Posted inଜାତୀୟ

ମନ୍ଦିରରେ ପ୍ରବେଶ କରିବାରୁ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଦଣ୍ଡ, ୨୩ ହଜାର ଜରିମାନା…

କୋପ୍ପଲ,୨୨।୯: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ନିଆରା। ଭଗବାନ ଭକ୍ତର ଭାବରେ ବନ୍ଧା। ଭଗବାନଙ୍କୁ ଦର୍ଶନ କରିବାରେ ଭକ୍ତଙ୍କ ଉପରେ ପହରା ଲଗାଇବା ଅନ୍ୟାୟ। ମାତ୍ର କର୍ନାଟକରେ ମନ୍ଦିରରେ ପ୍ରବେଶ କରିଥିବା ଜଣେ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଜରିମାନା ଦଣ୍ଡାଦେଶ କରାଯାଇଛି।

ସ୍ଥାନୀୟ କୋପ୍ପଲ ଜିଲାର ହନୁମାନ ସାଗର ନିକଟରେ ଥିବା ମିୟାପୁରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁ ଜଣଙ୍କ ଦଳିତ ପରିବାରର ହୋଇଥିବାରୁ ମନ୍ଦିରରେ ପ୍ରବେଶ ଅଧିକାର ତାଙ୍କର ନାହିଁ ବୋଲି କୁହାଯାଇ ଏହି ଦଣ୍ଡାଦେଶ କରାଯାଇଛି।

ସେପ୍ଟେମ୍ବର ୪ରେ ଚେନ୍ନାଦାସର ସମ୍ପ୍ରଦାୟର ଚନ୍ଦ୍ରଶେଖର ଚାରଙ୍କର ପୁଅର ଜନ୍ମ ଦିନଥିଲା। ସେ ପୁଅକୁ ନେଇ ସ୍ଥାନୀୟ ହନୁମାନ ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ମନ୍ଦିର ବାହାରେ ରହି ଦର୍ଶନ କରୁଥିଲେ। ତେବେ ହଠାତ୍‌ ଶିଶୁ ଜଣଙ୍କ ଖୁସିରେ ଦୌଡ଼ି ମନ୍ଦିର ଭିତରକୁ ପଳାଇଥିଲେ। ମନ୍ଦିର ଅପବିତ୍ର ହୋଇ ଯାଇଥିବା କହି ଗାଁରେ ଏକ ବୈଠକରେ ସେପ୍ଟେମ୍ବର ୧୧ରେ ଶିଶୁଙ୍କ ମାତାପିତାଙ୍କୁ ୨୩ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା।

ଏହି ଟଙ୍କାରେ ମନ୍ଦିର ଶୁଦ୍ଧିକରଣ କାର୍ଯ୍ୟ କରାଯିବ ବୋଲି ମୁରବୀମାନେ କହିଥିଲେ। ତେବେ ଗାଁ କେତେକ ଉଚ୍ଚ ସମ୍ପ୍ରଦାୟର ବ୍ୟକ୍ତି ଏହି କଠୋର ଦଣ୍ଡକୁ ବିରୋଧ ମଧ୍ୟ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହିତ ପୋଲିସ, ରାଜସ୍ବ ଅଧିକାରୀ ଏବଂ ସମାଜ କଲ୍ୟାଣ ଅଧିକାରୀଙ୍କୁ ଗାଁ ପଠାଯାଇଛି। ଏସମ୍ପର୍କରେ ସ୍ଥାନୀୟ ଏସ୍‌ପି ଟି. ଶ୍ରୀଧର କରିଛନ୍ତି ଯେ, ଅଭିଯୁକ୍ତମାନେ ଶିଶୁଙ୍କ ମାତାପିତାଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି।

ସେହିପରି ଶିଶୁଙ୍କ ମାତାପିତା କୌଣସି ମାମଲା ଦାଏର କରିବାକୁ ମନା କରିଦେଇଥିଲେ। ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବାଲଚନ୍ଦ୍ର ସଙ୍ଗାନଲଙ୍କ ଅଭିଯୋଗ କ୍ରମେ ଇତିମଧ୍ୟରେ ଏହିମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri