୨୦ ଭେଣ୍ଡରଙ୍କୁ କଳାତାଲିକାଭୁକ୍ତ କରାଗଲାନି

ନୟାଗଡ଼/ଭାପୁର,୨୮।୯(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଭେଣ୍ଡର ଆକାଉଣ୍ଟ ଖୋଲି ନୟାଗଡ଼ ଜିଲାର ଭାପୁର ବ୍ଲକରେ ୫୧ କୋଟି ୨୭ ଲକ୍ଷ ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍‌ଆର୍‌ଇଜିଏସ୍‌)ରେ କଞ୍ଚାମାଲ ଯୋଗାଣ ନାଁରେ ହୋଇଥିବା ମହାଦୂର୍ନୀତିର ଖୋଳତାଡ କରି ୨୦ ଭେଣ୍ଡରଙ୍କୁ କଳାତାଲିକା ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୨୦୨୨ ଜୁଲାଇରେ ସ୍ଥାନୀୟ ଜନସାଧାରଣ ଭାପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇନାହିଁ। ଏବେ ପଚାରିଲେ ଉତ୍ତର ମିଳୁଛି ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ କାର୍ଯ୍ୟାନୁଷ୍ଠାନ କେଉଁଠି ଅଟକି ରହିଛି ସେନେଇ କାହା ପାଖରେ ଉତ୍ତର ନାହିଁ। ଏହି ଦୂର୍ନୀତିରେ ବଡବଡିଆକୁ ନ ଫସାଇବାକୁ ଉଦ୍ୟମ ଚାଲୁଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁଯାୟୀ, ଏମ୍‌ଜିଏନ୍‌ଆରଇଜିଏସ୍‌ ମହାଦୁର୍ନୀତିରେ ଭାପୁର ବ୍ଳକ ବଦନାମ ର ବୋଝ ମୁଣ୍ଡାଇଛିି। ଭାପୁର ବ୍ଲକର ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ପକ୍ଷରୁ ଭେଣ୍ଡର ଆକାଉଣ୍ଟ ଖୋଲି ଏମ୍‌ଜିଏନ୍‌ଆରଇଜିଏସ୍‌ର କାମରେ କଞ୍ଚାମାଲ ଯୋଗାଣ କରିଥାନ୍ତି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଭେଣ୍ଡର ୨୦୧୭ରୁ ୨୦୨୨ ମଧ୍ୟରେ କଞ୍ଚାମାଲ ଯୋଗାଇଥିବା ଜଣାପଡିଛି। ତେବେ ୨୦ ଭେଣ୍ଡର ଅନିୟମିତତାରେ ଛନ୍ଦି ହୋଇ ପଡିଛନ୍ତି। ଭାପୁର ବ୍ଲକରେ ଏହି ୫ ବର୍ଷ ମଧ୍ୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅନେକ କାମରେ ଫଲସ୍‌ ବିଲ୍‌ ହୋଇଛି। କିଛି ଦୁର୍ନୀତି ପ୍ରମାଣିତ ହୋଇଥିବାବେଳେ ଆଉ କିଛି ତଦନ୍ତ ପର୍ଯ୍ୟାୟରେ ରହିଛି। ପୁଣି କିଛି ଦୁର୍ନୀତିକୁ ଚାପି ଦିଆଯାଇଛି। ଆଉ କିଛି ସ୍ଥାନରେ ଯନ୍ତ୍ରରେ କାମ କରି ମିଥ୍ୟା ଶ୍ରମ ଦିବସର କାଗଜାତ ପ୍ରସ୍ତୁତ କରି ଅନେକ କୋଟି ଟଙ୍କା ହଡପ କରାଯାଇଛି। କୌଣସି ପ୍ରକଳ୍ପ ପାଇଁ ସିମେଣ୍ଟ, ଲୁହାଛଡ, ଗେଟି, ପଥର, ବାଲି ପରି ଉପକରଣ ଦେବା ପାଇଁ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଚିହ୍ନଟ କରି ଅନୁକମ୍ପା ପ୍ରଦର୍ଶନ ଦେଖାଦେଇଛି। ଯାହାର ନଜିର ଗୋଟିଏ ରାସ୍ତା ୨୧ ଥର ବିଲ୍‌ ହେବା ଘଟଣା ଲୋକ ଲୋଚନକୁ ଆସିଛି। ଗୋଟିଏ ରାସ୍ତାକୁ ୨୧ ଥର ବିଲ୍‌ କରିବା ଘଟଣାରେ ୫କୋଟି ୬ ୧ଲକ୍ଷ ଉଠାଣ ହୋଇଛି। ଏଥିରେ ୧୮ ପ୍ରତିଶତ ଜିଏସ୍‌ଟି ରହିଛି। ଜିଏସ୍‌ଟି ଅର୍ଥ ଭେଣ୍ଡର ଚଞ୍ଚକତା କରି ହଡପ କରିଛନ୍ତି। ସେହିଭଳି ଜଣେ ଜିଆରଏସ୍‌ଙ୍କର ସ୍ବାମୀ ୧୦ କୋଟି ୪୪ ଲକ୍ଷ ଠକେଇ କରି ନେଇଥିବାବେଳେ ଏଥିରେ ଜିଏସଟି ୧୮ ପ୍ରତିଶତ ଟଙ୍କା ହଡପ ହୋଇଛି। ପୁଣି ଅନ୍ୟ ଜଣେ ଜିଆରଏସ୍‌ଙ୍କର ବଡଭାଇ ୧୧ କୋଟି ୬୩ ଲକ୍ଷ ଅନୁରୂପ ଭାବେ ହଡପ କରିଛନ୍ତି। ଏହିପରି ଅଧିକାଂଶ ପ୍ରକଳ୍ପର କାମ ହୋଇ ନ ଥିଲେ ହେଁ ଦୁଇଗୁଣା ଜିଏସ୍‌ଟି ପରି ମିଥ୍ୟା କାଗଜାତ ଡିପୋଜିଟ୍‌ କରି ଭେଣ୍ଡରମାନେ ଲାଭବାନ ହୋଇଛନ୍ତି। ଏହି ଅନିୟମିତତାରେ କିଛି ସ୍ଥାନୀୟ ନେତା, ପ୍ରଶାସନର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଛିି। ହେଲେ ତଦନ୍ତ ନାଁରେ ଘଟଣାକୁ ଚାପି ଦିଆଯାଇଥିବା ମତ ପ୍ରକାଶ ପାଇଛି।

ଏନେଇ ଭାପୁରର ସୁଦାମ ପ୍ରଧାନ କୁହନ୍ତି, ଭେଣ୍ଡର ଆକାଉଣ୍ଟରେ ଅନେକ କୋଟି ଟଙ୍କା ହଡପ ହୋଇଛି। ଏହି ଦୁର୍ନୀତିକୁ ଚାପିବାକୁ ଚାପ ବଢ଼ୁଛି। ଏଣୁ ତଦନ୍ତ ଅଧାବାଟରେ ଚପି ଯାଉଛି। କାର୍ଯ୍ୟାନୁଷ୍ଠାନ ନାଁରେ ଫାଇଲ ଅଟକି ରହିଛି କହି ସେ କ୍ଷୋଭ ପ୍ରକାଶ କରିଥିଲେ। ଭାପୁର ବିଡିଓ ରଞ୍ଜିତ ମଲିକ କୁହନ୍ତି, ଭେଣ୍ଡର ଆକାଉଣ୍ଟ ଖୋଲି ୫୧ କୋଟି ୨୭ ଲକ୍ଷ ଟଙ୍କା ଠକେଇ ଘଟଣା ଅଭିଯୋଗ ପରେ ଜିଲାସ୍ତରୀୟ ଓ ଉଚ୍ଚସ୍ତରୀୟ ତଦନ୍ତ ହୋଇଛି। ତଦନ୍ତରେ ଅନିୟମିତତା ଜଣାପଡିବା ପରେ କାରଣଦର୍ଶାଅ ନୋଟସ୍‌ ଜାରି ହୋଇଛି। ଏପରି କି ମାମଳା କରାଯିବା ସହ ଟଙ୍କା ରିକୋଭରି ପାଇଁ ଚିଠି ହୋଇଛି। ସରକାରୀ ଅନାଇନ ମୁତବାକ ଯାହା କିଛି କରାଯିବାର ବ୍ୟବସ୍ଥା ରହିଛି ସେପରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri