁ ଯାଇ ଏହା ପୂର୍ବରୁ ୨୦୦୭-୦୮ରେ ପ୍ରଥମ ଟେଷ୍ଟ ଜିତିଥିଲା। ଦଳ ସେତେବେଳେ ପୋର୍ଟ ଏଲିଜାବେଥଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସଫଳତା ପାଇଥିଲା। ୨୦୦୦ରେ ଇଂଲଣ୍ଡ ଗସ୍ତରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ସିରିଜର ପ୍ରଥମ ଟେଷ୍ଟ ଜିତିଥିଲା। ମାତ୍ର ଉଭୟଥର ଦଳ ଶେଷରେ ସିରିଜ ହାରିଥିଲା।
୨୦୧୩-୧୪ ଆଶେସ ସିରିଜ ପରଠାରୁ ଇଂଲଣ୍ଡ ୨୪(୨ କିମ୍ବା ତଦୂର୍ଦ୍ଧ୍ୱ ଟେଷ୍ଟ)ଟି ଟେଷ୍ଟ ସିରିଜ ଖେଳିଛି। ତେବେ ଏହା ମଧ୍ୟରୁ ୨୨ଟିରେ ଅତିକମ୍‌ରେ ଗୋଟିଏ ଟେଷ୍ଟରେ ପରାଜିତ ହୋଇଛି। ଏହି ସମୟ ମଧ୍ୟରେ ଗୋଟିଏ ଦଳ ଇଂଲଣ୍ଡକୁ ହରାଇ ପାରିନାହିଁ। ଶ୍ରୀଲଙ୍କା ୨୦୧୬ ଏବଂ ୨୦୧୮-୧୯ ସିଜନରେ ଇଂଲଣ୍ଡ ବିପକ୍ଷରେ ୨ଟି ସିରିଜରେ ୬ଟି ଟେଷ୍ଟ ଖେଳିଛି। ମାତ୍ର ଗୋଟିଏ ହେଲେ ମ୍ୟାଚରେ ଇଂଲଣ୍ଡକୁ ପରାଜିତ କରି ପାରିନାହିଁ। ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଅନୁପସ୍ଥିତିରେ ବେନ୍‌ ଷ୍ଟୋକ୍ସ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇ ନିଜ ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି। ଏହା ପୂର୍ବରୁ ୨୦୦୩ରେ ମାଇକେଲ ଭନ୍‌ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ହେଁ ପ୍ରଥମ ଟେଷ୍ଟରେ ପରାଜୟ ମୁହଁ ଦେଖିଥିଲେ। ଇଂଲଣ୍ଡ ବିପକ୍ଷରେ ବ୍ଲାକ୍‌ଉଡ୍‌ଙ୍କ ରେକର୍ଡ ଖୁବ୍‌ ଭଲ। ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ ୮୦ ରନରେ ୪ଟି ଉଇକେଟ ହରାଇଥିବାବେଳେ ସେ କ୍ରିଜ୍‌କୁ ଆସିଥିଲେ। ସେତେବେଳେ ଦଳ ବିଜୟ ଲକ୍ଷ୍ୟଠାରୁ ୧୧୨ ରନ ଦୂରରେ ଥିଲା। ବ୍ଲାକ୍‌ଉଡ୍‌ ୪୭ ରନରେ ଅପରାଜିତ ରହି ଇଂଲଣ୍ଡକୁ ନିରାଶ କରିଥିଲେ। ସେହିପରି ୨୦୧୭ରେ ଓ୍ବେଷ୍ଟଇଣ୍ଡିଜ ବିଜୟ ପାଇଁ ୭୬ ରନ ଆବଶ୍ୟକ କରୁଥିବାବେଳେ ସେ କ୍ରିଜ୍‌କୁ ଆସି ୪୧ ରନର ଇନିଂସ ଖେଳିଥିଲେ। ଏବେ ସାଉଥାମ୍ପଟନଠାରେ ୨୦୦ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୨୭ ରନ ମଧ୍ୟରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ସାରିଥିବାବେଳେ ସେ ବ୍ୟାଟ୍‌ ଧରି ପଡ଼ିଆକୁ ଓହ୍ଲାଇଥିଲେ। ଦକ୍ଷତାର ପରିଚୟ ଦେଇ ସେ ୯୫ ରନର ମୂଲ୍ୟବାନ ଇନିଂସ ଖେଳି ଓ୍ବେଷ୍ଟଇଣ୍ଡିଜକୁ ସ୍ମରଣୀୟ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri