କମ୍ପାନୀ ସିଇଓ ଆଶା ଦେଖାଇ ୨୦ଲକ୍ଷ ଲୁଟ୍‌

ଭୁବନେଶ୍ୱର,,୨୬।୭(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ବହୁ ଶିକ୍ଷିତ ଯୁବତୀଯୁବକ ବାହାର ରାଜ୍ୟ ଓ ଦେଶରୁ ଘରକୁ ଫେରି ବେକାର ବସିଛନ୍ତି। ଏବେ ସେମାନେ ନୂଆ ଚାକିରି ପାଇବା ଆଶାରେ ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆରେ ଖୋଜାଖୋଜି କରୁଛନ୍ତି। ଏହାର ସୁଯୋଗ ନେଇ ସାଇବର ଠକମାନେ ସକ୍ରିୟ ହୋଇପଡିଛନ୍ତି। ଚାକିରି ଯୋଗାଇ ଦେବା ନଁାରେ ଏକାଧିକ ଫେକ୍‌ ଓ୍ବେବ୍‌ସାଇଟ୍‌ ଖୋଲି ଠକେଇ କରୁଛନ୍ତି। ଏହିଭଳି ଏକ ଠକେଇର ଶିକାର ହୋଇଛନ୍ତି ପଟିଆ ଫାଲ୍‌କନ୍‌ ରେସିଡେନ୍ସିରେ ରହୁଥିବା ପଙ୍କର କୁମାର ଦାଶ। ତାଙ୍କଠାରୁ ସାଇବର ଠକମାନେ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ସେ ଏନେଇ ପ୍ରଥମେ ଇନ୍‌ଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କିଛି ବି ସୁରାକ ପାଇପାରୁନି।
ଅଭିଯୋଗ ଅନୁଯାୟୀ, ପଙ୍କଜ ଏକ ଘରୋଇ ସଂସ୍ଥାରେ ଜେନେରାର ମ୍ୟାନେଜର(ଜିଏମ) ଅଛନ୍ତି। ସେ ଏକ ଭଲ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) କିମ୍ବା ଭାଇସ୍‌ ପ୍ରେସିଟେଣ୍ଟ ପଦ ସନ୍ଧାନରେ ଥିଲେ। ଏଥିପାଇଁ ସେ ଗୁଗଲ୍‌ରେ ସର୍ଚ୍ଚ କରିବାବେଳେ ଏକ ଓ୍ବେବ୍‌ସାଇଟ୍‌ (www.recruitmentzone.in) ପାଇଥିଲେ। ସେଥିରେ ସେ ନିଜର ବାୟୋଡାଟା ଅପ୍‌ଲୋଡ଼ କରିଥିଲେ। କିଛିଦିନ ପରେ ପଙ୍କଜଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଏକ ବଡ଼ କମ୍ପାନୀରେ ସିଇଓ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କହିବା ସହ ଏହି ସହଯୋଗ ପାଇଁ ତାଙ୍କ ସଂସ୍ଥା ଟଙ୍କା ନେଉଥିବା କହିଥିଲେ। କରୋନା ଆଳ ଦେଖାଇ ଅନ୍‌ଲାଇନ୍‌ରେ ପଙ୍କଜଙ୍କଠାରୁ ୨୦ ଲକ୍ଷ ୩୦ ହଜାର ଟଙ୍କାନେବା ସହ ଜାଲ୍‌ ରସିଦ୍‌ ପଠାଇଥିଲେ ଉକ୍ତ ଠକ। ହେଲେ ପରେ ଚାକିରି ନେଇ କିଛି ବି ଚିଠି ଆସି ନ ଥିଲା। ପରେ ପଙ୍କଜ କଲ୍‌ ଆସିଥିବା ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ବହୁଦିନ ଧରି ବନ୍ଦ ରହିବାରୁ ସନ୍ଦେହ ହୋଇଥିଲା। ଯାଞ୍ଚ ପରେ ଉକ୍ତ ଓ୍ବେବ୍‌ସାଇଟ୍‌ ଜାଲ୍‌ ବୋଲି ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ।
କେବଳ ପଙ୍କଜ ନୁହେଁ, ରଜଧାନୀର ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭଳି ଠକେଇର ଶିକାର ହୋଇଥିବା ଜଣାପଡିଛଇ। କେତେଜଣ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଆଉ କେତେଜଣ ଲାଜରେ ଚୁପ୍‌ ରହିଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ ଚାଲିଛି। ଅପରାଧୀମାନେ ଦେଶ ବାହାରେ ରହି ଏଭଳି କରୁଥିବାରୁ ଧରିବା ମୁସ୍କିଲ ହେଉଛି। ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଆସନ୍ତା ସପ୍ତାହରୁ ଲୋକଙ୍କୁ ସଚେତନ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୬ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri