ଫାଇଲ୍‌ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା ଅଫିସ,୧୩ା୪: କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ୍‌ ସଫେଇକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ଟି ଡ୍ରେନେଜ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇରହିଛି। ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ପ୍ରକଳ୍ପ ଶେଷ ନ ହେଲେ କେନ୍ଦ୍ରାପଡ଼ା ସହରର ଅର୍ଦ୍ଧାଧିକ ସ୍ଥାନ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ତୁରନ୍ତ ଏହି ୨ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହରବାସୀ ମତ ଦେଇଛନ୍ତି। ୨୦୧୭ ମସିହାରେ ରାଜ୍ୟ ସ୍ବରେଜ ବୋର୍ଡ ଓ ଟିଟିଆଇ କନସୁଲେଟିଂ ଇଞ୍ଜିନିୟର୍ସ ସଂସ୍ଥା ପକ୍ଷରୁ ସହରର ଜଳ ନିଷ୍କାସନ ସହ ଏକ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା। ଏହି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଇନ୍ଦୁପୁର ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିଲା। ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରେନେଜ ବିଭାଗ ସହାୟତାରେ ୧୯ କୋଟି ୪୭ ଲକ୍ଷ ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ତେବେ ଏହି ୨ ପ୍ରକଳ୍ପ କାର୍ଯ୍ୟକାରୀରେ ବହୁ ବିଳମ୍ବ ହେଲାଣି।
ଏ ସମ୍ପର୍କରେ ସହରର ମନୋଜ କୁମାର ସିଂହ କହିଛନ୍ତି, ପ୍ରଥମ ଡ୍ରେନେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ତତ୍କାଳୀନ ପୌର ପରିଷଦ ଉଦ୍ୟମ କରିଥିଲା। ଯୋଜନା ଅନୁଯାୟୀ, ସହରର ଡ୍ରେନ, ବର୍ଷାଜଳକୁ ଗୋବରୀ ନଦୀ ଓ କେନାଲକୁ ନ ଛାଡି ଏକ ସ୍ବତନ୍ତ୍ର ଟ୍ରେନ୍‌ ମାଧ୍ୟମରେ ସହର ବାହାରେ ଏକ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ଲଣ୍ଟରେ ମଇଳା ପାଣିକୁ ବିଶୋଧନ କରାଯାଇ ଗୋବରୀ ନଦୀ ଓ କେନାଲକୁ ଛଡ଼ାଯିବ ବୋଲି ସ୍ଥିର ହୋଇଥିଲା। ଯାହାଦ୍ୱାରା ସହର ମଧ୍ୟ ଦେଇ ଯାଇଥିବା ନଦୀ ଓ କେନାଲ ଜଳ ପ୍ରଦୂଷଣ ମୁକ୍ତ ରହିବ। ଫକିରାବାଦର ମୀର ଅବୁ ଓବେଦା କହିଛନ୍ତି, ସାମାନ୍ୟ ବର୍ଷାରେ ସହରର ବିଭିନ୍ନ ଡ୍ରେନ ଉଛୁଳି ପଡୁଛି। ଫଳରେ ପାଣି ସହ ଡ୍ରେନ୍‌ରେ ଥିବା ଅଳିଆ ଆବର୍ଜନା ବାହାରକୁ ଆସି ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦୀର୍ଘଦିନ ଧରି ରହିଥିବା ସତ୍ତ୍ୱେ ଏହାର ସମାଧାନ ପାଇଁ ତତ୍ପରତା ନାହିଁ। ବର୍ଷାଋତୁ ପୂର୍ବରୁ ଏହାର ସମାଧାନ ହେଲେ ସହରବାସୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ୨୧ ନଂ. ୱାର୍ଡର ସାମାଜିକ କର୍ମୀ ଉମେଶ ଚନ୍ଦ୍ର ପାଢୀ କହିଛନ୍ତି, ବର୍ଷା ହେଲେ ସ୍ଥାନୀୟ ସହରବାସୀଙ୍କ ବିପତ୍ତି ବଢ଼ୁଛି। ୨୧ ନଂ. ୱାର୍ଡ ସହ ୧୨ ଓ ୧୩ ନଂ.ରେ ବର୍ଷାଜଳ ଭରି ରହୁଛି। ସହର ମଧ୍ୟରେ ଥିବା ଜଳପଥ ଓ ଡ୍ରେନଗୁଡ଼ିକ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ଫଳରେ ବର୍ଷାଜଳ ସମଗ୍ର ସହର ମଧ୍ୟରେ ସହଜ ଜୀବନଯାତ୍ରାରେ ବାଧା ସୃଷ୍ଟି କରିଛି। ଜଳପଥ ଉପରେ ଗୃହ ନିର୍ମାଣ ପାଇଁ ଅନୁମତି ପ୍ରଦାନ ବନ୍ଦ ହେବା ସହ ଜବରଦଖଲକାରୀଙ୍କ ଉଚ୍ଛେଦ ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ନିକଟରେ ସମୀକ୍ଷା ହୋଇଥିଲା। ଏଥିସହ ସହରବାସୀଙ୍କ ପାଇଁ ସୁସ୍ଥ ପରିବେଶ ଓ ଡ୍ରେନେଜ ସିଷ୍ଟମର ଉନ୍ନତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ଉଦ୍ୟମ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri