୨୦କି.ମି. ଦୂର କେନ୍ଦ୍ରରେ ପରୀକ୍ଷା ଦେବେ ସଂସ୍କୃତ ବିଦ୍ୟାଳୟ ଛାତ୍ରୀଛାତ୍ର, ଧାରଣାରେ ବସିଲେ ଅଭିଭାବକ

ଖଇରା, ୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ଅନ୍ୟତମ ପୁରାତନ ଗଡପୋଖରୀ ହାଇସ୍କୁଲ ପୂର୍ବରୁ ବୋର୍ଡ ପରୀକ୍ଷା କେନ୍ଦ୍ର ହୋଇଆସୁଥିବା ବେଳେ ଚଳିତ ବର୍ଷ ଏହାକୁ ଇଛାକୃତ ଭାବେ ତାଲିକାରୁ କାଟି ଦିଆଯାଇଛି। ଏହାକୁ ନେଇ ଅଭିଭାବକ ତଥା ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ପ୍ରତିବାଦରେ ଗ୍ରାମବାସୀ ଶନିବାର ସକାଳେ ଗେଟ ସମ୍ମୁଖରେ ଦୀର୍ଘସମୟ ଧରି ଧାରଣାରେ ବସି ରହିଥିଲେ। ଶିକ୍ଷା ବିଭାଗରେ ସମୀକ୍ଷା ବୈଠକ ପାଇଁ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ଓ ଅନ୍ୟାନ୍ୟ ଶିକ୍ଷାଧିକାରୀ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ଖବରପାଇ ସେମାନଙ୍କୁ ଭେଟି ଦାବି ଜଣାଇଥିଲେ। ମନ୍ତ୍ରୀ ଓ ଅଧିକାରୀ ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଯାଇଥିଲେ। ଧାରଣାରେ ସାମିଲ ଥିବା ପୁରାତନ ଛାତ୍ର ତଥା ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ବିଜୟ ବାରିକ, ତପନ କୁମାର ବେହେରା, ଶତ୍ରୁଘ୍ନ ଦାସ, ସଞ୍ଜୟ ଦଳେଇଙ୍କ କହିବା ଅନୁଯାୟୀ ବିଦ୍ୟାଳୟ ୫ଟିରେ ଅନ୍ତର୍ଭୁକ୍ତ ହେବା ପରେ ଭିତ୍ତିଭୂମି ଯଥେଷ୍ଟ ସୁଦୃଢ ଅଛି ା ପିଲା ସଂଖ୍ୟା ୫୬ ଥିବା ବେଳେ ୩ କି.ମି. ଦୂର ମାତ୍ର ୩୬ ପିଲା ଥିବା ଏକ ବିଦ୍ୟାଳୟରେ ଗଡପୋଖରୀ ହାଇସ୍କୁଲକୁ ଟ୍ୟାଗ କରାଯିବା ଦୁର୍ଭାଗ୍ୟଜନକ। ଯଦି ଶିକ୍ଷାଧିକାରୀମାନେ ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି ତେବେ ବିଦ୍ୟାଳୟ ବନ୍ଦ ସହ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଚଳିତବର୍ଷ ଖଇରା ବ୍ଲକରେ ପରୀକ୍ଷା କେନ୍ଦ୍ର ନିରୂପଣରେ ଶିକ୍ଷାବିଭାଗ ସ୍ବେଚ୍ଛାଚାରିତା ଦେଖାଇଥିବା ନେଇ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଗୋଟିଏପଟେ ଭିତ୍ତିଭୂମିର ସୁବିଧା ଥିଲେ ନିଜ ବିଦ୍ୟାଳୟରେ ପରୀକ୍ଷାକେନ୍ଦ୍ର କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ବହୁ ଅନୁଷ୍ଠାନକୁ ଯଥେଷ୍ଟ ଦୂରତାରେ ଥିବା କେନ୍ଦ୍ରରେ ଟ୍ୟାଗ କରିବାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି ା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଶ୍ୟାମରାଈ ସଂସ୍କୃତ ବିଦ୍ୟାଳୟରେ ସବୁ ପ୍ରକାର ସୁବିଧା ଥିବା ସତ୍ତ୍ୱେ ୨୦କି.ମି. ଦୂର ତୁଡିଗଡିଆ ନୀଳାମ୍ବର ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତର କରାଯିବାକୁ ନେଇ ବିଭାଗର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଅସହ୍ୟ ଗରମ ସାଙ୍ଗକୁ ଖର୍ଚ୍ଚାନ୍ତକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରି ପାଖ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri