Posted inଜାତୀୟ

ଭାରତୀୟଙ୍କ ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି…

ନୂଆଦିଲ୍ଲୀ, ୧୩।୬ : ଭାରତରେ ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି ପାଇଛି। ନମୁନା ରେଜିଷ୍ଟ୍ରେଶନ ସିଷ୍ଟମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତୀୟମାନଙ୍କର ହାରାହାରି ବୟସ ଦୁଇ ବର୍ଷ ବଢ଼ି ୬୯.୭ ବର୍ଷକୁ ବୃଦ୍ଧି ପାଇଛି।

୨୦୧୫ ରୁ ୨୦୧୯ ମଧ୍ୟରେ ଏହି ନମୁନା ତଥ୍ୟ ଆଧାରରେ ହାରାହାରି ବୟସ ପ୍ରକାଶ ପାଇଛି। ଯଦିଓ ବିଶ୍ୱର ହାରାହାରି ବୟସ ବିଷୟରେ କହିବାକୁ ଗଲେ, ଭାରତରେ ହାରାହାରି ବୟସ ୭୨.୬ ବର୍ଷ ରହିଛି। ଏଭଳି ପରିସ୍ଥିତିରେ ଭାରତ ବିଶ୍ୱ ସ୍ତରରେ ପ୍ରାୟ ତିନି ବର୍ଷ ପଛରେ ରହିଛି।

୧୯୭୦-୭୫ରେ ଏହା ୪୯.୭ ବର୍ଷ ଥିଲା। ଅର୍ଥାତ୍‌ ପରବର୍ତ୍ତୀ ୪୫ ବର୍ଷରେ ଏହା ପ୍ରାୟ ୨୦ ବର୍ଷ ବୃଦ୍ଧି ପାଇଛି। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଆୟୁଷର ପାର୍ଥକ୍ୟ ବୃଦ୍ଧି ପାଇଛି। ପୁରୁଷଙ୍କ ହାରାହାରି ବୟସ ୭୪.୩ ବର୍ଷ ଏବଂ ମହିଳାମାନଙ୍କର ହାରାହାରି ବୟସ ୭୭.୫ ବର୍ଷ ରହିଛି।

ଯଦି ଏହାକୁ ନେପାଳ ଏବଂ ବାଂଲାଦେଶ ଲୋକଙ୍କ ଜୀବନ ଧାରଣ ବୟସ ତୁଳନାରେ ଭାରତର ନାଗରିକଙ୍କ ବୟସ କମ୍‌ ରହିଛି।

ବାଂଲାଦେଶର ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସ ୭୧.୧ ବର୍ଷ ଥିବାବେଳେ ନେପାଳରେ ଏହା ୭୦.୫ ବର୍ଷ ରହିଛି। ଜାତିସଂଘର ମାନବ ରିପୋର୍ଟ ଅନୁସାରେ ଉଭୟ ଦେଶରେ ନବଜାତକ ମୃତ୍ୟୁ ହାର ଭାରତ ତୁଳନାରେ କମ।

ଦେଶର ବିଭିନ୍ନ ରାଜ୍ୟରେ ୀବନ ଧାରଣ ବୟସ ହାର ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ସର୍ବାଧିକ ରହିଛି। ଏଠାରେ ହାରାହାରି ବୟସ ୭୫.୯ ବର୍ଷ ରହିଛି। ହାରାହାରି ବୟସ ୭୫.୨ ବର୍ଷ ସହିତ ଦିଲ୍ଲୀ ପରେ କେରଳ ଦ୍ୱିତୀୟ ସ୍ଥାନରେ ରହିଛି। ଜମ୍ମୁ-କଶ୍ମୀର ତୃତୀୟ ସ୍ଥାନରେ ଅଛି, ଏଠାରେ ହାରାହାରି ବୟସ ୭୪.୨ ବର୍ଷ, ହିମାଚଳ ପ୍ରଦେଶରେ ହାରାହାରି ବୟସ ୭୩.୧ ବର୍ଷ, ପଞ୍ଜାବରେ ହାରାହାରି ବୟସ ୭୨.୮ ବର୍ଷ ରହିଛି। ତାଲିକାର ନିମ୍ନ ଭାଗରେ ଥିବା ରାଜ୍ୟଗୁଡ଼ିକ ବିଷୟରେ କହିବାକୁ ଗଲେ ଛତିଶଗଡର ହାରାହାରି ବୟସ ୮୮.୯ ବର୍ଷ, ଉତ୍ତରପ୍ରଦେଶରେ ହାରାହାରି ବୟସ ୬୬.୨ ବର୍ଷ, ମଧ୍ୟପ୍ରଦେଶରେ ହାରାହାରି ବୟସ ୬୬.୧ ବର୍ଷ , ଆସାମରେ ଏହା ୬୮.୩ ବର୍ଷ, ରାଜସ୍ଥାନରେ ୭୧.୩ ବର୍ଷ ରହିଛି।

ଗତ ୪୫ ବର୍ଷ ମଧ୍ୟରେ ଓଡିଶାରେ ଲୋକଙ୍କ ହାରାହାରି ଜୀବନ ଧାରଣ ବୟସ ୨୪ ବର୍ଷ ବୃଦ୍ଧି ପାଇଛି। ସେହିପରି ତାମିଲନାଡୁରେ ଏହା ୪୫.୭ ବର୍ଷ ବୃଦ୍ଧି ପାଇଛି। ଉତ୍ତରାଖଣ୍ଡରେ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି। ଏଠାରେ ୨୦୧୦ରୁ ୨୦୧୪ ମଧ୍ୟରେ ହାରାହାରି ଜୀବନ ଧାରଣ ବୟସ ୭୧.୭ ବର୍ଷ ଥିଲା କିନ୍ତୁ ୨୦୧୫-୨୦୧୯ ମଧ୍ୟରେ ଏହା ୭୦.୬ ବର୍ଷକୁ ହ୍ରାସ ପାଇଛି। ବିହାର ଏବଂ ଝାଡଖଣ୍ଡରେ ମହିଳାଙ୍କ ଜୀବନ ଧାରଣ ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଏଠାରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାରାହାରି ବୟସ ଅଧିକ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?