ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ କରିଛି। ୩ ପରିବହନକାରୀ ସଂସ୍ଥାର କର୍ମଚାରୀଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ବଡ଼ବିଲ ପୋଲିସ କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି କରୁଥିଲା। ବଡ଼ବିଲରୁ ଭଦ୍ରାସାହି ଆଡ଼କୁ ଯାଉଥିବା ଏକ ବାଇକ୍‌କୁ ଅଟକାଇ ଯାଞ୍ଚ ବେଳେ ୭ ଲକ୍ଷ ଟଙ୍କା ମିିଳିଥିଲା। ସେହିପରି ସାଧୁସିଂ ହଟିଂ ଛକରେ ଠାକୁରାଣୀ ଅଭିମୁଖେ ଯାଉଥିବା ଏକ ବୋଲେରୋରେ ବସିଥିବା କର୍ମଚାରୀଙ୍କ ନିକଟରୁ ୮ ଲକ୍ଷ ଓ ଏକ ବାଇକ୍‌ରେ ଯାଉଥିବା କର୍ମଚାରୀଙ୍କ ନିକଟରୁୁ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଜବତ ଟଙ୍କା ୩ ପରିବହନକାରୀ ସଂସ୍ଥା ଭଦ୍ରାସାହି ଅଞ୍ଚଳର ତ୍ରିଶକ୍ତି ଟ୍ରାନ୍ସପୋର୍ଟ, ବଡ଼ବିଲ ଅଞ୍ଚଳର ରାଧାକୃଷ୍ଣ ଟ୍ରାନ୍ସପୋର୍ଟ ଏବଂ କେନ୍ଦୁଝରର ସ୍ବପ୍ନେଶ୍ୱର ରୋଡ ଲାଇନ୍ସର ବୋଲି ଜଣାପଡ଼ିଛି। ପୋଲିସ ଜବତ ଟଙ୍କାକୁ କେନ୍ଦୁଝର ଜିଲା ମୁଖ୍ୟ କୋଷାଗାରକୁ ପଠାଇବା ସହ ଆୟକର ବିଭାଗକୁ ତଦନ୍ତ ନିମନ୍ତେ ସୂଚନା ଦେଇଛି। ତେବେ ତ୍ରିଶକ୍ତି ଟ୍ରାନ୍ସପୋର୍ଟର କର୍ମଚାରୀ ବଡ଼ବିଲ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିବା ବେଳେ ଅନ୍ୟ ଦୁଇ ପରିବହନକାରୀ ସଂସ୍ଥା କେଉଁ ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିଲେ ତାହା ଜଣାପଡିନାହିଁ ବୋଲି ଇନ୍ସପେକ୍ଟର ରମାକାନ୍ତ ମୁଦୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri