କୋଭିଡ୍‌ ସହାୟତାରୁ ୨ଶହ କୋଟି ବାଟମାରଣା

ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍‌ ରାଶନକାର୍ଡ ଜରିଆରେ ପ୍ରାୟ ୨୦୦ କୋଟି ଟଙ୍କାର ଖାଉଟି ସାମଗ୍ରୀ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଏହିମର୍ମରେ ଲୋକାୟୁକ୍ତଙ୍କଠାରେ ଏକ ମାମଲା (ଏଲୱାଇ-୧୨୩/୨୦୨୧) ରୁଜୁ ହୋଇଛି। ଉକ୍ତ ମାମଲାକୁ ଆଧାର କରି ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ୍‌ ସିଂ ୨୨ା୪ା୨୦୨୧ରେ ଦେଇଥିବା ନିର୍ଦ୍ଦେଶକୁ ଏଯାଏ ରାଜ୍ୟ ଯୋଗାଣ ନିଗମ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟକାରୀ କରିପାରିନାହିଁ। ଯୋଗାଣ ନିଗମର ମ୍ୟାନେଜର(ଆଇନ)ଙ୍କ ଦ୍ୱାରା ଜିଲା ଯୋଗାଣ ଅଧିକାରୀମାନଙ୍କୁ ୫ଥର ଉକ୍ତ ମାମଲା ଉପରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ଏହିକ୍ରମରେ ଯୋଗାଣ ନିଗମର ମ୍ୟାନେଜର ତାଙ୍କ ପତ୍ରସଂଖ୍ୟା ୮୨୫୨/୧୮ା୬ା୨୦୨୧ରେ ବୌଦ୍ଧ, ଅନୁଗୋଳ, ଜଗତସିଂହପୁର ଓ ସୁନ୍ଦରଗଡ଼ ବ୍ୟତୀତ ଅନ୍ୟ କୌଣସି ଜିଲା ଯୋଗାଣ ଅଧିକାରୀଙ୍କଠାରୁ ରିପୋର୍ଟ ପାଇନାହାନ୍ତି ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ଲୋକାୟୁକ୍ତଙ୍କଠାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଲକ୍‌ଡାଉନ ସମୟରେ ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ଅଧୀନରେ ରାଜ୍ୟ ସରକାର ସମସ୍ତ ଜିଲାର ପ୍ରାୟ ୯୫ ଲକ୍ଷ ପରିବାରକୁ ଚାଉଳ/ଗହମ ମୁଣ୍ଡପିଛା ୫ କେଜି ଏବଂ କିରୋସିନ ରାଶନ କାର୍ଡ ପିଛା ୨ ଲିଟର ଲେଖାଏ ବଣ୍ଟନ କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ରେ ୨୦୨୦ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ମାଗଣାରେ ହିତାଧିକାରୀଙ୍କ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ପ୍ରଦାନ କରାଯାଇଥିଲା। ୬ା୪ା୨୦୨୦ରେ ମୁଖ୍ୟମନ୍ତ୍ରୀ ରାଶନ କାର୍ଡ ପିଛା ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ତଦନୁସାରେ ରାଜ୍ୟ ସରକାର ୯୫ ଲକ୍ଷ ରାଶନକାର୍ଡଧାରୀଙ୍କ ପାଇଁ ୯୫୫ କୋଟି ଟଙ୍କା ପ୍ରଦାନ କରିଥିଲେ। ହେଲେ ଲକ୍‌ଡାଉନ କଟକଣା ଥିବାରୁ ହିତାଧିକାରୀଙ୍କ ଘରେ ସେହି ଅର୍ଥ (୧୦୦୦ ଟଙ୍କା) ପହଞ୍ଚାଇବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ ବଳରେ ପ୍ରତି ଜିଲାରେ ପ୍ରଦାନ କରାଯାଇଥିବା ସେହି ସହାୟତା ରାଶି ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ତଥ୍ୟ ଅନୁଯାୟୀ, ସରକାର ପ୍ରଦାନ କରିଥିବା ସହାୟତା ରାଶି ମଧ୍ୟରୁ ୨୦ କୋଟି ୫୬ ଲକ୍ଷ ୩୮ ହଜାର ୪୩୬ ଟଙ୍କା ସରକାରଙ୍କୁ ଫେରାଇ ଦିଆଯାଇଥିଲା। ହିତାଧିକାରୀ ନ ମିଳିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅର୍ଥାତ୍‌ ୨ ଲକ୍ଷ ୫ ହଜାର ୬୩୮ ଜଣ ହିତାଧିକାରୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ଏହି ୨,୦୫,୬୩୮ ବ୍ୟକ୍ତିଙ୍କ ନାମରେ ଜାଲ ରାଶନକାର୍ଡ ତିଆରି କରାଯାଇ ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ଖାଉଟି ସାମଗ୍ରୀ ବିଭାଗୀୟ ଅଧିକାରୀ ଓ ଡିଲରଙ୍କ ଦ୍ୱାରା ବାଟମାରଣା କରାଯାଉଛି। ଯଦି ଟଙ୍କା ଦିଆଯାଇପାରିଲା ନାହିଁ ତେବେ କିପରି ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ସେହି ସମୟରେ ବଣ୍ଟନ କରାଗଲା। ତେଣୁ ପ୍ରାୟ ୨୦୦ କୋଟି ଟଙ୍କାର ଖାଉଟି ସାମଗ୍ରୀ କାହିଁକି ଫେରସ୍ତ କରାଗଲା ନାହିଁ ବୋଲି ଲୋକାୟୁକ୍ତଙ୍କଠାରେ ଅଭିଯୋଗ ହୋଇଥିଲା। ଯାଜପୁର ଜିଲାକୁ ୪୦,୫୮,୧୨,୨୯୦ ଟଙ୍କା ସହାୟତା ରାଶି ଦିଆଯାଇଥିଲା। ସେଥିରୁ ୮ା୨ା୨୦୨୧ ପର୍ଯ୍ୟନ୍ତ ୩୯, ୬୩, ୧୦,୦୦୦ ଟଙ୍କାର ବିନିଯୋଗ ପତ୍ର ଦାଖଲ କରାଯାଇଛି। ବାକି ୯୫, ୦୨,୨୯୦ ଟଙ୍କା ଫେରାଇ ଦିଆଯାଇଛି। ଏଥିରୁ ଯାଜପୁରରେ ୯,୫୦୦ ଜାଲ ରାଶନ କାର୍ଡ ରହିଥିବା ଅନୁମାନ କରାଯାଉଛି। ସେହିପରି ଗଞ୍ଜାମରେ ପ୍ରାୟ ୨୯ ହଜାର, ବଲାଙ୍ଗୀରରେ ୧୩ ହଜାର, ଖୋର୍ଦ୍ଧାରେ ୨୦ ହଜାର ଜାଲକାର୍ଡ ରହିଥିବା ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri